ବିଷ୍ଣୁ ମହାନ୍ତି /ଖଣ୍ଡପଡ଼ା ସାମ୍ବାଦିକ /ସମୀକ୍ଷା ନ୍ୟୁଜ :
ଖଣ୍ଡପଡ଼ା ୧୯|୧୧ ବାତ୍ୟା ଅକଭାନର କଡା ମୁକାବିଲା ନିମନ୍ତେ ସ୍ଥାନୀୟ ବିଧାୟକ ଓ ପ୍ରଶାସନିକ ଅଧିକାରୀମାନେ ତତ୍ପରତା ପ୍ରକାଶ କରିଛନ୍ତି।ବିଧାୟକ ଇଂ. ଦୁଷ୍ମନ୍ତ କୁମାର ସ୍ବାଇଁଙ୍କ ସହ ବ୍ଲକ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଗୁରୁବାର ଭାପୁର ବ୍ଲକ ଅଧୀନ କରବର ଗ୍ରାମରେ ପହଞ୍ଚି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିଥିଲେ।ବାତ୍ୟା ଆଶ୍ରୟସ୍ଥଳୀରେ ସୁବିଧା ଓ ଅସୁବିଧା ସଂର୍ପକରେ ସ୍ଥାନୀୟ ବାସିନ୍ଦାଙ୍କୁ ବିଧାୟକ ପଚାରି ବୁଝିବା ସହ ଏ ଅବସରରେ ଆୟୋଜିତ ଏକ ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।ବୈଠକରେ ଅନ୍ୟମାନଙ୍କ ମଧ୍ଯରେ ଭାପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାରଦା ପ୍ରସନ୍ନ ପଣ୍ଡା, ତହସିଲଦାର ଲୋପାମୁଦ୍ରା ରଥ, ପୂର୍ବତନ ସରପଞ୍ଚ ଲୋକନାଥ ପଢ଼ିଆରୀ ପ୍ରମୁଖ ଉପସ୍ଥିତ ଥିଲେ।ବାତ୍ୟା ଓ ବର୍ଷା ସମୟରେ ଜନସାଧାରଣ ସତର୍କ ରହିବା ସହ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀରେ ରହିବାକୁ ପ୍ରଶାସନିକ ଅଧିକାରୀମାନେ ସ୍ଥାନୀୟ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ।






