ସାନନ୍ଦ ମହାପାତ୍ର / ସ୍ଵତନ୍ତ୍ର ପ୍ରତିନିଧି/ ବରଗଡ/ ସମୀକ୍ଷା ନ୍ୟୁଜ:
ବରଗଡ: ବରଗଡ ବ୍ଲକ୍ ଅନ୍ତର୍ଗତ ଗାଇସୀମା ଗ୍ରାମରେ ରାଜୀବ ସେବାକେନ୍ଦ୍ରରେଠାରେ ସମନ୍ୱିତ ଆୟୁଷ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆୟୁର୍ବେଦ ଚିକିତ୍ସାଧିକାରୀ ଡ଼ା. ଲକ୍ଷ୍ମୀପ୍ରିୟା ବେହେରା ଓ ଜିଲ୍ଲା ହୋମିଓପାଥିକ ଚିକିତ୍ସାଧିକାରି ଡ଼ା. ସୁବୋଧ ସାହୁ ଶିବିରକୁ ଉଦ୍ଘାଟନ କରିଥିଲେ। ଶିବିରରେ ସରପଞ୍ଚ ଧିରନ ମହାପାତ୍ର ମୁଖ୍ୟ ଅତିଥି, ବରିଷ୍ଠ ନ ଏସ ନାଗରିକ ଥବିର ସାହୁ ଓ ଘନଶ୍ୟାମ ସାହୁ ସମ୍ମାନିତ ଅତିଥି, ଡ଼ା.ମୋହନ ଭୋଇ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଡ଼ା. ବେହେରା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡ଼ା. ରବୀନ୍ଦ୍ରନାଥ ପ୍ରଧାନ, ଡ଼ା. ରମେଶ ପୋଢ଼,ଡ଼ା. ସନ୍ତୋଷିନି ପରୁଆ ଆୟୁର୍ବେଦ ଚିକିତ୍ସା ଏବଂ ଡ଼ା. ସସ୍ମିତା ପାତ୍ର, ଡ଼ା. ଶିଳ୍ପା ପଟ୍ଟନାୟକ ରୋଗୀଙ୍କୁ ହୋମିଓପାଥିକ ଚିକିତ୍ସା କରିଥିଲେ। ଯୋଗ ଶିକ୍ଷକ ତାପସ ପ୍ରଧାନ ଲୋକଙ୍କୁ ଯୋଗଶିକ୍ଷା ପ୍ରଦାନ କରିଥିଲେ। ଗାଇସୀମା ଆୟୁର୍ବେଦ ଚିକିତ୍ସାଧିକାରି ଡ଼ା. ରମ୍ୟସିଲା ସୁରେଶ୍ଵରୀ ସଭା ଓ ଶିବିର ପରିଚାଳନା କରିଥିଲେ। ଗାଇସୀମା ସ୍ବାସ୍ଥ୍ୟ ଉପକେନ୍ଦ୍ରର ସ୍ବାସ୍ଥ୍ୟ ଅଧିକାରୀ ଉଷାରାଣୀ ରଥ, ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀ, ଆୟୁଷ ସହାୟକ, ମଧୁମେୟ ଓ ରକ୍ତ ପରୀକ୍ଷାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ୪୫୦ ରୁ ଅଧିକ ରୋଗୀ ଚିକିତ୍ସା ସେବା ଓ ସଚେତନତା ର ଲାଭ ନେଇଥିଲେ। ଲୋକଙ୍କୁ ଅଣସଂକ୍ରାମକ ରୋଗରୁ କିପରି ଦୂରେଇ ରଖାଯାଇପାରିବ ସେ ବିଷୟରେ ବାର୍ତ୍ତା ପ୍ରଦାନ କରାଯାଇଥିଲା






