ପାରାଦ୍ଵୀପ କଳିଙ୍ଗ ବାଲିଯାତ୍ରା ଆସନ୍ତା ୨୩ ତାରିଖରେ ହେବାକୁ ଥିବା ବେଳେ ଯୁଦ୍ଧ କାଳୀନ ଭିତିରେ ଚାଲିଛି ପ୍ରସ୍ତୁଟି କାର୍ଯ୍ୟ କ୍ରମ l ଗତ ଦୁଇ ଦିନ ଧରି ବାତ୍ୟା ପ୍ରକୋପ କାରଣ ରୁ କାର୍ଯ୍ୟ କ୍ରମ ଠପ ହୋଇ ଯାଇଥିବା ବେଳେ ଆଜି ଠୁ ଯୁଦ୍ଧ କାଳୀନ ଭିତିରେ ଚାଲିଛି ସଜା ସଜି l ଏହି ବାଲିଯାତ୍ରା ମହୋତ୍ସବ ଉଦଘାଟନୀ ଉତ୍ସବରେ ଓଡ଼ିଶାରେ ମାନ୍ୟବର ମୁଖ୍ୟ ମନ୍ତ୍ରି ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଥିବା ବେଳେ ବହୁ ବିଶିଷ୍ଟ କଣ୍ଠ ଶିଳ୍ପୀ ମାନେ ଆସିବାର ଯୋଜନା କରାଯାଇ ଥିବା ଜଣା ଯାଇଛି l ଏଥିନେଇ ଯୁଦ୍ଧ କାଳୀନ ଭିତିରେ ଷ୍ଟଲ୍ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଆଜି ଖୋଦ୍ କଲିଙ୍ଗ ବାଲିଯାତ୍ରା କମିଟି ର ଅଧ୍ୟକ୍ଷ ଜଗତସିଂହପୂରୁ ଜିଲ୍ଲାର ଜିଲ୍ଲାପାଳ ଜେ ସୋନାଲ କାର୍ଯ୍ଯ କ୍ରମ ତଦାରଖ କରୁଥିବା ଦେଖିବାକୁ ମିଳିଛି l ଏଥିରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା କିଭଳୀ ପାରାଦ୍ଵୀପ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ଯୋଗ ଦେଇ ଥିବା ଦେଖିବାକୁ ମିଳିଥିଲା l କିଭଳି ଦୁଇ ଦିନ ମଧ୍ୟରେ କାର୍ଯ୍ୟ କ୍ରମ ଶେଷ ହେବ ସେଥିନେଇ ସମସ୍ତେ ଫିଲିଡି ପରିଦର୍ଶନ କରି ଥିବା ଦେଖା ଯାଉଛି l






