ମୁଖ୍ୟ ବିଷୟକୁ ଯାଆନ୍ତୁ
ଶନିବାର, ୨୧ ନଭେମ୍ବର ୨୦୨୬
News Update
୩ ମିନିଟ ପୂର୍ବେShilpa Shetty’s Fitness Mantra: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଫିଟନେସ୍ ମନ୍ତ୍ରକୁ ନେଇ ଚର୍ଚ୍ଚା ୬ ମିନିଟ ପୂର୍ବେKuchei station Demand for railway goods rake facility: କୁଚେଇ ଷ୍ଟେସନରେ ରେଳୱେ ଗୁଡ୍‌ସ ର‍୍ୟାକ୍ ସୁବିଧା ଦାବି ୧୧ ମିନିଟ ପୂର୍ବେSindhusuta approaches the District Collector seeking financial assistance: ବାତ୍ୟା ପ୍ରଭାବରେ ସମ୍ପୂର୍ଣ୍ଣଭାବେ ଧାନ ନଷ୍ଟ ହୋଇଥିବା ନେଇ ଜିଲ୍ଲାପାଳଙ୍କୁ ଆର୍ଥିକ ସହାୟତା ପାଇଁ ସିନ୍ଧୁସୁତା ହେଲେ ଦ୍ୱାରସ୍ତ ୧୭ ମିନିଟ ପୂର୍ବେPreparations for the Kalinga Bali Jatra: ଆଗକୁ ଦୁଇ ଦିନ ରହିଲା କଲିଙ୍ଗ ବାଲିଯାତ୍ରା ଯୁଦ୍ଧ କାଳୀନ ଭିତିରେ ଚାଲିଛି ପ୍ରସ୍ତୁତି ୨୨ ମିନିଟ ପୂର୍ବେKhandapada Child Sex Ratio: ଖଣ୍ଡପଡ଼ାରେ ଶିଶୁ ଲିଙ୍ଗ ଅନୁପାତ ହ୍ରାସ ନେଇ ବ୍ଲକସ୍ତରୀୟ କର୍ମଶାଳା ଅନୁଷ୍ଠିତ ୨୬ ମିନିଟ ପୂର୍ବେGodabarisha Adarsha Vidyalaya scheme: ରାମଚଣ୍ତି ଉଚ୍ଚ ବିଦ୍ୟାଳୟକୁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ସାମିଲ କରିବା ନେଇ ଦାବିପତ୍ର ପ୍ରଦାନ ୩୩ ମିନିଟ ପୂର୍ବେCyclone Shelters & Review Meeting: ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ ଓ ସମୀକ୍ଷା ବୈଠକ ୪୫ ମିନିଟ ପୂର୍ବେMalkangiri Rehabilitation & Protection of Children: ମାଲକାନଗିରିର ଚାରି ପିତୃମାତୃହୀନ ଶିଶୁଙ୍କ ଥଇଥାନ ଓ ସୁରକ୍ଷା ୫୪ ମିନିଟ ପୂର୍ବେHelpless lives on the highway: ରାଜପଥ ଉପରେ ଅସହାୟ ଜୀବନ, ସରକାରଙ୍କ ଦୃଷ୍ଟିପଡିବ କେବେ ? ୧ ଘଣ୍ଟା ପୂର୍ବେBaliguda Public Relations Department office deplorable Condition: ବାଲିଗୁଡ଼ା ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟର ଦୟନୀୟ ଅବସ୍ଥା
ଚର୍ଚ୍ଚାରେ ମୟୂରଭଞ୍ଜ ମାଲକାନଗିରି ଖୋର୍ଦ୍ଧା ଜଗତସିଂହପୁର କେନ୍ଦୁଝର ବରଗଡ଼ ନୂଆପଡ଼ା

Kuchei station Demand for railway goods rake facility: କୁଚେଇ ଷ୍ଟେସନରେ ରେଳୱେ ଗୁଡ୍‌ସ ର‍୍ୟାକ୍ ସୁବିଧା ଦାବି

Kuchei station Demand for railway goods rake facility: କୁଚେଇ ଷ୍ଟେସନରେ ରେଳୱେ ଗୁଡ୍‌ସ ର‍୍ୟାକ୍ ସୁବିଧା ଦାବି – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବାରିପଦା, ୨୧/୧୧/୨୬ – ରୂପସା-ବାଙ୍ଗିରିପୋଷି ରେଳପଥ ଅନ୍ତର୍ଗତ କୁଚେଇ ଷ୍ଟେସନରେ ଏକ ରେଳୱେ ଗୁଡ୍‌ସ ର‍୍ୟାକ୍ (ମାଲବାହୀ ର‍୍ୟାକ୍) ସୁବିଧା ପ୍ରତିଷ୍ଠା କରିବା ପାଇଁ ବାରିପଦା ଟ୍ରକ୍ ମାଲିକ ସଂଘ (ଏଲଟିଓଏ) ପକ୍ଷରୁ ଲିଖିତ ଦାବି କରାଯାଇଛି । ଏନେଇ ସଂଘର ସଭାପତି କମଳେନ୍ଦୁ କୁମାର ଦାସ ଦକ୍ଷିଣ-ପୂର୍ବ ରେଳପଥର ମହାପ୍ରବନ୍ଧକ ଅନିଲ କୁମାର ଜୈନଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏହି ଦାବିପତ୍ରର ଯଥାର୍ଥତାକୁ ଭିତ୍ତି କରି ବାରିପଦା ରେଳବାଇ କାର୍ଯ୍ୟାଳୟ ପକ୍ଷରୁ ସଂଘର ସଦସ୍ୟମାନଙ୍କୁ ଆଲୋଚନା ପାଇଁ ଡକାଯାଇଥିଲା । ଉକ୍ତ ବୈଠକର ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ମଙ୍ଗଳବାର ରେଳ ବିଭାଗର ସମସ୍ତ ଅଧିକାରୀଙ୍କ ସହିତ ସଂଘର ସଦସ୍ୟମାନେ କୁଚେଇ ଷ୍ଟେସନକୁ ଯାଇ କ୍ଷେତ୍ର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ନେଇ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ଦାବିପତ୍ରରେ ଦର୍ଶାଯାଇଛି ଯେ, ମୟୂରଭଞ୍ଜ ଓଡ଼ିଶାର ସର୍ବବୃହତ ଜିଲ୍ଲା ହୋଇଥିବା ସତ୍ତ୍ୱେ ଜିଲ୍ଲା ସଦର ମହକୁମା ବାରିପଦାରେ କୌଣସି ଗୁଡ୍‌ସ ର‍୍ୟାକ୍ ସୁବିଧା ନାହିଁ । ଦରବାର ଶାସନ ସମୟରୁ ୯୦ ଦଶକର ମଧ୍ୟଭାଗ ପର୍ଯ୍ୟନ୍ତ ଏଠାରେ ଏହି ସୁବିଧା ଥିଲା । ପରବର୍ତ୍ତୀ ସମୟରେ ବାରିପଦା ସହରର ଦ୍ୱିତୀୟ ଷ୍ଟେସନ ଭଞ୍ଜପୁର ପାଇଁ ଏକ ହାଫ୍ ର‍୍ୟାକ୍ ସୁବିଧା ମଞ୍ଜୁର ହୋଇଥିଲେ ହେଁ ସଂଯୋଗୀକରଣ ରାସ୍ତା ଅଭାବରୁ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ । ଫଳରେ ଜିଲ୍ଲାର ବ୍ୟବସାୟୀମାନେ ସିମେଣ୍ଟ, ସାର, ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍) ଅଧୀନସ୍ଥ ଖାଦ୍ୟଶସ୍ୟ, ବାଉଁଶ ଓ ଫ୍ଲାଏ ଆସ୍ ଆଦି ସାମଗ୍ରୀ ପରିବହନ ପାଇଁ ବାଲେଶ୍ୱର ଉପରେ ନିର୍ଭର କରୁଛନ୍ତି । ବାଲେଶ୍ୱରରୁ ଯିବାଆସିବା ବାବଦକୁ ପ୍ରାୟ ୧୪୦ କିଲୋମିଟର ଅତିକ୍ରମ କରିବାକୁ ପଡ଼ୁଥିବାରୁ ବ୍ୟବସାୟୀମାନେ ଅଯଥା ଆର୍ଥିକ ବୋଝର ସମ୍ମୁଖୀନ ହେଉଛନ୍ତି । ଭଞ୍ଜପୁର ଷ୍ଟେସନଠାରୁ ମାତ୍ର ୭.୭୨ କିଲୋମିଟର ଦୂରରେ ଥିବା କୁଚେଇ ଷ୍ଟେସନରେ ପ୍ରାୟ ୧୦ ଏକର ଜମି ଉପଲବ୍ଧ ରହିଛି ଏବଂ ଚେନ୍ନାଇ-କୋଲକାତା ଜାତୀୟ ରାଜପଥ (ସୁପର ହାଇୱେ) ଷ୍ଟେସନଠାରୁ ମାତ୍ର ୬୦୦ ମିଟର ଦୂରରେ ଅବସ୍ଥିତ । ତେଣୁ ଏଠାରେ ଏକ ପୂର୍ଣ୍ଣାଙ୍ଗ ଗୁଡ୍‌ସ ର‍୍ୟାକ୍ ସୁବିଧା ପ୍ରତିଷ୍ଠା କରାଗଲେ ଟ୍ରକ୍ ମାଲିକ, ଶ୍ରମିକ ଓ ବ୍ୟବସାୟୀଙ୍କ ସମେତ ହଜାର ହଜାର ଲୋକ ଆର୍ଥିକ ଭାବେ ଉପକୃତ ହେବା ସହ ସ୍ଥାନୀୟ ଅଞ୍ଚଳରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ସଂଘ ପକ୍ଷରୁ ଅନୁରୋଧ କରାଯାଇଛି ।

Kuchei station Demand for railway goods rake facility: କୁଚେଇ ଷ୍ଟେସନରେ ରେଳୱେ ଗୁଡ୍‌ସ ର‍୍ୟାକ୍ ସୁବିଧା ଦାବି – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Sindhusuta approaches the District Collector seeking financial assistance: ବାତ୍ୟା ପ୍ରଭାବରେ ସମ୍ପୂର୍ଣ୍ଣଭାବେ ଧାନ ନଷ୍ଟ ହୋଇଥିବା ନେଇ ଜିଲ୍ଲାପାଳଙ୍କୁ ଆର୍ଥିକ ସହାୟତା ପାଇଁ ସିନ୍ଧୁସୁତା ହେଲେ ଦ୍ୱାରସ୍ତ