
ପ୍ରଦିପ୍ତ କୁମାର ମିଶ୍ର/ସାମ୍ବାଦିକ/ବଲାଙ୍ଗିର/ସମୀକ୍ଷା ନ୍ୟୁଜ:
ବଲାଙ୍ଗିର ଜିଲ୍ଲାର ଦକ୍ଷିଣ ଦିଗରେ ବଙ୍ଗୋମୁଣ୍ଡା ଓ ସିନ୍ଧେକେଲା ଗ୍ରାମର ସୀମା ମଧ୍ୟରେ ତନ୍ତ୍ର ପୀଠ ରାଣୀପୁର ଝରିଏଲ ଅବସ୍ଥିତ । ବଲାଙ୍ଗିର ଠାରୁ ଏ ସ୍ଥାନର ଦୂରତ୍ୱ ୧୦୪ କି.ମି. ଓଟିଟିଲାଗଡ ଠାରୁ ୩୮ କି.ମି. । ରାଣୀପୁର ଝରିଏଲ ବଲାଙ୍ଗିର ଜିଲ୍ଲାର ଅନ୍ୟ ଏକ ପ୍ରମୁଖ ଐତିହାସିକ ଦର୍ଶନୀୟ ସ୍ଥାନ ତଥା ପ୍ରଚୀନ କୀର୍ତୀସ୍ଥଳୀ । ପୁରାଣରେ ଏହା ସୋମ ତିର୍ଥ ନାମରେ ବର୍ଣ୍ଣିତ । ୬୪ ଯୋଗିନୀ ମୂର୍ତି ପାଇଁ ଏ ସ୍ଥାନଟି ବିଖ୍ୟାତ । ଏଠାରେ ୬୪ ଯୋଗିନୀ ମନ୍ଦିର ଚକ୍ରାକାରରେ ବାଲି ପଥରରେ ନିର୍ମିତ । ୬୪ ଯୋଗିନୀଙ୍କ ମୂର୍ତି ୬୪ଟି ଗାତ୍ରରେ ସ୍ଥାପିତ । ଚକ୍ର ବେଢାର କେନ୍ଦ୍ର ସ୍ଥାନରେ ତ୍ରୀମୂଖ ଶିବ ପାର୍ବତୀଙ୍କୁ ଆଲିଙ୍ଗନ କରି ତାଣ୍ଡବ ନୃତ୍ୟ ମୁଦ୍ରରେ ଶୋଭା ପାଉଛନ୍ତି ।ତାଙ୍କ ପାଦଦେଶରେ ଗଣେଶ ଓ ନନ୍ଦିଙ୍କ ମୂର୍ତି ରହିଛି । ଏବେ ୬୪ ଯୋଗିନୀ ମୂର୍ତି ମଧ୍ୟରୁ ୪୮ଟି ମୂର୍ତି ରହିଥିବା ବେଳେ ଅନ୍ୟ ମୂର୍ତି ଗୁଡିକ ସ୍ଥାନାନ୍ତରୀତ ବା ଭଗ୍ନା ଅବସ୍ଥାରେ ଥିବା ଦେଖିବାକୁ ମିଳେ ।
ରାଣୀପୁର ଝରିଏଲ୍ ଶାକ୍ତ, ବୌଦ୍ଧ,ଶୈବ, ବୈଷ୍ଣବ ଓ ତାନ୍ତ୍ରିକ ମତବାଦର ଏକତ୍ର ମିଳନ ସ୍ଥଳୀ ଥିଲା । ଏଗୁଡିକର ଏକତ୍ର ସମନ୍ୱୟ ଏହାର ଅନ୍ୟ ଏକ ବୈଶିଷ୍ଠ୍ୟ । ଇତିହାସ ଯାହା କୁହେ ଭାରତରେ ଯୋଗିନୀ ଉପାସନା ନବମ ଶତାଦ୍ଧୀରେ ଆରମ୍ଭ ହୋଇଥିଲା । ସମଗ୍ର ଭାରତ ବର୍ଷରେ ଥିବା ଚାରିଟି ଯୋଗିନୀ ଉପାସନା ପୀଠ ମଧ୍ୟରୁ ରାଣୀପୁର ଝରିଏଲ୍ ଅନ୍ୟତମ । ଅନ୍ୟ ତିନୋଟି ମଧ୍ୟରେ ମଧ୍ୟପ୍ରଦେଶର ଜବଲପୁର ନିକଟବର୍ତୀ ଭେରାଗାଟ ଓ ଖଜୁରାହୋ ଏବଂ ଓଡିଶାର ଖୋର୍ଦ୍ଧା ଜିଲ୍ଲା ସ୍ଥିତ ହୀରାପୁର । ହେଲେ ଏହି ରାଣପୁର ଝରିଏଲ୍ ଠାରେ ଅନେକ ଗୁଡିଏ ମନ୍ଦିର ରହିଛି । ସେଥିମଧ୍ୟରୁ ସୋମେଶ୍ୱର ଶିବ ମନ୍ଦିର ସର୍ବ ବୃହତ ମନ୍ଦିର । ଏହି ମନ୍ଦିର ସୋମ ବଂଶୀୟ ରାଜା ସୋମେଶ୍ୱର ଗୁପ୍ତଙ୍କ ଦ୍ୱାରାନିର୍ମିତ ହୋଇଥିବା ପଥର ଶିଳାଲେଖରୁ ଜଣାଯାଏ । ଏହି ମନ୍ଦିରରେ ଶିବ, କାର୍ତେକେୟ, ଗଜଲକ୍ଷ୍ମୀ ଓ ବୁଦ୍ଧଙ୍କ ମୂର୍ତିମାନ ପୂଜା ପାଉଛନ୍ତି । ସୋମେଶ୍ୱର ମନ୍ଦିରର ଟି ଏହି ଅଂଚଳଏକ ପ୍ରଶିଦ୍ଧ ଶୈବପୀଠ । କେତେକ ଐତିହାସିକଙ୍କ ମତ ଅନୁସାରେ ଏହି ମନ୍ଦିରଟି ଗଗନଶିବ ନାମଧେୟ ଜୈନିକ ବିଖ୍ୟାତ ଶୈବାଚାର୍ଯ୍ୟ (ଖ୍ରୀ. ୮୮୦-୯୨୦)ଙ୍କ ଦ୍ୱାରା ନିର୍ମିତ ହୋଇଥିଲା ବୋଲି ଇତିହାସ କହିଥାଏ ।ଏହି ମନ୍ଦିର ବ୍ୟତିତ ଅନ୍ୟ ୫୭ଟି ମନ୍ଦିର ମଧ୍ୟ ଏଠାରେ ଥିବା ଦୃଷ୍ଠି ଗୋଚର ହୁଏ । ବିଭିନ୍ନ ସ୍ଥାନରେ ଭଗ୍ନ ଇଟାସ୍ତୁପ ଦେଖିଲେ ଜଣାଯାଏ ଯେ ପୂର୍ବରୁ ଏଠାରେ ଆହୁରି ଅନେକ ମନ୍ଦିର ଥିଲା । ମାତ୍ର କାଳର କରାଳ ବକଳରେ ଏଗୁଡିକ ଭଗ୍ନ ସ୍ତୁପରେ ପରିଣତ ହୋଇଛି ।

ରାଣୀପୁର ଝରିଏଲ ଅନ୍ୟଏକ ଆକର୍ଷଣ ହେଲା ପୋଡାଇଟାରେ ନିର୍ମିତ ଇନ୍ଦ୍ରଲାଟ ମନ୍ଦିର । ୯୦ ଫୁଟ ଲମ୍ବ ଓ ୩୭ ଫୁଟ ପ୍ରସ୍ଥ ବିଶିଷ୍ଠ ଏକ ବାଲି ନିର୍ମିତ ପଥରରେ ଭିର୍ତି ଉପରେ ପ୍ରତିଷ୍ଠିତ ଏହା ଏକ ଅନୁପମ ମନ୍ଦିର । ଏହାର ଉଚ୍ଛତା ୬୦ ଫୁଟ । ମନ୍ଦିର ମଧ୍ୟରେ କୌଣସି ମୂର୍ତି ନ ଥିବା ବେଳ କାନ୍ଥ ଦେହରେ ବରାହ ନୃସିଂହ ଓ ହନୁମାନଙ୍କ ମୂର୍ତିମାନ ଉତ୍କୀର୍ଣ୍ଣ ହୋଇଛି । ତେଣୁ ଏହା ଏକ ବିଷ୍ଣୁ ମନ୍ଦିର ବୋଲି ପ୍ରତୀୟମାନ ହୁଏ । ବସ୍ତୁତଃ ପୋଡାଇଟାରେ ନିର୍ମିତ ଏହା ଓଡିଶାର ସର୍ବୋଚ୍ଚ ମନ୍ଦିର । କେତେକ ତଥ୍ୟରୁ ଜଣାଯାଏ ଯେ ଏଠାରେ ୭ ମାଇଲଦୈର୍ଘ୍ୟ ବିଶିଷ୍ଠ ଏକ ସମତଳ ପଡିଆଠାରେ ୩୨ଟି ପୋଖରୀ ଓ ୧୨୦ ଟି ମନ୍ଦିର ନିର୍ମିତ ହୋଇଥିଲା । ଏବେ ସେଗୁଡିକ ଧ୍ୱାଂସ ବିଶେଷ ମାତ୍ର ରହିଛି । ଏହିସ୍ଥାନରେ କେତେକ ବୌଦ୍ଧ ମୂର୍ତି ମିଳିଥିବାରୁ ଏଠାରେ ବୌଦ୍ଧ ଧର୍ମର ପ୍ରଭାବଥିବା ଜଣାଯାଏ । ଏଠାରେ ରାଣୀପୁର, ଝରିଏଲ୍, ବାହାବଲ, ବାଲିଖମାର ଓ କଅଁଶିଲ ନାମରେ ପାଂଚ ଖଣ୍ଡ ଗ୍ରାମ ଅବସ୍ଥିତ । ଐତିହାସିକ ମାନଙ୍କ ମତ ଅନୁସାରେ ସୁରମ୍ୟ ରାଜପ୍ରସାଦ ଓ ହର୍ମ୍ୟମାଳା ନିର୍ମିତ ହୋଇଥିଲା । ଝରିଏଲରେ ଝରଣା ଓ ସ୍ନାନାଗାର ଥିଲା । ବାହାବଲ ଗାଁରେ ସୈନ୍ୟ ସାମନ୍ତ ଓ ଅସ୍ତ୍ରାଗାର ଓ ବାଲିଖମାର ଗାଁରେ ରାଜାଙ୍କ ଶସ୍ୟ ଭଣ୍ଡାରଥିଲା । ଏବେ ତାହା ପ୍ରଚିନ କାଲ ଗର୍ଭ ଭିତରେ ବର୍ଥମାନ ତାହା ଲୀନ ହୋଇଯାଇଛି । ଏବଂ ପୂର୍ବସ୍ମୁତି ବହନ କରି ରହିଛି କେବଳ ଏହି ପାଂଚ ଖଣ୍ଡ ଗ୍ରାମ ।
ବର୍ତମାନ କେନ୍ଦ୍ର ସରକାର ଏହାକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇଥିବାବେଳେ ଏହା ଉପରେ ନିର୍ଭର କରି ପେଟ ପୋସୁ ଥିବା ଦୋକାନ ବଜାରୀ ମାନେ ସେଠାରେ ଜଦି ସ୍ଥାୟୀ ଷ୍ଟଲମାନ ନୋର୍ମାଣ କରାଗଲେ ଓ ସରକାରଙ୍କ ପକ୍ଷରୁ ହରିଶଙ୍କର ଯେଉଁଭଳି ବସର ଗମନା ଗମାନର ସୁବୁଧାରହିଛି । ରାଣୀପୁରଝରିଏଲକୁ ମଧ୍ୟ ଏକ ବସର ଗମନାଗମନ ସୁବିଧା ରହିଲେ ଆହୁରି ମଧ୍ୟ ରାଣିପୁର ଝରିଏଲ ଲୋକଲୋଚନକୁ ଆସିବ ବୋଲି ଦାବି ରଖିଛନ୍ତି ।ବଲାଙ୍ଗିରରୁ ପ୍ରଦୀପ୍ତ କୁମାର ମିଶ୍ରଙ୍କ ରିପୋର୍ଟ





