ଗୋପବନ୍ଧୁ ଜେନା /କଣାସ ସାମ୍ବାଦିକ/ସମୀକ୍ଷା ନ୍ୟୁଜ:
ପୁରୀ ଜିଲ୍ଲା କଣାସ ବ୍ଲକ୍ ପଞ୍ଚାୟ ସମିତି ସଭାଗୃହରେ ଜିଲାପାଳଙ୍କ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇ ଅଛି ଏହି ଶିବିରରେ ୬୫ଟି ଅଭିଯୋଗ ଦାଖଲ ହୋଇଥିବା ବେଳେ ୯ଟି ଅଭିଯୋଗ ତୁରନ୍ତ ସମାଧାନ କରାଯାଇଥିଲା I ଏହି ଶିବିର ରେ ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ବେହେର ଙ୍କ, ଶିବର ପରିଚାଳନା କ୍ରମେ ଜିଲା ମୂଖ୍ୟ ଉନ୍ନୟନ ଅଧିକାରୀ ମାନସ ରଞ୍ଜନ ଦାସ, କଣାସ ତସଲ୍ଦାର ହିମାଂଶୁ, ଶେଖର ଗିରି ବ୍ଲକ ଉନ୍ନୟନ ଅଧିକାରୀ ସୌମ୍ୟ ରଞ୍ଚନ ସ୍ୱାଇଁ, ଜିଲା ହେଡକ୍ବାଟର ଉପ ଆରକ୍ଷୀ ଅଧିକ୍ଷକ ତିଳୋତ୍ତମା ରାଉତ, ଏସଡ଼ିପିଓ ଦେବାଶିସ୍ ମିଶ୍ର , କଣାସ ଥାନା ଭାରପ୍ରାପ୍ତ ଅଧିକାରୀ ସୁନିଲ୍ କୁମାର ପ୍ରଧାନ, ଜିଲାର ଶିକ୍ଷା, ଚାଷ, ବନବିଭାଗ, ଅବକାରୀ , ଶ୍ରମ , ପାନୀୟ ଜଳ ଯୋଗାଣ କୃଷି ବିଦ୍ୟୁତ , ପଶୁ ଚିକିତ୍ସା ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ତିତ ରହି ଶିବିର ପରିସମାପ୍ତି କରାଯାଇ ଥିଲା ।






