ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୮ ମିନିଟ ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୧୫ ମିନିଟ ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୨୦ ମିନିଟ ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୨୪ ମିନିଟ ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୩୦ ମିନିଟ ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ ୩୮ ମିନିଟ ପୂର୍ବେBargarh Anganwadi workers outrage over the CDPO’s arbitrary: ସିଡିପିଓଙ୍କ ମନମୁଖୀ କାର୍ଯ୍ୟ ଓ ନିମ୍ନମାନର ପୋଷାକ ଯୋଗାଣକୁ ନେଇ ତାତିଲେ ବରଗଡ଼ ଅଙ୍ଗନୱାଡି କର୍ମୀ ଓ ସହାୟିକା ୪୧ ମିନିଟ ପୂର୍ବେChief Minister’s visit to Paradip: ମୁଖ୍ୟମନ୍ତ୍ରୀଙ୍କ ପାରାଦୀପ ଗ୍ରସ୍ତକୁ ନେଇ ପୁରା ସଜାଗ ପୋଲିସ୍ ପ୍ରଶାସନ ୪୫ ମିନିଟ ପୂର୍ବେRairangpur Postal Division: ରାଇରଙ୍ଗପୁର ଡାକମଣ୍ଡଳ ପକ୍ଷରୁ ସ୍ପର୍ଶ ଛାତ୍ରବୃତ୍ତି ଓ କର୍ମଚାରୀ ପୁରସ୍କାର ଘୋଷଣା ୪୮ ମିନିଟ ପୂର୍ବେCo-education system is failing: ବିଫଳ ହେଉଛି ସହଶିକ୍ଷା ବ୍ୟବସ୍ଥା, ସାଇଁକୁଳାରେ ରହିଛି ପୁଅ, ଝିଅଙ୍କ ପାଇଁ ପୃଥକ ପ୍ରାଥମିକ ବିଦ୍ୟାଳୟ ୫୨ ମିନିଟ ପୂର୍ବେObservance Annual Mines Safety : ଗୋରୁମହିଷାଣି ଲୌହଖଣିର ୪୪ତମ ବାର୍ଷିକ ଖଣି ସୁରକ୍ଷା ପକ୍ଷ ପାଳନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

Major setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା

Major setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା – ସମୀକ୍ଷା ଖବର

ଲାବୋରେଟୋରୀ ରିପୋର୍ଟରେ ସାତ ବୋତଲ ମଦ ଅସଲି; ଅଧିକାରୀଙ୍କ ଦାବି ଭୁଲ୍ ପ୍ରମାଣିତ ହେବା ପରେ ଉଠିଲା ସାଂଘାତିକ ପ୍ରଶ୍ନ

ଜିତେନ୍ଦ୍ର ରାଜ/କରଞ୍ଜିଆ ସାମ୍ବାଦିକ /ସମୀକ୍ଷା ନ୍ୟୁଜ:

ନକଲି ମଦ ଧରିବାକୁ ଯାଇଥିଲା ଅବକାରୀ ବିଭାଗ, ହେଲେ ଶେଷରେ ପରୀକ୍ଷାଗାର ରିପୋର୍ଟ ଖୋଲିଦେଲା ଅନ୍ୟ ଏକ ସତ୍ୟ! ନକଲି ମଦ ସନ୍ଦେହରେ କରଞ୍ଜିଆ ସହରର ଗୋଲେଇ ଛକସ୍ଥିତ ଦୁଷ୍ମନ୍ତ ବାର୍ ଆଣ୍ଡ ରେଷ୍ଟୁରାଣ୍ଟରୁ ଜବତ ହୋଇଥିବା ଦାମୀ ବ୍ରାଣ୍ଡର ସାତଟି ମଦ ବୋତଲର ପରୀକ୍ଷା ରିପୋର୍ଟରେ ମଦ ଅସଲି ଏବଂ ଅପମିଶ୍ରଣମୁକ୍ତ ବୋଲି ଉଲ୍ଲେଖ ଥିବା ଜଣାପଡ଼ିଛି। ଭୁବନେଶ୍ୱରସ୍ଥିତ ଡ୍ରଗ୍ ଟେଷ୍ଟିଂ ଆଣ୍ଡ କେମିକାଲ୍ ଲାବୋରେଟୋରୀର ଏହି ରିପୋର୍ଟ ଏବେ ସମଗ୍ର ଘଟଣାକୁ ନୂଆ ମୋଡ଼ ଦେଇଛି। ନକଲି ମଦ ନେଇ ଦୃଢ଼ ଦାବି କରୁଥିବା ଅବକାରୀ ଅଧିକାରୀଙ୍କ ଭୂମିକା ଏବେ ପ୍ରଶ୍ନଘେରକୁ ଆସିଛି। ଶନିବାର କରଞ୍ଜିଆ ଅବକାରୀ ଥାନା ଅଧିକାରୀ ରଶ୍ମିରଞ୍ଜନ ନାୟକ ଉକ୍ତ ପରୀକ୍ଷା ରିପୋର୍ଟକୁ ବାର୍ ମାଲିକାଣୀ ଯମୁନା ପରିଡ଼ାଙ୍କୁ ପ୍ରଦାନ କରିଛନ୍ତି। ରିପୋର୍ଟ ହସ୍ତଗତ ହେବା ପରେ ନକଲି ମଦ ଅଭିଯୋଗର ଆଧାର, ଚଢ଼ାଉର ଉଦ୍ଦେଶ୍ୟ ଓ ଅବକାରୀ ବିଭାଗର କାର୍ଯ୍ୟପ୍ରଣାଳୀକୁ ନେଇ ଏକାଧିକ ପ୍ରଶ୍ନ ଉଠିଛି।

ମାସିକିଆ ବଟି ଅଭିଯୋଗରୁ ଚଢ଼ାଉ, ଏବେ ରିପୋର୍ଟକୁ ନେଇ ବିବାଦ

Major setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା – ସମୀକ୍ଷା

ସୂଚନାଯୋଗ୍ୟ, ଏହି ଘଟଣା ପଛରେ ପୂର୍ବରୁ ମାସିକିଆ ବଟି ଦାବିକୁ ନେଇ ବିବାଦ ଥିବା ଅଭିଯୋଗ ହୋଇଥିଲା। ବାର୍ ମାଲିକାଣୀଙ୍କ ପୁଅ ସଞ୍ଜୟ ପରିଡ଼ାଙ୍କ ଅଭିଯୋଗ ଅନୁଯାୟୀ, ଦାବି ମୁତାବକ ଟଙ୍କା ନମିଳିବାରୁ ରାଇରଙ୍ଗପୁର ଅବକାରୀ ଉପଅଧୀକ୍ଷକ ସୌମ୍ୟରଞ୍ଜନ ବେହେରା ଆକ୍ରୋଶମୂଳକ ଭାବେ ବାର୍ ଉପରେ ଚଢ଼ାଉ କରିଥିଲେ। ବ୍ୟବସାୟିକ ପ୍ରତିଷ୍ଠାନ ଓ ପରିବାରର ସାମାଜିକ ସମ୍ମାନ କ୍ଷୁଣ୍ଣ କରିବା ଉଦ୍ଦେଶ୍ୟରେ ନକଲି ମଦର ଅଭିଯୋଗ ଛିଡ଼ା କରାଯାଇଥିବା ସେ ଦାବି କରିଥିଲେ। ସେତେବେଳେ ଅବକାରୀ ଉପଅଧୀକ୍ଷକ ସୌମ୍ୟରଞ୍ଜନ ବେହେରା ଜବତ ମଦ ନକଲି ବୋଲି ଦୃଢ଼ ଦାବି କରିଥିଲେ। ଏପରିକି ନିଜ ମୋବାଇଲ୍ ସ୍କାନରରେ ମଦ ବୋତଲଗୁଡ଼ିକୁ ଯାଞ୍ଚ କରି ନକଲି ବୋଲି କହିବା ସହ ଲାବୋରେଟୋରୀ ପରୀକ୍ଷାରେ ମଧ୍ୟ ତାହା ପ୍ରମାଣିତ ହେବ ବୋଲି ମତ ରଖିଥିଲେ। କିନ୍ତୁ ଏବେ ଆସିଥିବା ପରୀକ୍ଷା ରିପୋର୍ଟରେ ମଦ ଅସଲି ବୋଲି ଉଲ୍ଲେଖ ଥିବାରୁ ତାଙ୍କର ସେତେବେଳର ଦାବି ଓ ଯାଞ୍ଚ ପ୍ରକ୍ରିୟାର ବିଶ୍ୱସନୀୟତାକୁ ନେଇ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠିଛି।

୧୨ ତାରିଖରୁ ରିପୋର୍ଟ, ମାଲିକଙ୍କୁ ଦେବାରେ ବିଳମ୍ବ କାହିଁକି?

ଏହି ଘଟଣାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ପରୀକ୍ଷା ରିପୋର୍ଟ ପ୍ରଦାନରେ ବିଳମ୍ବ। ଗତ ୧୨ ତାରିଖରୁ ଲାବୋରେଟୋରୀ ରିପୋର୍ଟ ଆସିଥିବା ସତ୍ତ୍ୱେ ତାହା ବାର୍ କର୍ତ୍ତୃପକ୍ଷଙ୍କୁ ଜାଣିଶୁଣି ପ୍ରଦାନ କରାଯାଉନଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା। ଯଦି ରିପୋର୍ଟ ଆସିଯାଇଥିଲା, ତେବେ ଏହାକୁ ତୁରନ୍ତ ସମ୍ପୃକ୍ତ ପକ୍ଷଙ୍କୁ ଅବଗତ କରାଯାଇନଥିଲା କାହିଁକି? ରିପୋର୍ଟ ପ୍ରଦାନରେ ବିଳମ୍ବ ପଛରେ କେଉଁ କାରଣ ଥିଲା? ଏହା କେବଳ ପ୍ରଶାସନିକ ଅବହେଳା ନା ଅନ୍ୟ କିଛି? ଏସବୁର ନିରପେକ୍ଷ ତଦନ୍ତ ଆବଶ୍ୟକ ବୋଲି ମତ ପ୍ରକାଶ ପାଉଛି।

Major setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା – ସମୀକ୍ଷା

ବଦନାମ ହେଲା ବ୍ୟବସାୟ, କ୍ଷତି ଭରଣା କରିବ କିଏ?

ଦୀର୍ଘବର୍ଷ ଧରି କରଞ୍ଜିଆ ଅଞ୍ଚଳରେ ପରିଚିତ ଦୁଷ୍ମନ୍ତ ବାର୍ ଆଣ୍ଡ ରେଷ୍ଟୁରାଣ୍ଟ ଉପରେ ନକଲି ମଦ ବିକ୍ରିର ଅଭିଯୋଗ ଲାଗିବା ପରେ ବ୍ୟବସାୟିକ ପ୍ରତିଷ୍ଠା ଗୁରୁତର ଭାବେ ପ୍ରଭାବିତ ହୋଇଥିବା ମାଲିକାଣୀ ଯମୁନା ପରିଡ଼ା ଅଭିଯୋଗ କରିଛନ୍ତି। ଗ୍ରାହକଙ୍କ ମଧ୍ୟରେ ଭୁଲ୍ ଧାରଣା ସୃଷ୍ଟି ହେବା ସହ ପରିବାରର ସାମାଜିକ ସମ୍ମାନ ମଧ୍ୟ କ୍ଷୁଣ୍ଣ ହୋଇଛି ବୋଲି ସେ କହିଛନ୍ତି। ଏ ସମ୍ପର୍କରେ କରଞ୍ଜିଆ ଅବକାରୀ ଥାନା ଅଧିକାରୀ ରଶ୍ମିରଞ୍ଜନ ନାୟକଙ୍କ ପ୍ରତିକ୍ରିୟା ନିଆଯିବାରୁ ସେ କହିଥିଲେ ଯେ, ଚଢ଼ାଉ ଓ ନକଲି ମଦ ସନ୍ଦେହରେ ଜବତ ଘଟଣା ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷ ହିଁ ମତ ରଖିପାରିବେ। ସେ କେବଳ ଲାବୋରେଟୋରୀ ରିପୋର୍ଟଟି ବାର୍ ମାଲିକାଣୀଙ୍କୁ ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ରାଇରଙ୍ଗପୁର ଅବକାରୀ ଉପଅଧୀକ୍ଷକ ସୌମ୍ୟରଞ୍ଜନ ବେହେରାଙ୍କ ସହ ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଗ୍ରହଣ ନକରିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଏକ କୋଟି ଟଙ୍କାର ମାନହାନି ମାମଲା ପାଇଁ ପ୍ରସ୍ତୁତି

ଲାବୋରେଟୋରୀ ରିପୋର୍ଟ ହସ୍ତଗତ ହେବା ପରେ ଏହାର ଆଇନଗତ ତର୍ଜମା ଆରମ୍ଭ ହୋଇଛି। ନିଜ ବ୍ୟବସାୟକୁ ବଦନାମ କରିବା, ପରିବାରର ସମ୍ମାନହାନି କରିବା ଓ ଆର୍ଥିକ କ୍ଷତି ଘଟାଇବା ଅଭିଯୋଗରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଏକ କୋଟି ଟଙ୍କାର ମାନହାନି ମାମଲା ରୁଜୁ କରିବାକୁ ଆଇନଜୀବୀଙ୍କ ପରାମର୍ଶ ନିଆଯାଉଛି ବୋଲି ଯମୁନା ପରିଡ଼ା ପ୍ରକାଶ କରିଛନ୍ତି। ଖୁବ୍‌ଶୀଘ୍ର ଏ ଦିଗରେ ନିଷ୍ପତ୍ତି ନେଇ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସାତଟି ମଦ ବୋତଲକୁ ନକଲି ବୋଲି ସନ୍ଦେହ କରାଗଲା, ଅଧିକାରୀଙ୍କ ପକ୍ଷରୁ ଦୃଢ଼ ଦାବି ମଧ୍ୟ କରାଗଲା, କିନ୍ତୁ ପରୀକ୍ଷାଗାର ରିପୋର୍ଟରେ ମଦ ଅସଲି ବୋଲି ଉଲ୍ଲେଖ ହେଲା। ତେବେ ପ୍ରାଥମିକ ଯାଞ୍ଚରେ କେଉଁ ଆଧାରରେ ମଦକୁ ନକଲି କୁହାଯାଇଥିଲା? ମୋବାଇଲ୍ ସ୍କାନରର ତଥ୍ୟ ଓ ବୈଜ୍ଞାନିକ ପରୀକ୍ଷା ରିପୋର୍ଟ ମଧ୍ୟରେ ପାର୍ଥକ୍ୟ କାହିଁକି ରହିଲା? ରିପୋର୍ଟ ଆସିବା ପରେ ମଧ୍ୟ ତାହା ପ୍ରଦାନରେ ବିଳମ୍ବ ହେଲା କାହିଁକି? ଯଦି ଅଭିଯୋଗର ଆଧାର ଭୁଲ୍ ଥିଲା, ତେବେ ବ୍ୟବସାୟିକ ପ୍ରତିଷ୍ଠାର କ୍ଷତି ପାଇଁ ଦାୟିତ୍ୱ କିଏ ନେବ?

ଏବେ ପ୍ରଶ୍ନ କେବଳ ସାତଟି ମଦ ବୋତଲର ଅସଲି କି ନକଲି ହେବା ମଧ୍ୟରେ ସୀମିତ ନାହିଁ। ବରଂ ଅବକାରୀ ବିଭାଗର ଯାଞ୍ଚ ପ୍ରକ୍ରିୟା, ଅଧିକାରୀଙ୍କ ଦାବିର ବିଶ୍ୱସନୀୟତା ଓ ବିଭାଗୀୟ ଉତ୍ତରଦାୟିତ୍ୱକୁ ନେଇ ଏହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନିରପେକ୍ଷ ତଦନ୍ତ ହେବ ନା ମାମଲାଟି ଫାଇଲ୍ ଭିତରେ ଚାପି ହୋଇ ରହିଯିବ, ତାହା ଏବେ ଦେଖିବାକୁ ବାକି ରହିଲା।

Major setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Bargarh Anganwadi workers outrage over the CDPO’s arbitrary: ସିଡିପିଓଙ୍କ ମନମୁଖୀ କାର୍ଯ୍ୟ ଓ ନିମ୍ନମାନର ପୋଷାକ ଯୋଗାଣକୁ ନେଇ ତାତିଲେ ବରଗଡ଼ ଅଙ୍ଗନୱାଡି କର୍ମୀ ଓ ସହାୟିକା