ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବଡ଼ସାହି, ୨୦/୧୧/୨୬ – ବିଭିନ୍ନ ଖବରରୁ ଓଡ଼ିଶାର ତିନିଟି ଜିଲ୍ଲାରେ ମାଟି ତଳେ ସୁନା ସନ୍ଧାନ ମିଳିଥିବା ଜଣାଯାଇଛି । ସେଥିମଧ୍ୟରୁ ମୟୂରଭଞ୍ଜର ମଦନାସାହି-କାଞ୍ଜିଆ ଠାରେ, କେନ୍ଦୁଝରର ଗୋପୁର-ଗଜଡ଼ିହି, ଦେବଗଡ଼ର ଅଡ଼ାସ-ରାମପାଲି ରେ ସୁନାମିଶା ପଥର ଚିହ୍ନଟ କରାଯାଇଛି । ଭାରତୀୟ ଭୂ-ବୈଜ୍ଞାନିକ ସର୍ବେକ୍ଷଣ ସଂସ୍ଥା (ଜିଏସ୍ଆଇ) ଓ ରାଜ୍ୟ ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ତରଫରୁ ବିଭିନ୍ନ ସ୍ତରର ଅନୁସନ୍ଧାନ ଜରିଆରେ ଏହି ସୁନା ଠାବ କରାଯାଇଛି । ସେଥିରୁ ମୟୂରଭଞ୍ଜର ମଦନାସାହି-କାଞ୍ଜିଆ ଅଞ୍ଚଳରେ ରହିଥିବା ସୁନାଖଣିକୁ ଚଳିତ ଆର୍ଥିକ ବର୍ଷ (୨୦୨୬-୨୭)ରେ ନିଲାମ କରିବାକୁ ନୀତିଗତ ନିଷ୍ପତ୍ତି ନିଆଯାଇଥିବା ନେଇ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ପ୍ରକାଶ କରିଥିବା ଜାଣି ଜିଲ୍ଲାବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଦେଖାଦେଇଛି । ସେହି ନିଲାମ ପାଇଁ ଆବଶ୍ୟକ କାର୍ଯ୍ୟ ବିଭାଗ ଦ୍ୱାରା ସମ୍ପାଦନ ନେଇ କାର୍ଯ୍ୟ ଚାଲୁରହିଛି ବୋଲି ଜଣାପଡିଛି । ମୟୂରଭଞ୍ଜର ମଦନାସାହି-କାଞ୍ଜିଆ ଅଞ୍ଚଳରେ ତମ୍ବା ଓ ସୁନା ମିଶା ଖଣିଜ ପଦାର୍ଥ ଚିହ୍ନଟ କରାଯାଇଛି । ତେବେ ପ୍ରତି ଟନ୍ରେ ଥିବା ଖଣିଜର ପରିମାଣ, ଗୁଣବତ୍ତା ଓ ଆର୍ଥିକ ଦୃଷ୍ଟିରୁ ତାହା ଉତ୍ତୋଳନ ପାଇଁ ଉପଯୋଗୀ ନା ନାହିଁ ତାହା ବିଚାରକୁ ନେବା ପରେ ସେଗୁଡ଼ିକୁ ବାହାର କରିବା ଲାଗି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଅନ୍ୟ ପକ୍ଷରେ, କେନ୍ଦ୍ର ସରକାରଙ୍କ ଦ୍ୱାରା ଏମ୍ଏମ୍ଡିଆର୍ (ସଂଶୋଧନ) ନିୟମ ୨୦୨୬ ସମ୍ପର୍କରେ ମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୟନ ହେବାକୁ ଥିବା ନିୟମ ସମ୍ବଳିତ ସର୍ଭାବଳୀ ଓ ପ୍ରତିବନ୍ଧକଗୁଡ଼ିକୁ ଭିତ୍ତିକରି ତାର ହିସାବ କରାଯିବ । ଏହା ପ୍ରତିଫଳିତ ହେଲେ ସର୍ବବୃହତ ଜିଲ୍ଲା ତଥା ରାଜ୍ୟ ଇତିହାସରେ ଆଉ ଏକ ନୂତନ ଅଧ୍ୟାୟ ଯୋଡିଯିବ ତଥା ରାଜ୍ୟରେ ଏଭଳି ଖଣି ପର8 ବୋଲି ବୁଦ୍ଧିଜୀବୀ ସମୂହ ମତପ୍ରକାଶ କରିଛନ୍ତି ।






