ମୁଖ୍ୟ ବିଷୟକୁ ଯାଆନ୍ତୁ
ଶନିବାର, ୨୧ ନଭେମ୍ବର ୨୦୨୬
News Update
ଏବେCyclone Shelters & Review Meeting: ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ ଓ ସମୀକ୍ଷା ବୈଠକ ୧୩ ମିନିଟ ପୂର୍ବେMalkangiri Rehabilitation & Protection of Children: ମାଲକାନଗିରିର ଚାରି ପିତୃମାତୃହୀନ ଶିଶୁଙ୍କ ଥଇଥାନ ଓ ସୁରକ୍ଷା ୨୧ ମିନିଟ ପୂର୍ବେHelpless lives on the highway: ରାଜପଥ ଉପରେ ଅସହାୟ ଜୀବନ, ସରକାରଙ୍କ ଦୃଷ୍ଟିପଡିବ କେବେ ? ୩୧ ମିନିଟ ପୂର୍ବେBaliguda Public Relations Department office deplorable Condition: ବାଲିଗୁଡ଼ା ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟର ଦୟନୀୟ ଅବସ୍ଥା ୪୮ ମିନିଟ ପୂର୍ବେRoad construction India ranks second world: ରାସ୍ତା ନିର୍ମାଣରେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ଭାରତ ୫୮ ମିନିଟ ପୂର୍ବେBollywood actress Nora Fatehi ₹200 crore fraud case: ଅଡୁଆରେ ବଲିଉଡ୍ ଅଭିନେତ୍ରୀ ନୋରା ଫତେହି! ₹୨୦୦ କୋଟି ଠକେଇ ମାମଲାରେ କୋର୍ଟରେ ହାଜର ୧ ଘଣ୍ଟା ପୂର୍ବେGaisima Health Awareness Camp: ଗାଇସୀମାରେ ଆୟୁଷ ସ୍ବାସ୍ଥ୍ୟ ସଚେତନତା ଶିବିର ୧ ଘଣ୍ଟା ପୂର୍ବେPanchapidha Women’s College Sexual Harassment Program: ପାଞ୍ଚପିଢ଼ ମହିଳା ମହାବିଦ୍ୟାଳୟରେ ଯୌନ ଉତ୍ପୀଡ଼ନ ନିରୋଧ ସଚେତନତା କାର୍ଯ୍ୟକ୍ରମ ୧ ଘଣ୍ଟା ପୂର୍ବେZero Casualties evacuation process intensified: ଜିରୋ କାଜୁଆଲିଟିକୁ ପ୍ରଶାସନ ଗୁରୁତ୍ୱ, ସ୍ଥାନାନ୍ତର ପ୍ରକ୍ରିୟା ଜୋରଦାର ୧ ଘଣ୍ଟା ପୂର୍ବେCyclone Akvan Weather department issues: ବାତ୍ୟା ଅକଭାନ କୁ ନେଇ ପାଣିପାଗ ବିଭାଗର ସତର୍କ ସୂଚ଼ନା
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ମାଲକାନଗିରି ଖୋର୍ଦ୍ଧା କେନ୍ଦୁଝର ବରଗଡ଼ ନବରଙ୍ଗପୁର

Baliguda Public Relations Department office deplorable Condition: ବାଲିଗୁଡ଼ା ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟର ଦୟନୀୟ ଅବସ୍ଥା

Baliguda Public Relations Department office deplorable Condition: ବାଲିଗୁଡ଼ା ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟର ଦୟନୀୟ ଅବସ୍ଥା – ସମୀକ୍ଷା ଖବର

ମହେଶ୍ୱର ଡିଗାଲ /ସବ ଡିଭିଜନାଲ ସାମ୍ବାଦିକ / ସମୀକ୍ଷା ନ୍ୟୁଜ :

ଅଫିସକୁ ଯିବା ପାଇଁ ନାହିଁ ରାସ୍ତା, ଚାରିପାଖେ ଅପରିଷ୍କାର ପରିବେଶ; ପ୍ରଶାସନର ଦୃଷ୍ଟି ଆକର୍ଷଣ କଲେ ସାମ୍ବାଦିକ

ବାଲିଗୁଡ଼ା: ତା 21/11 /26 :କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ସହରରେ ଅବସ୍ଥିତ ଲୋକ ସମ୍ପର୍କ ବିଭାଗର କାର୍ଯ୍ୟାଳୟର ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି। ସାମ୍ବାଦିକ ଓ ସାଧାରଣ ଲୋକଙ୍କୁ ସରକାରୀ ସୂଚନା ଯୋଗାଇବା ସହିତ ଗଣମାଧ୍ୟମ ଓ ପ୍ରଶାସନ ମଧ୍ୟରେ ସମନ୍ୱୟ ରକ୍ଷା କରୁଥିବା ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ଆଜି ନିଜେ ଅବହେଳାର ଶିକାର ହୋଇଛି। ବାଲିଗୁଡ଼ା କଲେଜ ସମ୍ମୁଖରେ ଅବସ୍ଥିତ ଏହି କାର୍ଯ୍ୟାଳୟକୁ ଯିବା ପାଇଁ ଉପଯୁକ୍ତ ରାସ୍ତାଟିଏ ନାହିଁ। ଅଫିସ୍‌ ସମ୍ମୁଖ ଓ ଚାରିପାଖରେ ଘାସ, ଅନାବନା ଗଛଲତା, ବାଲି ଓ ଆବର୍ଜନା ଭରି ରହିଛି। ଏପରିକି ଉକ୍ତ ସ୍ଥାନରେ ଲୋକମାନେ ଖୋଲାରେ ମଳମୂତ୍ର ତ୍ୟାଗ କରୁଥିବାରୁ ପରିବେଶ ଅତ୍ୟନ୍ତ ଅପରିଷ୍କାର ଓ ଦୁର୍ଗନ୍ଧମୟ ହୋଇପଡ଼ିଛି ଫଳରେ ଅଫିସକୁ ଆସୁଥିବା ସାମ୍ବାଦିକ, କର୍ମଚାରୀ ଓ ସାଧାରଣ ଲୋକ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Baliguda Public Relations Department office deplorable Condition: ବାଲିଗୁଡ଼ା ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟର ଦୟନୀୟ ଅବସ୍ଥା – ସମୀକ୍ଷା

ସେହିପରି ଅଫିସ୍‌ ନିକଟରେ ବିଭିନ୍ନ ସରକାରୀ ହୋର୍ଡିଂ ଲଗାଯାଇଥିଲେ ମଧ୍ୟ ଏହାର ଚାରିପାଖର ସଫେଇ ଓ ଯାତାୟାତ ବ୍ୟବସ୍ଥା ପ୍ରତି ଆବଶ୍ୟକ ଦୃଷ୍ଟି ଦିଆଯାଇନାହିଁ। ଏହି ସମସ୍ୟା ସମ୍ପର୍କରେ ପୂର୍ବରୁ ଅନେକଥର ସାମ୍ବାଦିକମାନେ ଖବର ପ୍ରକାଶ କରିବା ସହ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ସମସ୍ୟାର କୌଣସି ସ୍ଥାୟୀ ସମାଧାନ ହୋଇନଥିବାରୁ ସାମ୍ବାଦିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏଣୁ ବାଲିଗୁଡ଼ା ଉପଜିଲ୍ଲାପାଳ, କନ୍ଧମାଳ ଜିଲ୍ଲାପାଳ ଏବଂ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ଏହି ସମସ୍ୟାକୁ ଗୁରୁତ୍ୱର ସହ ନେଇ ତୁରନ୍ତ କାର୍ଯ୍ୟାଳୟକୁ ଯିବା ପାଇଁ ଏକ ସୁବିଧାଜନକ ରାସ୍ତା ନିର୍ମାଣ, ଅଫିସ୍‌ ପରିସରର ସଫେଇ ଏବଂ ମଳମୂତ୍ର ତ୍ୟାଗ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାମ୍ବାଦିକ ମହଲରୁ ଦୃଢ଼ ଦାବି ହେଉଛି। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ପରିଚିତ ଗଣମାଧ୍ୟମ ଓ ସାମ୍ବାଦିକମାନଙ୍କ ସହ ସିଧାସଳଖ ଜଡ଼ିତ ଲୋକ ସମ୍ପର୍କ ବିଭାଗର କାର୍ଯ୍ୟାଳୟ ଯଦି ଏପରି ଅବହେଳିତ ଅବସ୍ଥାରେ ରହିବ, ତେବେ ଏହା ନିଶ୍ଚିତ ଭାବେ ପ୍ରଶାସନିକ ବ୍ୟବସ୍ଥା ପ୍ରତି ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ତେଣୁ ଆଉ ବିଳମ୍ବ ନକରି ଜିଲ୍ଲା ପ୍ରଶାସନ ତୁରନ୍ତ ଏହାର ସମାଧାନ କରିବାକୁ ଦାବି ହେଉଛି।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Panchapidha Women’s College Sexual Harassment Program: ପାଞ୍ଚପିଢ଼ ମହିଳା ମହାବିଦ୍ୟାଳୟରେ ଯୌନ ଉତ୍ପୀଡ଼ନ ନିରୋଧ ସଚେତନତା କାର୍ଯ୍ୟକ୍ରମ