ବିଷ୍ଣୁ ମହାନ୍ତି /ଖଣ୍ଡପଡ଼ା ସାମ୍ବାଦିକ /ସମୀକ୍ଷା ନ୍ୟୁଜ :
ଖଣ୍ଡପଡ଼ା ୧୯|୧୧ ଖଣ୍ଡପଡ଼ା ବ୍ଲକ ସମ୍ମିଳନୀ କକ୍ଷରେ ଶିଶୁ ଲିଙ୍ଗ ଅନୁପାତ ହ୍ରାସ ସମ୍ପର୍କିତ ଏକ ବ୍ଲକସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଖଣ୍ଡପଡ଼ା ବିଡ଼ିଓ ଅଙ୍କୁର ଅଭିଳାଷ, ସମ୍ମାନିତ ଅତିଥି ଭାବେ ଏବିଡ଼ିଓ ଝାଡେଶ୍ବର ଦାଶ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ତୃପ୍ତି ମହାପାତ୍ର, ଗଣିଆ ଉନ୍ନୟନ କମିଟି ସଭାପତି ଉଷା ପଟ୍ଟନାୟକ,ଶିଶୁ ସୁରକ୍ଷା କମିଟି ଅଧ୍ୟକ୍ଷ କାମାଖ୍ୟା ପ୍ରସାଦ ଦାଶ,ହରିଜନ ଆଦିବାସୀ ମଙ୍ଗଳ ସମିତି ସମ୍ପାଦକ ଡା. ବିଜୟ କୁମାର ମହାପାତ୍ର ଓ ମୈତ୍ରୀ ଯୁବ ସଂସଦ ସମ୍ପାଦକ ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ।ଖଣ୍ଡପଡ଼ା ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ବିଭିନ୍ନ କେନ୍ଦ୍ରର ଅଙ୍ଗନୱାଡ଼ି କର୍ମୀ ଓ ଆଶାକର୍ମୀ କର୍ମଶାଳାରେ ଉପସ୍ଥିତ ଥିଲେ।କନ୍ୟା ଶିଶୁଙ୍କ ପ୍ରତି ଭେଦଭାବ,ଗର୍ଭରେ ଲିଙ୍ଗ ନିରୁପଣ,ବାଲ୍ୟ ବିବାହ, ଗର୍ଭବତୀ ମା’ ଙ୍କ ଯତ୍ନ ଓ ପୋଷଣ, ବେଟି ବଚାଓ,ବେଟି ପଢ଼ାଓ ଯୋଜନା ସଂର୍ପକରେ ବିସ୍ତୃତ ଭାବେ କର୍ମଶାଳାରେ ଆଲୋଚନା କରାଯାଇଥିଲା। ଝିଅ ଓ ପୁଅ ମଧ୍ଯରେ ଭେଦ ଭାବ ଦୁର କରିବା ଦିଗରେ ଅଙ୍ଗନଓ୍ବାଡି ଓ ଆଶା କର୍ମୀମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବାରୁ ସେଥିପ୍ରତି ସେମାନେ ସଚେତନ ହେବାର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ବିଡିଓ ମତ ଦେଇ ଥିଲେ।ସେହିପରି ଗର୍ଭବତୀ ମା ମାନଙ୍କର ଟୀକାକରଣ ଓ ପୋଷଣ ସହ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ଉପରେ ସିଡିପିଓ ଗୁରୁତ୍ବାରୋପ କରିଥିଲେ। ସେହିପରି କନ୍ଯା ଶିଶୁମାନଙ୍କୁ ବଞ୍ଚାଇବା ଓ ପଢାଇବା ନିମନ୍ତେ କର୍ମଶାଳାରେ ଉପସ୍ଥିତ ଅତିଥି,ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ପ୍ରମୁଖ ସମବେତ ଭାବେ ଶପଥ ପାଠ କରିଥିଲା ବେଳେ ହାମସର ସଂପାଦକ ଶ୍ରୀ ମହାପାତ୍ର ଧନ୍ୟବାଦ ଦେଇଥିଲେ।






