ଗୋପବନ୍ଧୁ ଜେନା /କଣାସ ସାମ୍ବାଦିକ/ସମୀକ୍ଷା ନ୍ୟୁଜ:
ଉପକୂଳ ବର୍ତ୍ତୀ ଅଂଚଳରେ ମତ୍ସଜିବୀ ଙ୍କ ଠାରୁ ଆରମ୍ଭକରି ଘରଦ୍ଵାର ଧନ ସମ୍ପତ୍ତି ଚାଷ ଜମି ର ସୁରକ୍ଷାକୁ ନେଇ ଦେଖା ଦେଇଥିଲା ଭୟର ଆଶଙ୍କା ସରକାର ଙ୍କ ହାଇ ଆଲର୍ଟକୁ ଗମ୍ଭିରତାର ସହିତ ମୁକାବିଲା କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରିଥିଲା ପୁରୀ ଜିଲା ପ୍ରଶାସନ । ଅନ୍ନଶମ ବିଭାଗ ,ମେରାଇନ୍ ପୋଲିସ୍ , ଉଦ୍ଧାର କାରୀ ଟିମ୍ ସମସ୍ତେ ସଜାଗ ରହିଥିବା ଦେଖିବାକୁ ମିଳିଥିଲା , ସମୁଦ୍ର ,ଚିଲିକା କୁ ମଧ୍ୟ ମାଛ ଧରିବା ପାଇଁ ଡଙ୍ଗା ବାରଣ କରାଯାଇଥିଲା । ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆବଶ୍ୟକୀୟ ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ପୁରୀ ସମୁଦ୍ର ଉପକୂଳ ବର୍ତ୍ତୀ ଅଞ୍ଚଳ ପୁରୀ ସମୁଦ୍ର କୂଳ, ବ୍ରହ୍ମଗିରି , ସାତପଡ଼ା , କୃଷ୍ଣପ୍ରସାଦ ,କଣାସ ବାତ୍ୟାର ମୁକାବିଲା କରିବା ପାଇଁ ସବୁ ଠାରେ ଦେଖିବାକୁ ମିଳିଥିଲା ପ୍ରଶାସନଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ବିଧାୟକ ବିଧାୟିକା ସାଂସଦ ସରପଞ୍ଚ ସମସ୍ତେ ତପ୍ତରତା ସହିତ ଲୋକଙ୍କ ପାଖରେ ସହଯୋଗ ର ହାତ ବଢ଼ାଇଥିଲେ ଏହି ପରି ପ୍ରେକ୍ଷିରେ ଦେଖିବାକୁ ମିଳିଥିଲା କଣାସ ଅଞ୍ଚଳରେ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ବ୍ଲକ ଉନ୍ନୟନ ଅଧିକାରୀ ସୌମ୍ୟକାନ୍ତ ସ୍ୱାଇଁ କଣାସ ତହସିଲ, ଦୋକନ୍ଦା ସରପଞ୍ଚ ଇଶ୍ୱର ହରିଚନ୍ଦନ ପ୍ରମୁଖ ଜନସାଧାରଣ ଙ୍କୁ ଜରୁରୀ କାଳିନ ରନ୍ଧା ଖାଦ୍ୟ ଓ ସୁଖିଲା ଖାଦ୍ୟର ବ୍ୟବସ୍ଥା କରାଯାଇ ଭୟଭିତ ନ ହେବା ପାଇଁ ପରାମର୍ଶ ଦେଇଥିଲେ । ଜନସାଧାରଣ ଙ୍କ କହିବା ଅନୁସାରେ ବାରମ୍ବାର ବାତ୍ୟା ଆସି ଅର୍ଥୀକ ମେରୁଦଣ୍ଡ ଭାଙ୍ଗୁ ଥିବାରୁ ସହାୟତା କ୍ଷତି ପୁରଣ ଆଶା ରଖିଛନ୍ତି ।






