ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଦେବଗଡ଼:ପଞ୍ଚାୟତ ଡି଼ଗ୍ରୀ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା,ଅଣଛାତ୍ରଙ୍କ ହସ୍ତକ୍ଷେପ ଅଭିଯୋଗ, ଏବିଭିପି ଛାତ୍ରଛାତ୍ରୀଙ୍କ ରାସ୍ତାରୋକ

ଦେବଗଡ଼:ପଞ୍ଚାୟତ ଡି଼ଗ୍ରୀ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା,ଅଣଛାତ୍ରଙ୍କ ହସ୍ତକ୍ଷେପ ଅଭିଯୋଗ, ଏବିଭିପି ଛାତ୍ରଛାତ୍ରୀଙ୍କ ରାସ୍ତାରୋକ – ସମୀକ୍ଷା ଖବର

ସୁଦାମ ଚନ୍ଦ୍ର ବେହେରା/ଦେବଗଡ଼ ସାମ୍ବାଦିକ/ସମୀକ୍ଷା ନ୍ୟୁଜ:

ବାରକୋଟ ,ତା .14.10.2026 ଛାତ୍ର ସଂସଦ ନିର୍ବାଚନକୁ ନେଇ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ କଲା ପଞ୍ଚାୟତ ଡି଼ଗ୍ରୀ କଲେଜରେ ଉତ୍ତେଜନା ଦେଖାଦେଇଛି । ନିର୍ବାଚନ ପ୍ରଚାର ସମୟରେ ଅଣଛାତ୍ରଙ୍କ ହସ୍ତକ୍ଷେପକୁ ନେଇ ଏବିଭିପି ଏବଂ ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ମଧ୍ୟରେ ପାଟିତୁଣ୍ଡ ଅଭିଯୋଗ । କଲେଜରେ ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରଚାର ଚାଲିଥିବା ବେଳେ କିଛି ଅଣଛାତ୍ର ଆସି ପ୍ରଚାର କରୁଥିବା ଅଭିଯୋଗକୁ ନେଇ ଦୁଇ ଛାତ୍ର ସଂଗଠନ ମଧ୍ୟରେ ବିବାଦ ଉପୁଜିଥିଲା । ଏନେଇ ଏବିଭିପି ପକ୍ଷରୁ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଯାଇଥିଲେ ମଧ୍ୟ ଅଭିଯୋଗର ସମାଧାନ ନହେବାରୁ ଅସନ୍ତୋଷ ବଢ଼ିଥିବା କୁହାଯାଉଛି । ଏହାର ପ୍ରତିବାଦରେ ଏବିଭିପିର ଛାତ୍ରଛାତ୍ରୀ ମାନେ ୪୯ ନମ୍ବର ଜାତୀୟ ରାଜପଥକୁ କିଛି ସମୟ ପାଇଁ ଅବରୋଧ କରିଥିଲେ । ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଥିଲା । ଖବର ପାଇ ବାରକୋଟ ପୋଲିସ ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲେ । ପ୍ରଶାସନର ହସ୍ତକ୍ଷେପ ପରେ ରାସ୍ତାରୋକ ହଟିଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ, ଉଭୟ ଛାତ୍ର ସଂଗଠନ ମଧ୍ୟରେ ଉତ୍ତେଜନା ଦୂର କରିବା ଏବଂ ଶାନ୍ତି ବଜାୟ ରଖିବା ଉଦ୍ଦେଶ୍ୟରେ ଦୁଇ ଦଳ ର ଛାତ୍ର ଛାତ୍ରୀ ,ମାଜିଷ୍ଟ୍ରେଟ ପାୱାର ରେ ଥିବା ତହସିଲଦାର, ii c ବାରକୋଟ ଥାନା, ଏବଂ କଲେଜ କର୍ତୃପକ୍ଷ ଙ୍କୁ ନେଇ ଏକ ଶାନ୍ତି ବୈଠକ ହୋଇଯାଇଛି।

ଦେବଗଡ଼:ପଞ୍ଚାୟତ ଡି଼ଗ୍ରୀ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା,ଅଣଛାତ୍ରଙ୍କ ହସ୍ତକ୍ଷେପ ଅଭିଯୋଗ, ଏବିଭିପି ଛାତ୍ରଛାତ୍ରୀଙ୍କ ରାସ୍ତାରୋକ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନ ୨୦୨୭: ମାଷ୍ଟର ଟ୍ରେନର ଓ ନିର୍ବାଚନୀ ଅଧିକାରୀଙ୍କ ତାଲିମ ଶିବିର ଅନୁଷ୍ଠିତ