ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ତ୍ରିସ୍ତରୀୟ ପଞ୍ଚାୟତ ଓ ପୌରପରିଷଦ ନିର୍ବାଚନ ଭୋଟର ତାଲିକା ପ୍ରସ୍ତୁତି ପାଇଁ ପ୍ରଶିକ୍ଷଣ ଶିବିର

ତ୍ରିସ୍ତରୀୟ ପଞ୍ଚାୟତ ଓ ପୌରପରିଷଦ ନିର୍ବାଚନ ଭୋଟର ତାଲିକା ପ୍ରସ୍ତୁତି ପାଇଁ ପ୍ରଶିକ୍ଷଣ ଶିବିର – ସମୀକ୍ଷା ଖବର

ସୁଦାମ ଚନ୍ଦ୍ର ବେହେରା/ଦେବଗଡ଼ ସାମ୍ବାଦିକ/ସମୀକ୍ଷା ନ୍ୟୁଜ:

ଦେବଗଡ଼ ତା ୧୩./୧୦./ ମଙ୍ଗଳ ବାର : ରାଜ୍ୟରେ ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ଓ ପୌରପରିଷଦ ନିର୍ବାଚନ ଭୋଟର ତାଲିକା ପ୍ରସ୍ତୁତି ପାଇଁ ପ୍ରଶିକ୍ଷଣ ଶିବିର ଦେବଗଡ଼ ବାରକୋଟ ବ୍ଲକ ସମ୍ମିଳନୀ କକ୍ଷ ଓ ମିଶନ ଶକ୍ତି ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ହେମନ୍ତ ସିଂହଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଗୋଷ୍ଠି ଉନ୍ନୟନ ଅଧିକାରୀ, ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ , ପ୍ରମୁଖ ଯୋଗଦେଇ BLO ସୁପରର୍ଭାଇସର୍,BLO, ଅଙ୍ଗନୱାଡ଼ି ଆଶା ମାନଙ୍କୁ ଭୋଟର୍ ତାଲିକା ପ୍ରସ୍ତୁତି ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା। ଆସନ୍ତା ଅକ୍ଟୋବର ୨୬ ରୁ ନଭେମ୍ବର ୭ ପର୍ଯ୍ୟନ୍ତ ଘରକୁ ଘର ବୁଲି ଭୋଟର୍ ତାଲିକା ପ୍ରସ୍ତୁତି ଉପରେ ସବିଶେଷ ଆଲୋଚନା କରାଯାଇଥିଲା। ଭୋଟର ତାଲିକା ନିର୍ଭୁଲ ଓ ନିର୍ଦ୍ଧାରିତ ସମୟ ଭିତରେ ସାରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ତ୍ରିସ୍ତରୀୟ ପଞ୍ଚାୟତ ଓ ପୌରପରିଷଦ ନିର୍ବାଚନ ଭୋଟର ତାଲିକା ପ୍ରସ୍ତୁତି ପାଇଁ ପ୍ରଶିକ୍ଷଣ ଶିବିର – ସମୀକ୍ଷା

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଦେବଗଡ଼:ପଞ୍ଚାୟତ ଡି଼ଗ୍ରୀ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା,ଅଣଛାତ୍ରଙ୍କ ହସ୍ତକ୍ଷେପ ଅଭିଯୋଗ, ଏବିଭିପି ଛାତ୍ରଛାତ୍ରୀଙ୍କ ରାସ୍ତାରୋକ