ମୁଖ୍ୟ ବିଷୟକୁ ଯାଆନ୍ତୁ
ଶନିବାର, ୨୧ ନଭେମ୍ବର ୨୦୨୬
News Update
୧ ମିନିଟ ପୂର୍ବେCyclone Shelters & Review Meeting: ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ ଓ ସମୀକ୍ଷା ବୈଠକ ୧୩ ମିନିଟ ପୂର୍ବେMalkangiri Rehabilitation & Protection of Children: ମାଲକାନଗିରିର ଚାରି ପିତୃମାତୃହୀନ ଶିଶୁଙ୍କ ଥଇଥାନ ଓ ସୁରକ୍ଷା ୨୨ ମିନିଟ ପୂର୍ବେHelpless lives on the highway: ରାଜପଥ ଉପରେ ଅସହାୟ ଜୀବନ, ସରକାରଙ୍କ ଦୃଷ୍ଟିପଡିବ କେବେ ? ୩୧ ମିନିଟ ପୂର୍ବେBaliguda Public Relations Department office deplorable Condition: ବାଲିଗୁଡ଼ା ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟର ଦୟନୀୟ ଅବସ୍ଥା ୪୮ ମିନିଟ ପୂର୍ବେRoad construction India ranks second world: ରାସ୍ତା ନିର୍ମାଣରେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ଭାରତ ୫୮ ମିନିଟ ପୂର୍ବେBollywood actress Nora Fatehi ₹200 crore fraud case: ଅଡୁଆରେ ବଲିଉଡ୍ ଅଭିନେତ୍ରୀ ନୋରା ଫତେହି! ₹୨୦୦ କୋଟି ଠକେଇ ମାମଲାରେ କୋର୍ଟରେ ହାଜର ୧ ଘଣ୍ଟା ପୂର୍ବେGaisima Health Awareness Camp: ଗାଇସୀମାରେ ଆୟୁଷ ସ୍ବାସ୍ଥ୍ୟ ସଚେତନତା ଶିବିର ୧ ଘଣ୍ଟା ପୂର୍ବେPanchapidha Women’s College Sexual Harassment Program: ପାଞ୍ଚପିଢ଼ ମହିଳା ମହାବିଦ୍ୟାଳୟରେ ଯୌନ ଉତ୍ପୀଡ଼ନ ନିରୋଧ ସଚେତନତା କାର୍ଯ୍ୟକ୍ରମ ୧ ଘଣ୍ଟା ପୂର୍ବେZero Casualties evacuation process intensified: ଜିରୋ କାଜୁଆଲିଟିକୁ ପ୍ରଶାସନ ଗୁରୁତ୍ୱ, ସ୍ଥାନାନ୍ତର ପ୍ରକ୍ରିୟା ଜୋରଦାର ୧ ଘଣ୍ଟା ପୂର୍ବେCyclone Akvan Weather department issues: ବାତ୍ୟା ଅକଭାନ କୁ ନେଇ ପାଣିପାଗ ବିଭାଗର ସତର୍କ ସୂଚ଼ନା
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ମାଲକାନଗିରି ଖୋର୍ଦ୍ଧା କେନ୍ଦୁଝର ବରଗଡ଼ ନବରଙ୍ଗପୁର

Zero Casualties evacuation process intensified: ଜିରୋ କାଜୁଆଲିଟିକୁ ପ୍ରଶାସନ ଗୁରୁତ୍ୱ, ସ୍ଥାନାନ୍ତର ପ୍ରକ୍ରିୟା ଜୋରଦାର

Zero Casualties evacuation process intensified: ଜିରୋ କାଜୁଆଲିଟିକୁ ପ୍ରଶାସନ ଗୁରୁତ୍ୱ, ସ୍ଥାନାନ୍ତର ପ୍ରକ୍ରିୟା ଜୋରଦାର – ସମୀକ୍ଷା ଖବର

ଅଜିତ ପଣ୍ଡା /ଗଞ୍ଜାମ ସାମ୍ବାଦିକ /ସମୀକ୍ଷା ନ୍ୟୁଜ:

ଶେରଗଡ ୧୯/୧୧ ଗଞ୍ଜାମ ବାସୀ ପୁଣି ଏକ ବନ୍ୟା କୁ ସାମନା କରୁଛନ୍ତି। ଶେରଗଡ ବ୍ଲକର ପ୍ରାୟ ୧୧ ଟି ପଞ୍ଚାୟତ ‘ଅର୍ଣବ’ ବାତ୍ୟା ରେ ପ୍ରଭାବିତ ହେବା ସହିତ ସମସ୍ତ ପ୍ରକାର କ୍ଷତି ର ସାମନା କରିଥିଲେ। ଲୋକ ଙ୍କୁ କ୍ଷତିପୂରଣ ଦିଆଯିବା ପ୍ରକ୍ରିୟା ଜାରି ରହିଛି। ଶେରଗଡ ବ୍ଲକର ବର୍ତ୍ତମାନ ର ଭୌଗୋଳିକ ସ୍ଥିତି ଏବଂ ଉଜୁଡା କ୍ଷେତ ର ସ୍ଥିତି ସୂଚାଇ ଦେଉଛି ଗତ ବନ୍ୟା ର ଭୟାବହତା। ବନ୍ୟା ପାଣି କମିବା ପରେ ଚାଷୀ ଉଜୁଡା କ୍ଷେତ ରୁ ଧାନ ସାଉଁଁଟୁ ଥିବା ବେଳେ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବାତ୍ୟା ‘ଅକ୍ବାନ’ ଜନିତ ବର୍ଷା ଯଦି ଅଧିକ ହୁଏ ଚାଷୀ ଅମଳ ଆଶା ଛାଡି ପାଚିଲା ଧାନ ରେ ମୋହି ଦେବା ହିଁ ସାର ହେବ। ପାଣିପାଗ ବିଭାଗର ସୂଚନା ରହିଛି ଯେ,ବାତ୍ୟା ଧିରେ ଧିରେ ଉଗ୍ର ରୂପ ଧାରଣ କରିବ ଏବଂ ଗଞ୍ଜାମ ରେ ସ୍ଥଳ ଭାଗ ଛୁଈଁବା ପରେ ତାଣ୍ଡବ ରଚିବ। ଏହାକୁ ନେଇ ଶେରଗଡ ବ୍ଲକ ପ୍ରଶାସନ ଜିରୋ କାଜୁଆଲିଟି କୁ ଗୁରୁତ୍ୱ ଦେଇ ବିଡିଓ ସୁଶ୍ରୀ ତୃପ୍ତିମୟୀ ଜେନା, ତହସିଲଦାର ତ୍ରିଦେବ ରଥ,ସହକାରୀ ଯନ୍ତ୍ରୀ ଶ୍ରୀମତି ରଶ୍ମିତା ଶବର ଙ୍କ ତତ୍ବାବଧାନରେ ଲୋକଙ୍କ ସ୍ଥାନାନ୍ତର ପ୍ରକ୍ରିୟା ଜୋରସୋରରେ ଚାଲିଛି। ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଶେରଗଡ ବ୍ଲକରେ ବର୍ତ୍ତମାନ ୫୧ ଟି ବାତ୍ୟା ଆଶ୍ରୟ ସ୍ଥଳୀ ରେ ୩୧୪୦ ଜଣ ଙ୍କୁ ଆଶ୍ରୟ ଦିଆଯାଇଛି। ୨୨ ଟି ସ୍ଥାନରେ ୧୫୬୪୭ ଜଣ ଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ବାତ୍ୟା ର ମୁକାବିଲା ଲାଗି ଶେରଗଡ ରେ ଓଡ୍ରାଫ ଟିମ ପହଞ୍ଚି ଥିବା ବେଳେ ଅଗ୍ନିଶମ ବାହିନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ସମସ୍ତ ଆଶ୍ରୟ ସ୍ଥଳୀରେ ନୋଡାଲ ଅଫିସର ମାନେ ଖାଦ୍ୟ ସାମଗ୍ରୀ, ପାନୀୟ ଜଳ,ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ଥିବା ବିଡିଓ ସୁଶ୍ରୀ ତୃପ୍ତିମୟୀ ଜେନା ସୂଚନା ଦେଈଛନ୍ତି। ଶେରଗଡ ରେ ସନ୍ଧ୍ୟା ସୁଦ୍ଧା ୬.୫ ମିମି ବର୍ଷା ରେକର୍ଡ କରାଯାଇଛି।

Zero Casualties evacuation process intensified: ଜିରୋ କାଜୁଆଲିଟିକୁ ପ୍ରଶାସନ ଗୁରୁତ୍ୱ, ସ୍ଥାନାନ୍ତର ପ୍ରକ୍ରିୟା ଜୋରଦାର – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Cyclone Preparedness Chikiti: ବାତ୍ୟା ମୁକାବିଲା: ଚିକିଟି ଆଶ୍ରୟସ୍ଥଳୀରେ ଖାଦ୍ୟ ବଣ୍ଟନ- ଉପସ୍ଥିତ ରହି ତଦାରଖ କଲେ କାର୍ଯ୍ୟନିର୍ବାହୀ ଅଧିକାରୀ