ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୧ ମିନିଟ ପୂର୍ବେChief Minister’s visit to Paradip: ମୁଖ୍ୟମନ୍ତ୍ରୀଙ୍କ ପାରାଦୀପ ଗ୍ରସ୍ତକୁ ନେଇ ପୁରା ସଜାଗ ପୋଲିସ୍ ପ୍ରଶାସନ ୪ ମିନିଟ ପୂର୍ବେRairangpur Postal Division: ରାଇରଙ୍ଗପୁର ଡାକମଣ୍ଡଳ ପକ୍ଷରୁ ସ୍ପର୍ଶ ଛାତ୍ରବୃତ୍ତି ଓ କର୍ମଚାରୀ ପୁରସ୍କାର ଘୋଷଣା ୮ ମିନିଟ ପୂର୍ବେCo-education system is failing: ବିଫଳ ହେଉଛି ସହଶିକ୍ଷା ବ୍ୟବସ୍ଥା, ସାଇଁକୁଳାରେ ରହିଛି ପୁଅ, ଝିଅଙ୍କ ପାଇଁ ପୃଥକ ପ୍ରାଥମିକ ବିଦ୍ୟାଳୟ ୧୨ ମିନିଟ ପୂର୍ବେObservance Annual Mines Safety : ଗୋରୁମହିଷାଣି ଲୌହଖଣିର ୪୪ତମ ବାର୍ଷିକ ଖଣି ସୁରକ୍ଷା ପକ୍ଷ ପାଳନ ୧୭ ମିନିଟ ପୂର୍ବେYoung Generation Online Gambling: ଅନ୍‌ଲାଇନ୍ ଜୁଆ ନିଶାରେ ସର୍ବସ୍ୱାନ୍ତ ଯୁବପିଢ଼ି ୪୩ ମିନିଟ ପୂର୍ବେChild Marriage Awareness : ଶୁଲ୍ଲିମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାଲ୍ୟବିବାହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ୫୦ ମିନିଟ ପୂର୍ବେNuapada Road Safety Committee : ନୂଆପଡ଼ାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ୧୫ ଘଣ୍ଟା ପୂର୍ବେShilpa Shetty’s Fitness Mantra: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଫିଟନେସ୍ ମନ୍ତ୍ରକୁ ନେଇ ଚର୍ଚ୍ଚା ୧୫ ଘଣ୍ଟା ପୂର୍ବେKuchei station Demand for railway goods rake facility: କୁଚେଇ ଷ୍ଟେସନରେ ରେଳୱେ ଗୁଡ୍‌ସ ର‍୍ୟାକ୍ ସୁବିଧା ଦାବି ୧୫ ଘଣ୍ଟା ପୂର୍ବେSindhusuta approaches the District Collector seeking financial assistance: ବାତ୍ୟା ପ୍ରଭାବରେ ସମ୍ପୂର୍ଣ୍ଣଭାବେ ଧାନ ନଷ୍ଟ ହୋଇଥିବା ନେଇ ଜିଲ୍ଲାପାଳଙ୍କୁ ଆର୍ଥିକ ସହାୟତା ପାଇଁ ସିନ୍ଧୁସୁତା ହେଲେ ଦ୍ୱାରସ୍ତ
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ନୂଆପଡ଼ା ମାଲକାନଗିରି ଖୋର୍ଦ୍ଧା କେନ୍ଦୁଝର ବରଗଡ଼

Observance Annual Mines Safety : ଗୋରୁମହିଷାଣି ଲୌହଖଣିର ୪୪ତମ ବାର୍ଷିକ ଖଣି ସୁରକ୍ଷା ପକ୍ଷ ପାଳନ

Observance Annual Mines Safety : ଗୋରୁମହିଷାଣି ଲୌହଖଣିର ୪୪ତମ ବାର୍ଷିକ ଖଣି ସୁରକ୍ଷା ପକ୍ଷ ପାଳନ – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /

ସମୀକ୍ଷା ନ୍ୟୁଜ: ରାଇରଙ୍ଗପୁର, ୨୧/୧୧/୨୬ – ଭୂତତ୍ତ୍ୱବିତ ପ୍ରମଥନାଥ ବୋଷଙ୍କ ପରାମର୍ଶ କ୍ରମେ ତତ୍କାଳୀନ ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ୧୯୦୫ ମସିହାରେ ଗୋରୁମହିଷାଣି ଲୌହ ଖଣିକୁ ବିନାମୂଲ୍ୟରେ ଲୁହାପଥର ଉତ୍ତୋଳନ ପାଇଁ ଜାମସେଦଜୀ ଟାଟାଙ୍କୁ ୫ବର୍ଷ ପାଇଁ ଲିଜ ଦେଇ ପ୍ରଥମେ ଲୁହାପଥର ଶିଳ୍ପର ବିକାଶ ଆରମ୍ଭ କରିଥିଲେ । ସେହି କ୍ରମେ ପରବର୍ତ୍ତୀ ମୁହୂର୍ତ୍ତରେ ସୁଲେଇପାଟ ଓ ବାଦମପାହାଡ଼ରେ ମଧ୍ୟ ଲୁହାପଥର ଆମଦାନୀ ହୋଇଥିଲେ ହେଁ ଏସିଆ ମହାଦେଶର ପ୍ରଥମ ଲୌହଖଣିର ମାନ୍ୟତା ପାଇଥିବା ଗୋରୁମହିଷାଣୀ ଲୌହଖଣିର ୪୪ତମ ବାର୍ଷିକ ଖଣି ସୁରକ୍ଷା ପକ୍ଷ ଖଣି ପରିସରରେ ପାଳିତ ହୋଇଯାଇଛି ।

Observance Annual Mines Safety : ଗୋରୁମହିଷାଣି ଲୌହଖଣିର ୪୪ତମ ବାର୍ଷିକ ଖଣି ସୁରକ୍ଷା ପକ୍ଷ ପାଳନ – ସମୀକ୍ଷା

ତେବେ ବର୍ତ୍ତମାନର ଲିଜଧାରୀ ମେସର୍ସ ଘନଶ୍ୟାମ ମିଶ୍ର ଏଣ୍ଡ ସନସ ପ୍ରା. ଲିଙ୍କ ଖଣି ପ୍ରବନ୍ଧକ ବିକାଶ ରଞ୍ଜନ ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠାନ ସଭାକାର୍ଯ୍ୟରେ ଖଣି ପ୍ରବନ୍ଧକ ବିକାଶ ରଞ୍ଜନ ନାୟକ ସଭାପତିତ୍ୱ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ତଥା କନଭେୟରଭାବେ ନର୍ଭେରାମ ପାୱାର ଏଣ୍ଡ ଷ୍ଟିଲ ପ୍ରା.ଲି (ମାଇନିଂ)ପ୍ରଶାନ୍ତ କୁମାର ମହାନ୍ତି, ସ୍ୱତନ୍ତ୍ରଅତିଥି କୋ-କନଭେୟରଭାବେ ଓଏମସି ଲିମିଟେଡ଼ (ମାଇନିଂ)ଆଶୁତୋଷ ବେହେରା, କାସିଆ ଆଇରନ ଏଣ୍ଡ ଡୋଲୋମାଇଟ ମାଇନ୍ସ (ଇଲେକ୍ଟ୍ରିକାଲ )ରାଧାବଲ୍ଲଵ ମିଶ୍ର,ଟାଟାଷ୍ଟିଲ ଲିମିଟେଡ଼(ମେକାନିକାଲ)ଗୌରବ ସିଂ ତଥା ଗୋରୁମହିଷାଣୀ ଲୌହଖଣି ପକ୍ଷରୁ ସମ୍ମାନୀୟ ଅତିଥିଭାବେ ନୀଲେଶ କୁମାର ସିଂ (ଏଭିପି ଏଚ/ଆଇଆର ), ଅନୁଭବ ଦତ୍ତ (ଏଭିପି ମାଇନ୍ସ),ଅନୁପ କୁମାର ସାମନ୍ତ (ମାଇନ୍ସ ମ୍ୟାନେଜର),ସହସ୍ରାଂଶୁ ପ୍ରଧାନ(ଜି୍ୟୋଲୋଜିଷ୍ଟ),ପ୍ରେମ ପ୍ରକାଶ ମହାନ୍ତ (ଜିଓଲୋଜିଷ୍ଟ )ପ୍ରମୁଖ ଯୋଗ ଦେଇଥିଲେ ।ଅତିଥିମାନଙ୍କୁ ଆଦିବାସୀଙ୍କ ପାରମ୍ଫାରିକ ନୃତ୍ୟ ଓ ବାଦ୍ୟର ତାଳେତାଳେ ସ୍ୱାଗତ କରାଯାଇଥିବା ବେଳେ ଅତିଥିମାନେ ପ୍ରଥମେ ଲୌହଖଣି ପରିଦର୍ଶନ କରିବା ସହିତ ଖଣିକାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ ସୁରକ୍ଷାକାର୍ଯ୍ୟର ପରିଦର୍ଶନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗୋରୁମହିଷାଣୀ ଲୌହଖଣିର ଲିଜଧାରୀ ମେସର୍ସ ଘନଶ୍ୟାମ ମିଶ୍ର ଏଣ୍ଡ ସନସ ପ୍ରା. ଲି ର ପରିଚାଳନା ନିର୍ଦେଶକ ସୁଶୀଲ ମିଶ୍ରଙ୍କ ଧର୍ମପତ୍ନୀ ସ୍ବର୍ଗତା ମୀରା ମିଶ୍ରଙ୍କ ଦ୍ୱାଦଶ ଦିବସ ଉପଲକ୍ଷେ ତାଙ୍କ ଫୋଟଚିତ୍ରରେ ମାଲ୍ୟାର୍ପଣ ଏବଂ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମର ଆରମ୍ଭରେ ଉପସ୍ଥିତ ଖଣି କର୍ମଚାରୀ ଓ ଶ୍ରମିକମାନଙ୍କୁ ଉଦବୋଧନ ଦେଇ ଅତିଥିମାନେ ଚଳିତବର୍ଷ ସୁରକ୍ଷା ପକ୍ଷର ବିଷୟବସ୍ତୁ ‘ନିୟମ ପାଳନ ଠାରୁ ଅଧିକ ସୁରକ୍ଷା’ ସମ୍ପର୍କୀତ ବିଭିନ୍ନ ଦିଗଉପରେ ଆଲୋକପାତ କରିଥିଲେ । ଚଳିତ ବର୍ଷ ଖଣିକାର୍ଯ୍ୟରେ ଉତ୍କୃଷ୍ଟ ସେବା ନିମନ୍ତେ ଜି୍ୟୋଲୋଜିଷ୍ଟ ବିଭାଗରେ ଶ୍ରମିକ ମାୟା ମୁର୍ମୁ, ପ୍ରଶାସନିକ ବିଭାଗରେ ଏଲଏମଭି ଡ୍ରାଇଭର ଚନ୍ଦନ କୁମାର ମଣ୍ଡଳ ଓ ଅଫିସବୟ ସନ୍ତୋଷ କୁମାର ମହାକୁଡ଼, ଏଚଆର /ଆଇଆର ବିଭାଗରେ ମଜଦୁର ଲକ୍ଷ୍ମଣ ତୁଙ୍ଗ, ମାଇନିଂ ବିଭାଗରେ ସୁପରଭାଇଜର ହୃଦାନନ୍ଦ ଗିରି, ଲୋଜିଷ୍ଟିକ ବିଭାଗରେ ସୁପରଭାଇଜର କ୍ଷିରୋଦ ଚନ୍ଦ୍ର ସେଠୀ, ମେକାନିକାଲ ବିଭାଗରେ ମେକାନିକ ପ୍ରତାପ ମହାରଣା, ଏଚପିଜିଆର ବିଭାଗରେ ମଜଦୁର ବାସୁ ମୁଣ୍ଡା ତଥା କ୍ୱାଲିଟି କଣ୍ଟ୍ରୋଲ ବିଭାଗର ମଜଦୁର ରାଜସ୍ଥାନ ମୁଣ୍ଡା ଅତିଥିମାନଙ୍କ ଠାରୁ ପୁରସ୍କାର ଓ ପ୍ରଶଂସାପତ୍ର ଗ୍ରହଣ କରିଥିଲେ । ସର୍ବଶେଷରେ ଖଣି ପ୍ରବନ୍ଧକ ଶ୍ରୀଯୁକ୍ତ ନାୟକଙ୍କ ଦ୍ୱାରା ରଚିତ ଓ ଅଭିନୀତ ଖଣିସୁରକ୍ଷା ସମ୍ବନ୍ଧୀୟ “ମୁଁ ଲୁହା ସିଂ କହୁଛି” କ୍ଷୁଦ୍ରନାଟକର ପରିବେଷଣ ସହ ଖଣିକାର୍ଯ୍ୟରେ ସୁରକ୍ଷା ସମ୍ବନ୍ଧରେ ଉପସ୍ଥିତ ଖଣିକର୍ମଚାରୀ ଓ ଉପସ୍ଥିତ ଅନ୍ୟାନ୍ୟଙ୍କୁ ସୁରକ୍ଷା ବାର୍ତ୍ତା ଦିଆଯାଇଥିଲା । ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ କେମିଷ୍ଟ ସତ୍ୟବ୍ରତ ନାୟକଙ୍କ ଦ୍ୱାରା ସୁମଧୁର କଣ୍ଠରେ ସଂଗୀତ ଗାନ ଓ କଳାକାରମାନଙ୍କ ଦ୍ୱାରା ବିଭିନ୍ନ ନୃତ୍ୟ କାର୍ଯ୍ୟକ୍ରମ ସହ ଶେଷରେ ପ୍ରବନ୍ଧକ ଅନୁଭବ ଦତ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।

Observance Annual Mines Safety : ଗୋରୁମହିଷାଣି ଲୌହଖଣିର ୪୪ତମ ବାର୍ଷିକ ଖଣି ସୁରକ୍ଷା ପକ୍ଷ ପାଳନ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Kuchei station Demand for railway goods rake facility: କୁଚେଇ ଷ୍ଟେସନରେ ରେଳୱେ ଗୁଡ୍‌ସ ର‍୍ୟାକ୍ ସୁବିଧା ଦାବି