ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ:
ମୁରିବାହାଲ, ତା ୧୪/୧୦/୨୬ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଗୁରୁଣ୍ଡା ହାଇସ୍କୁଲର କିରାଣୀ ଲକ୍ଷ୍ମୀକାନ୍ତ ସରାଫଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ ବିଦ୍ୟାଳୟ ପରିସରରେ ଭାବଗମ୍ଭୀର ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ସୂଚନା ଅନୁଯାୟୀ, ଶ୍ରୀ ସରାଫ ୧୯୯୫ ମସିହାରେ ବିଦ୍ୟାଳୟରେ ଯୋଗଦେଇ ଦୀର୍ଘ ୩୧ ବର୍ଷ ଧରି ନିଷ୍ଠାର ସହ ନିଜର କର୍ତ୍ତବ୍ୟ ସମ୍ପାଦନ କରିଆସୁଥିଲେ। ଚଳିତ ବର୍ଷ ୨୦୨୬ରେ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଏକ ବିଦାୟ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା। ଏଥିରେ ପରିଚାଳନା କମିଟିର ସଭାପତି ରମେଶ ପୁଟେଲଙ୍କ ସମେତ ପ୍ରଧାନ ଶିକ୍ଷକ, ସମସ୍ତ ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଶ୍ରୀ ସରାଫଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ସଭାରେ ବକ୍ତାମାନେ ଶ୍ରୀ ସରାଫଙ୍କ ଦୀର୍ଘ ବର୍ଷର ସେବା, କାର୍ଯ୍ୟଦକ୍ଷତା, ସରଳ ବ୍ୟବହାର ଓ ବିଦ୍ୟାଳୟ ପ୍ରତି ଥିବା ଆନ୍ତରିକତାକୁ ଭୂୟସୀ ପ୍ରଶଂସା କରିଥିଲେ। ତାଙ୍କର ଅବସର ପରବର୍ତ୍ତୀ ଜୀବନ ସୁଖମୟ, ଶାନ୍ତିପୂର୍ଣ୍ଣ ଓ ନିରୋଗ ହେଉ ବୋଲି ଉପସ୍ଥିତ ସମସ୍ତେ କାମନା କରିଥିଲେ।






