ଗୌରୀ ଶଙ୍କର ପଟ୍ଟନାୟକ / ବରିଷ୍ଠ ସାମ୍ବାଦିକ/ ରାୟଗଡା/ ସମୀକ୍ଷା ନ୍ୟୁଜ:
କାଶୀପୁର :- ରାୟଗଡା ଜିଲ୍ଲା କାଶୀପୁର ସଦର ମହକୁମା ରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଏକ ବିଅରପାର୍ଲର ରେ ଅବୈଧ୍ୟ ବିଦେଶୀ ମଦ ବିକ୍ରି ଚାଲିଥିବା ଅଭିଯୋଗ କୁ ନେଇ ଉଚ୍ଚ ନ୍ୟାୟାଳୟ ର ଛାଟ ପରେ ଆଜି ଜିଲ୍ଲା ଅବକାରୀ ବିଭାଗର ଏକ ଟିମ ତରବରିଆ ଭାବେ ପହଞ୍ଚି ଉକ୍ତ ଗଛିତ ବହୁପରିମାଣ ର ବିଦେଶୀ ମଦ କୁ ସିଲ କରିଥିବା ଜଣାପଡିଛି l ସୂଚନା ପ୍ରକାରେ କାଶୀପୁର ଥାନା ଏବଂ ମୁଖ୍ୟ ସଡ଼କ ରୁ ପ୍ରାୟ ଅଳ୍ପ ଦୂରରେ ଦୀର୍ଘ ଦିନ ଧରି ଏକ ବିଦେଶୀ ମଦ ଦୋକାନ ଚାଲି ଆସୁଥିବାବେଳେ ୨୦୨୧-୨୨ ବର୍ଷ ରେ ଅଜୟ କୁମାର ବେହେରା ଙ୍କୁ ଅବକାରୀ ବିଭାଗ ପକ୍ଷରୁ କିଛି ଆଇନ ଉଲଂଘନ କରି କେବଳ ୬୦ ମିଟର ଦୂରତା ମଧ୍ୟରେ ପୁଣି ଏକ ବିଅରପାର୍ଲର ଦୋକାନ ଖୋଲାଯାଇଥିଲା l ହେଲେ ଏଭଳି ଆଇନ ଉଲଂଘନ ଚାଲିଥିଲେ ମଧ୍ୟ କୌଣସି କାରଣ ରୁ ବିଅରପାର୍ଲର ଉପରେ ଅବକାରୀ ପ୍ରଶାସନ ପକ୍ଷରୁ ଦୁଇବର୍ଷ ମଧ୍ୟରେ କୌଣସି କାର୍ଯ୍ୟାନୁଷ୍ଠାନ ହେଇପାରି ନ ଥିଲା l

ପରବର୍ତ୍ତୀ ସମୟରେ ଉକ୍ତ ଗୋଟିଏ ବିଅରପାର୍ଲର ଦୋକାନ ରେ କୌଣସି ପ୍ରକାରେ ପୁଣି ଏକ ସରକାରୀ ସ୍ୱୀକୃତି ଆଣି ଚଳିତ ମାସ ୧୨ ତାରିଖ ରୁ ଠାରୁ ବିଏର ସହ ପ୍ରାୟ ୧୩ ଲକ୍ଷ୍ୟ ଟଙ୍କାର ବିଦେଶୀ ମଦ ଗଛିତ ରଖିବ ସହ ତାହାର ବିକ୍ରିବଟା ମଧ୍ୟ ଆରମ୍ଭ କରିଦେଇଥିଲା l
ହେଲେ ଉଭୟ ମଦ ଦୋକାନୀ ମଧ୍ୟରେ ମଦ ବିକ୍ରିବାଟା କୁ ନେଇ ଉଭୟ ଙ୍କ ମଧ୍ୟରେ ଧୀରେ ଧୀରେ ତିକ୍ତତା ବଢିବା ବେଳେ ପ୍ରଥମ ରେ ଚାଲୁଥିବା ବିଦେଶୀ ମଦ ଦୋକାନୀ ଅବକାରୀ ଆଇନ ର କିଛି ତ୍ରୁଟି ସହ ଜିଲ୍ଲା ଅବକାରୀ ବିଭାଗ ର ଅହେତୁକ ସହଯୋଗ କୁ ନେଇ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଦ୍ୱାରସ୍ତ ହେଇଥିଲେ l
ଉକ୍ତ ଅଭିଯୋଗ ର ଆଧାର ରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଏକ ଷ୍ଟେ ଆଡର ନିର୍ଦେଶନାମା ଦେବା ପରେ ଶୁକ୍ରବାର ସନ୍ଧ୍ୟା ରେ ଉକ୍ତ ଘଟଣା ରେ ଅବକାରୀ ଏ ଏସ ଆଇ ପ୍ରଶାନ୍ତ କୁମାର ଗଉଡ଼ଙ୍କ ନେତୃତ୍ୱରେ ଏବଂ ଏକ ଚାରି ଜଣିଆ ଟିମ ମଧ୍ୟରୁ କନେଷ୍ଟବୁଲ ସନ୍ତୋଷ କୁମାର ଚେଟି, ଭାଳେଶ୍ୱର ଅମାନତ୍ୟା ଏବଂ ସୁଭାଷିନୀ ଚୌଧୁରୀ ଉପସ୍ଥିତ ଅଜୟ କୁମାର ବେହେରା ଙ୍କର ଉକ୍ତ ବିଦେଶୀ ମଦ ଦୋକାନକୁ ସିଲ କରିଥିଲେ l ହେଲେ ଏଭଳି ବିଭାଗୀୟ ତ୍ରୁଟି କୁ ନେଇ ଆମେ ଜିଲ୍ଲା ଅବକାରୀ ଅଧିକାରୀ ସନ୍ତାଷ କୁମାର ଧଳ ସାମନ୍ତ ଙ୍କୁ ପ୍ରତିକ୍ରିୟା ନେବାରୁ ସମସ୍ତ ଆଇନ ଆଉ ଉପରିସ୍ଥ ଅଧିକାରୀ ମାନଙ୍କ ନିର୍ଦେଶ ଆଗରେ ନିସହାୟ ଭାବେ ବାଧ୍ୟ ହେଇ କାମ କରିବାକୁ ପଡୁଅଛି ବୋଲି ସ୍ପଷ୍ଟ ଭାବେ ମତପ୍ରକାଶ କରିଥିଲେ l






