ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ଗଞ୍ଜାମ ଖୋର୍ଦ୍ଧା ମାଲକାନଗିରି

ଇଫକୋ ପାରାଦୀପ ୟୁନିଟ ତରଫରୁ ଏକ ଦିବସୀୟ ଜ୍ଞାନ ଆହରଣ କର୍ମଶାଳା ଅନୁଷ୍ଠିତ

ଇଫକୋ ପାରାଦୀପ ୟୁନିଟ ତରଫରୁ ଏକ ଦିବସୀୟ ଜ୍ଞାନ ଆହରଣ କର୍ମଶାଳା ଅନୁଷ୍ଠିତ – ସମୀକ୍ଷା ଖବର

ହିମାଂଶୁ ଭୂଷଣ ନାୟକ/ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ:


ପାରାଦୀପ, 14/10 ଶିଳ୍ପ ପରିଚାଳନା ଓ ସାର ଉତ୍ପାଦନ ପ୍ରକ୍ରିୟା ସମ୍ପର୍କରେ ପ୍ରାୟୋଗିକ ଜ୍ଞାନ ଆହରଣ ଉଦ୍ଦେଶ୍ୟରେ ଭୁବନେଶ୍ୱରର ଗୀତା ସ୍ୱୟଂ ଚାଳିତ ମହାବିଦ୍ୟାଳୟ ର ୫୫ ଜଣ ଏମ୍‌ବିଏ ଛାତ୍ରଛାତ୍ରୀ ମଙ୍ଗଳବାର ଇଫ୍‌କୋ ପାରାଦୀପ ୟୁନିଟ୍ ପରିଦର୍ଶନ କରିଛନ୍ତି। କଲେଜର ମାର୍କେଟିଂ ବିଭାଗର ସହକାରୀ ପ୍ରାଧ୍ୟାପକ ଜୟନ୍ତ ଯଶୋବର୍ଦ୍ଧନ ସାହୁଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନେ ଏହି ଏକଦିବସୀୟ ଶିକ୍ଷାମୂଳକ ପରିଦର୍ଶନରେ ସାମିଲ ହୋଇଥିଲେ।କାର୍ଯ୍ୟକ୍ରମର ଉଦ୍‌ଘାଟନ କରି ଇଫ୍‌କୋ ପାରାଦୀପ ୟୁନିଟ୍‌ରଉପ ମହାପ୍ରବନ୍ଧକ (ମେକାନିକାଲ୍) ମଙ୍ଗଳ ମୂର୍ତ୍ତି ସଲଫ୍ୟୁରିକ୍ ଏସିଡ୍, ଡିଏପି ଓ ଫସ୍‌ଫୋରିକ୍ ଏସିଡ୍ ପ୍ଲାଣ୍ଟର ଉତ୍ପାଦନ କ୍ଷମତା ଓ କାର୍ଯ୍ୟପ୍ରଣାଳୀ ବିଷୟରେ ବୁଝାଇଥିଲେ। ସାର ଉତ୍ପାଦନରେ ସଲଫର୍, ରକ୍ ଫସ୍‌ଫେଟ୍ ଓ ଆମୋନିଆ ଭଳି କଞ୍ଚାମାଲର ଭୂମିକା ସମ୍ପର୍କରେ ମଧ୍ୟ ସେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ। ଇଫ୍‌କୋର ପ୍ରଶାସନିକ ଅଧିକାରୀ ଶ୍ରୀ ଜୟନ୍ତ କୁମାର ଜେନା ଇଫ୍‌କୋର ସମବାୟଭିତ୍ତିକ ଗଠନ, ଦେଶବିଦେଶରେ ଏହାର କାର୍ଯ୍ୟକ୍ଷେତ୍ର ଏବଂ ଆଈଫଫଡ଼କ , କୋରଡେଟ ଓ ଜିଫକୋ ଭଳି ସହଯୋଗୀ ସଂସ୍ଥାଗୁଡ଼ିକର କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଏଥିସହ ଇଫ୍‌କୋର ସମନ୍ୱିତ ଗ୍ରାମୀଣ ବିକାଶ କାର୍ଯ୍ୟକ୍ରମ (ଆଈଡି ଆର ପି ) ମାଧ୍ୟମରେ କୃଷକ ଓ ଗ୍ରାମୀଣ ଜନସାଧାରଣଙ୍କ କଲ୍ୟାଣ ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ସେ ଆଲୋକପାତ କରିଥିଲେ। କୋରଡେଟ ର ଅଧକ୍ଷ କୁଳମଣି ମାଝୀ ଓ ଜୈବସାର ବିଭାଗର ବରିଷ୍ଠ ଅଧିକାରୀ ଅଭ୍ରୋଦେ ନାନୋ ସାର, ଜୈବସାର ଓ ବାୟୋ-ଷ୍ଟିମୁଲାଣ୍ଟ୍‌ସର ବ୍ୟବହାର ଓ ଉପକାରିତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। ଏହା ସହିତ ସାର ଶିଳ୍ପରେ ସୁରକ୍ଷା ବ୍ୟବସ୍ଥା, ପରିବେଶ ସଂରକ୍ଷଣ ଓ ଆଧୁନିକ ପ୍ରଯୁକ୍ତିବିଦ୍ୟାର ଗୁରୁତ୍ୱ ଉପରେ ଆଲୋଚନା ହୋଇଥିଲା। ପରିଦର୍ଶନର ଅଂଶ ଭାବେ ଛାତ୍ରଛାତ୍ରୀମାନେ ବସ୍‌ ଯୋଗେ ବିଭିନ୍ନ ୟୁନିଟ ପରିଦର୍ଶନ କରି ସାର ଉତ୍ପାଦନ ଓ ଶିଳ୍ପ ପରିଚାଳନାର ବାସ୍ତବ ଅନୁଭୂତି ହାସଲ କରିଥିଲେ। ଏହା ମାଧ୍ୟମରେ ସେମାନେ ନିଜର ପାଠ୍ୟକ୍ରମରେ ଅର୍ଜିତ ଜ୍ଞାନକୁ ଶିଳ୍ପ କ୍ଷେତ୍ରର ପ୍ରାୟୋଗିକ ଦିଗ ସହ ଯୋଡ଼ିବାର ସୁଯୋଗ ପାଇଥିଲେ। ଶେଷରେ ଜୟନ୍ତ ଯଶୋବର୍ଦ୍ଧନ ସାହୁ ଧନ୍ୟବାଦ ଅର୍ପଣ କରି ଛାତ୍ରଛାତ୍ରୀଙ୍କୁ ଶିଳ୍ପଭିତ୍ତିକ ଜ୍ଞାନ ଓ ଅଭିଜ୍ଞତା ପ୍ରଦାନ କରିବାରେ ଇଫ୍‌କୋର ପଦକ୍ଷେପକୁ ପ୍ରଶଂସା କରିଥିଲେ। ଶିକ୍ଷାନୁଷ୍ଠାନ ଓ ଶିଳ୍ପ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ସହ ଭବିଷ୍ୟତର ପରିଚାଳନା ବିଶେଷଜ୍ଞଙ୍କୁ ବାସ୍ତବ ଶିଳ୍ପ ଅଭିଜ୍ଞତା ପ୍ରଦାନ କରିବା ଦିଗରେ ଇଫ୍‌କୋ ପାରାଦୀପ ୟୁନିଟ୍‌ର ଏଭଳି ପଦକ୍ଷେପ ଉଲ୍ଲେଖନୀୟ ଅଟେ,ଏହା ସାର ଶିଳ୍ପର ଗୁରୁତ୍ୱ, କୃଷିର ଉନ୍ନତି ଓ ଗ୍ରାମୀଣ ବିକାଶରେ ଇଫ୍‌କୋର ଅବଦାନ ସମ୍ପର୍କରେ ଯୁବପିଢ଼ିଙ୍କ ଜ୍ଞାନ ବୃଦ୍ଧିରେ ସହାୟକ ହେବ l

ଇଫକୋ ପାରାଦୀପ ୟୁନିଟ ତରଫରୁ ଏକ ଦିବସୀୟ ଜ୍ଞାନ ଆହରଣ କର୍ମଶାଳା ଅନୁଷ୍ଠିତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଜଗତସିଂହପୁର :ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସଵ ‘ମହକ’ ଓ ‘ଉତ୍ସାହ ‘ ୨୦୨୬-୨୭’