ସୁଦାମ ଚନ୍ଦ୍ର ବେହେରା/ଦେବଗଡ଼ ସାମ୍ବାଦିକ/ସମୀକ୍ଷା ନ୍ୟୁଜ:
ସମ୍ବଲପୁର ରିଜନାଲ ମ୍ୟାନେଜର ଙ୍କ ଆହ୍ୱାନ କ୍ରମେ ଆଜି ଦେବଗଡ ଜିଲ୍ଲା ବାରକୋଟ ବ୍ଲକରେ ଓଡିଶା ଗ୍ରାମୀଣ ବ୍ୟାଙ୍କର ସ୍ୱୟଂ ସହାୟକ ଗୋଷ୍ଠୀ କୁ ନେଇ ଆଜି ମଧ୍ୟାହ୍ନ ସମୟରେ ବାରକୋଟ ବ୍ଲକ କଲା ଗ୍ରାମ ପଂଚାୟତରେ ଥିବା ଓଜିବି ବ୍ୟାଙ୍କର ନେତୃତ୍ୱରେ ସୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ନେଇ କଲା ଗ୍ରାମ ପଂଚାୟତରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କଲା ଓଜିବି ବ୍ୟାଙ୍କର ବ୍ୟାଙ୍କ ମ୍ୟାନେଜର ସମିୟ ପ୍ରସାଦ ପୋତି, ବ୍ୟାଙ୍କ ସହଯୋଗୀ ମିତ୍ର ଭାନୁ ରାଉତ, ଲିଡ଼ ଡିଷ୍ଟ୍ରିକ ମ୍ୟାନେଜର ଲଣିନି କାନ୍ତ ପଣ୍ଡା, ଏବଂ ବ୍ୟାଙ୍କ ମିତ୍ର ଉର୍ମିଳା ସାହୁ ତଥା ସମସ୍ତ କର୍ମୀଙ୍କ ସହଯୋଗେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମୁଖ୍ୟ ଓଜିବି ବ୍ୟାଙ୍କର ରିଜନାଲ ରେଭନୁ ମ୍ୟାନେଜର ସଂଜୀବ ମିଶ୍ର ସମ୍ବଲପୁର, ସଂତକ ରଞ୍ଜନ ମିଶ୍ର ଏଲ. ବି. ଓ ଆର ବି ଆଇ ଭୁବନେଶ୍ୱର, ଉପସ୍ଥିତ ରହି,ଅଭିଯାନରେ ଅନ୍ତର୍ଭୁକ୍ତ ବିଭିନ୍ନ ମୁଖ୍ୟ କାର୍ଯ୍ୟକ୍ରମର ଉଧେଶ୍ୟ ଗୁଡିକରେ ଗୋଷ୍ଠୀ ମହିଳାଙ୍କ ସହ ଆଲଚନା କରିଥିଲେ। ଯଥା ସାଇବର କ୍ରାଇମ, PMJJBY, PMSBY, APY, KYC ବିଭିନ୍ନ ଜୀବନ ବୀମା, ଏହିପରି ବିଭିନ୍ନ ଯୋଜନା ବିଷୟରେ ମଧ୍ୟ ସଚେତନତା କରାଇଥିଲେ।ଏହି ସଭାରେ ଗୋଷ୍ଠୀ ମହିଳା ମାନେ ଆଗାମୀ ଦିନରେ ବିଭିନ୍ନ ଠକେଇର ସ୍ୱୀକାର ନହୁଅନ୍ତି ଏହି ବାର୍ତ୍ତାକୁ ଗୁରୁତ୍ୱର ସହ ନେଇଥିଲେ। ଆଜିର ଏହି ସଭାରେ କଲା ପଂଚାୟତର 20ଗୋଟି ଗୋଷ୍ଠୀରୁ ଦୁଇଶହ ରୁ ଉର୍ଦ୍ଧ ମହିଳା ଉପସ୍ଥିତ ରହିଥିଲେ।






