ମୁଖ୍ୟ ବିଷୟକୁ ଯାଆନ୍ତୁ
ଗୁରୁବାର, ୧୯ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ଗଞ୍ଜାମ କୋରାପୁଟ ଜଗତସିଂହପୁର ବାଲେଶ୍ୱର ନୟାଗଡ଼ କେନ୍ଦ୍ରାପଡ଼ା

Cyclone Akvan: ଆସନ୍ନ ବାତ୍ୟା ‘ଆକଭାନ’ ପ୍ରଭାବର ମୁକାବିଲା ନିମନ୍ତେ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ

Cyclone Akvan: ଆସନ୍ନ ବାତ୍ୟା ‘ଆକଭାନ’ ପ୍ରଭାବର ମୁକାବିଲା ନିମନ୍ତେ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ – ସମୀକ୍ଷା ଖବର

ଅଜିତ କୁମାର ପ୍ରଧାନ / ନୟାଗଡ଼ ସାମ୍ବାଦିକ / ସମୀକ୍ଷା ନ୍ୟୁଜ:

ନୟାଗଡ଼, ତା. ୧୮. ୧୧. ୨୦୨୬- ଆସନ୍ନ ବାତ୍ୟା “ଆକଭାନ”ର ପ୍ରଭାବୀ ମୁକାବିଲା ନିମନ୍ତେ ଆଜି ଅପରାହ୍ନରେ ମାନନୀୟା ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସ୍ଥାନାନ୍ତରଣ ବ୍ୟବସ୍ଥା, ସମ୍ବଳ ସଂଗ୍ରହ, ବିଭାଗୀୟ ସମନ୍ୱୟ ଓ ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥାର ସମୀକ୍ଷା କରାଯାଇ ସମସ୍ତ ବିଭାଗକୁ ସତର୍କ ଓ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଶ୍ରୀମତୀ ରଥ ନାଟୁଗାଁ ଓ ପଣ୍ଡୁସର ଗ୍ରାମପଞ୍ଚାୟତ ଅଧୀନ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଆଶ୍ରୟସ୍ଥଳୀର ବ୍ୟବସ୍ଥା, ସ୍ଥାନାନ୍ତରଣ ପ୍ରସ୍ତୁତି ଓ ବିଭିନ୍ନ ବିଭାଗର ସଜାଗତାକୁ ଯାଞ୍ଚ କରିଛନ୍ତି । ଅଧିକାରୀମାନଙ୍କୁ ସତର୍କ ରହିବା, ଆବଶ୍ୟକସ୍ଥଳେ ସମୟୋପଯୋଗୀ ସ୍ଥାନାନ୍ତରଣ ସୁନିଶ୍ଚିତ କରିବା, ପାଣିପାଗ ସମ୍ପର୍କିତ ପରାମର୍ଶ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଏବଂ ଜରୁରୀକାଳୀନ ପ୍ରତିକ୍ରିୟା ପାଇଁ ସମସ୍ତ ପ୍ରସ୍ତୁତି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Cyclone Akvan: ଆସନ୍ନ ବାତ୍ୟା ‘ଆକଭାନ’ ପ୍ରଭାବର ମୁକାବିଲା ନିମନ୍ତେ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Goddess Kichakeshwari Suna Besha: ମା’ କିଚକେଶ୍ୱରୀଙ୍କ ବିରଳ ସୁନାବେଶ ପାଇଁ ପ୍ରସ୍ତୁତି ଜୋରଦାର