ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୪ ମିନିଟ ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୮ ମିନିଟ ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୧୪ ମିନିଟ ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ ୨୨ ମିନିଟ ପୂର୍ବେBargarh Anganwadi workers outrage over the CDPO’s arbitrary: ସିଡିପିଓଙ୍କ ମନମୁଖୀ କାର୍ଯ୍ୟ ଓ ନିମ୍ନମାନର ପୋଷାକ ଯୋଗାଣକୁ ନେଇ ତାତିଲେ ବରଗଡ଼ ଅଙ୍ଗନୱାଡି କର୍ମୀ ଓ ସହାୟିକା ୨୫ ମିନିଟ ପୂର୍ବେChief Minister’s visit to Paradip: ମୁଖ୍ୟମନ୍ତ୍ରୀଙ୍କ ପାରାଦୀପ ଗ୍ରସ୍ତକୁ ନେଇ ପୁରା ସଜାଗ ପୋଲିସ୍ ପ୍ରଶାସନ ୨୯ ମିନିଟ ପୂର୍ବେRairangpur Postal Division: ରାଇରଙ୍ଗପୁର ଡାକମଣ୍ଡଳ ପକ୍ଷରୁ ସ୍ପର୍ଶ ଛାତ୍ରବୃତ୍ତି ଓ କର୍ମଚାରୀ ପୁରସ୍କାର ଘୋଷଣା ୩୨ ମିନିଟ ପୂର୍ବେCo-education system is failing: ବିଫଳ ହେଉଛି ସହଶିକ୍ଷା ବ୍ୟବସ୍ଥା, ସାଇଁକୁଳାରେ ରହିଛି ପୁଅ, ଝିଅଙ୍କ ପାଇଁ ପୃଥକ ପ୍ରାଥମିକ ବିଦ୍ୟାଳୟ ୩୬ ମିନିଟ ପୂର୍ବେObservance Annual Mines Safety : ଗୋରୁମହିଷାଣି ଲୌହଖଣିର ୪୪ତମ ବାର୍ଷିକ ଖଣି ସୁରକ୍ଷା ପକ୍ଷ ପାଳନ ୪୨ ମିନିଟ ପୂର୍ବେYoung Generation Online Gambling: ଅନ୍‌ଲାଇନ୍ ଜୁଆ ନିଶାରେ ସର୍ବସ୍ୱାନ୍ତ ଯୁବପିଢ଼ି ୧ ଘଣ୍ଟା ପୂର୍ବେChild Marriage Awareness : ଶୁଲ୍ଲିମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାଲ୍ୟବିବାହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି ବରଗଡ଼ କେନ୍ଦୁଝର

Demand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ

Demand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ – ସମୀକ୍ଷା ଖବର

ମହେଶ୍ୱର ଡିଗାଲ /ସବ ଡିଭିଜନାଲ ସାମ୍ବାଦିକ /ସମୀକ୍ଷା ନିୟୁଜ :


ବାଲିଗୁଡ଼ା, 21/11/26 – କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ଦାଦନ ଶ୍ରମିକଙ୍କ ଦୁଃଖଦ ମୃତ୍ୟୁ ଘଟଣା ଚିନ୍ତାର କାରଣ ପାଲଟିଛି। ପରିବାରର ଆର୍ଥିକ ଅନଟନ ଓ ବେକାରୀ ସମସ୍ୟା ଯୋଗୁଁ ନିଜ ଭିଟାମାଟି ଛାଡ଼ି ଅନ୍ୟ ରାଜ୍ୟକୁ କାମ କରିବାକୁ ଯାଉଥିବା ଶ୍ରମିକମାନଙ୍କ ଜୀବନ ଏବେ ଅନିଶ୍ଚିତତା ମଧ୍ୟରେ ରହିଛି। ନିକଟରେ କ.ନୂଆଗାଁ ବ୍ଲକ ଲେତିଙ୍ଗିଆ ପଞ୍ଚାୟତର କିଲୁପାଙ୍ଗା ଗ୍ରାମର ୨୨ ବର୍ଷୀୟ ଯୁବକ ଆଖନ ଦିଗାଲଙ୍କ ତାମିଲନାଡୁରେ ମୃତ୍ୟୁ ଘଟଣା ପୁଣିଥରେ ଦାଦନ ସମସ୍ୟାକୁ ସାମ୍ନାକୁ ଆଣିଛି। ଯେଉଁ ବୟସରେ ଯୁବକମାନେ ନିଜ ଗାଁ ଓ ଜିଲ୍ଲାରେ ରହି ପରିବାରର ଭବିଷ୍ୟତ ଗଢ଼ିବା କଥା, ସେହି ବୟସରେ ରୋଜଗାର ପାଇଁ ହଜାର ହଜାର କିଲୋମିଟର ଦୂରକୁ ଯାଇ ଜୀବନ ହରାଉଛନ୍ତି।
ଏଭଳି ଘଟଣା କେବଳ ଗୋଟିଏ ପରିବାରର ଦୁଃଖ ନୁହେଁ, ଏହା ସମଗ୍ର କନ୍ଧମାଳ ଜିଲ୍ଲାର ବେକାରୀ, ଜୀବିକା ଓ ଶିଳ୍ପ ବିକାଶର ଅଭାବକୁ ନେଇ ଏକ ବଡ଼ ପ୍ରଶ୍ନ ସୃଷ୍ଟି କରୁଛି।
ନିଶାମୁକ୍ତ ଅଭିଯାନ ଭଳି ଦାଦନମୁକ୍ତ ଅଭିଯାନ ଚାଲୁ କରନ୍ତୁ ସରକାର ଓଡ଼ିଶା ସରକାର ଯେପରି ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ଅଭିଯାନ ଚଳାଇଛନ୍ତି, ସେହିପରି କନ୍ଧମାଳ ଜିଲ୍ଲାକୁ ଦାଦନ ଶ୍ରମିକ ସମସ୍ୟାରୁ ମୁକ୍ତ କରିବା ପାଇଁ ଏକ ସ୍ୱତନ୍ତ୍ର ଦାଦନମୁକ୍ତ କନ୍ଧମାଳ ଅଭିଯାନ ଆରମ୍ଭ କରିବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ଉଠିଛି।
କେବଳ ଦାଦନ ଶ୍ରମିକଙ୍କ ପଞ୍ଜୀକରଣ କିମ୍ବା ବାହାର ରାଜ୍ୟରେ ମୃତ୍ୟୁ ପରେ ମରଶରୀର ଫେରାଇ ଆଣିବା ବ୍ୟବସ୍ଥା କଲେ ଏହି ସମସ୍ୟାର ସ୍ଥାୟୀ ସମାଧାନ ହେବ ନାହିଁ। ଏଥିପାଇଁ ଜିଲ୍ଲାରେ ରୋଜଗାରର ସ୍ଥାୟୀ ସୁଯୋଗ ସୃଷ୍ଟି କରିବା ଅତ୍ୟନ୍ତ ଜରୁରୀ।

Demand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ – ସମୀକ୍ଷା


କନ୍ଧମାଳରେ କଳକାରଖାନା ଓ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ହେଉ
କନ୍ଧମାଳ ଜିଲ୍ଲାରେ କୃଷିଭିତ୍ତିକ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ କାରଖାନା, ହଳଦୀ ଓ ଅଦା ପ୍ରକ୍ରିୟାକରଣ କେନ୍ଦ୍ର, ଜଙ୍ଗଲଜାତ ଦ୍ରବ୍ୟର ମୂଲ୍ୟବୃଦ୍ଧି କେନ୍ଦ୍ର, ହସ୍ତଶିଳ୍ପ ଓ ହସ୍ତତନ୍ତ ଶିଳ୍ପ, ପର୍ଯ୍ୟଟନଭିତ୍ତିକ ନିଯୁକ୍ତି କେନ୍ଦ୍ର ଏବଂ ଛୋଟ ବଡ଼ ଶିଳ୍ପାନୁଷ୍ଠାନ ସ୍ଥାପନ କରାଯାଉ।
ଏହାଦ୍ୱାରା ଯୁବକଯୁବତୀମାନେ ନିଜ ଜିଲ୍ଲାରେ ରହି ରୋଜଗାର କରିପାରିବେ। ମହିଳାମାନଙ୍କ ପାଇଁ ମଧ୍ୟ ସ୍ୱୟଂସହାୟକ ଗୋଷ୍ଠୀ ଓ କ୍ଷୁଦ୍ର ଶିଳ୍ପ ମାଧ୍ୟମରେ ଆତ୍ମନିଯୁକ୍ତି ସୃଷ୍ଟି ହୋଇପାରିବ।
ଜନସାଧାରଣଙ୍କ ପକ୍ଷରୁ ସରକାରଙ୍କ ନିକଟରେ ଦାବି
୧. କନ୍ଧମାଳ ଜିଲ୍ଲାରେ ଦାଦନ ଶ୍ରମିକ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସ୍ୱତନ୍ତ୍ର ଦାଦନମୁକ୍ତ ଅଭିଯାନ ଆରମ୍ଭ କରାଯାଉ।
୨. ପ୍ରତ୍ୟେକ ବ୍ଲକରେ ସ୍ଥାନୀୟ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରାଯାଉ।
୩. କନ୍ଧମାଳରେ ନୂତନ କଳକାରଖାନା ଓ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ପାଇଁ ସ୍ୱତନ୍ତ୍ର ଶିଳ୍ପ ଯୋଜନା ପ୍ରସ୍ତୁତ କରାଯାଉ।
୪. ବାହାର ରାଜ୍ୟକୁ କାମ କରିବାକୁ ଯାଉଥିବା ଶ୍ରମିକଙ୍କ ପଞ୍ଜୀକରଣ, ସୁରକ୍ଷା ଓ ପରିବାର ସହ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ କରାଯାଉ।
୫. ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଲେ ତୁରନ୍ତ ମରଶରୀର ଫେରାଇ ଆଣିବା ସହ ଅସହାୟ ପରିବାରକୁ ଆର୍ଥିକ ସହାୟତା ଦିଆଯାଉ।
୬. କନ୍ଧମାଳ ଜିଲ୍ଲାର ଯୁବକଯୁବତୀଙ୍କୁ ଦକ୍ଷତା ବିକାଶ ଓ ସ୍ଥାନୀୟ ନିଯୁକ୍ତି ସହ ଯୋଡ଼ାଯାଉ।
ସରକାରଙ୍କୁ ଜନସାଧାରଣଙ୍କ ପ୍ରଶ୍ନ- କନ୍ଧମାଳ ଜିଲ୍ଲାର ଯୁବକମାନେ ନିଜ ଜନ୍ମମାଟି ଛାଡ଼ି ଅନ୍ୟ ରାଜ୍ୟକୁ କାହିଁକି ଯିବେ? ନିଜ ଜିଲ୍ଲାରେ କାମ କରିବାର ସୁଯୋଗ କେବେ ସୃଷ୍ଟି ହେବ? ବିକାଶର ନାରା ଦେଉଥିବା ସରକାର କନ୍ଧମାଳର ବେକାର ଯୁବକଯୁବତୀଙ୍କ ପାଇଁ କେବେ ସ୍ଥାୟୀ ରୋଜଗାର ବ୍ୟବସ୍ଥା କରିବେ?
ଜନସାଧାରଣଙ୍କ ସ୍ପଷ୍ଟ ଦାବି—କନ୍ଧମାଳର ଲୋକଙ୍କୁ କେବଳ ସହାୟତା ନୁହେଁ, କାମ ଦରକାର। ଦାଦନ ଯିବାର ବାଧ୍ୟତା ନୁହେଁ, ନିଜ ମାଟିରେ ରହି ସମ୍ମାନର ସହ ବଞ୍ଚିବାର ଅଧିକାର ଦରକାର। ଓଡ଼ିଶା ସରକାର, କନ୍ଧମାଳ ଜିଲ୍ଲା ପ୍ରଶାସନ, ଶ୍ରମ ବିଭାଗ ଓ ଶିଳ୍ପ ବିଭାଗ ଏହି ଜନସ୍ୱାର୍ଥମୂଳକ ଦାବିକୁ ଗୁରୁତ୍ୱର ସହ ଗ୍ରହଣ କରି ତୁରନ୍ତ ଠୋସ୍ ପଦକ୍ଷେପ ନିଅନ୍ତୁ। କନ୍ଧମାଳକୁ ଦାଦନମୁକ୍ତ କରିବା ହେଉ ଆଜିର ସମୟର ସବୁଠାରୁ ବଡ଼ ଜନସ୍ୱାର୍ଥମୂଳକ ଦାବି।

Demand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Baliguda Public Relations Department office deplorable Condition: ବାଲିଗୁଡ଼ା ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟର ଦୟନୀୟ ଅବସ୍ଥା