ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ଖୋର୍ଦ୍ଧା କେନ୍ଦୁଝର ପୁରୀ

ନବରଙ୍ଗପୁର କଲେଜରେ ଏବିଭିପିର ସଭାପତି ଓ ସାଧାରଣ ସଂପାଦକ ବିଜୟୀ

ନବରଙ୍ଗପୁର କଲେଜରେ ଏବିଭିପିର ସଭାପତି ଓ ସାଧାରଣ ସଂପାଦକ ବିଜୟୀ – ସମୀକ୍ଷା ଖବର

ବିଭୁତି ପ୍ରସାଦ ପଣ୍ଡା / ଜିଲ୍ଲା ପ୍ରତିନିଧି / ନବରଙ୍ଗପୁର/ ସମୀକ୍ଷା ନ୍ୟୁଜ:

ନବରଙ୍ଗପୁର, ୧୫।୧୦ ( ସମୀକ୍ଷା ):ବିଭୁତି ପ୍ରସାଦ ପଣ୍ଡା ନବରଙ୍ଗପୁର (ଡିଗ୍ରୀ) ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ-୨୦୨୬-୨୭ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ସଭାପତି ପ୍ରାର୍ଥୀ ମୃତ୍ୟୁଞ୍ଜୟ ବିଷୋୟୀ ଓ ସାଧାରଣ ସମ୍ପାଦକ ପ୍ରାର୍ଥୀ ଗୀତାଞ୍ଜଳି ବିଷୋୟୀ ବହୁ ଭୋଟ ରେ ବିଜୟୀ ହୋଇଛନ୍ତି । ପୂର୍ବାହ୍ନ ୮ଟା ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହୋଇଥିଲା । ମୋଟ ୧୪୫୦ ଭୋଟର ଙ୍କର ମଧ୍ୟରୁ ୯୮୭ ଜଣ ଭୋଟ ଦେଇଥିଲେ । ସଭାପତି ରେ ମୃତ୍ୟଞ୍ଜୟ ବିଷୋୟୀ ୪୧୬ ଟି ଭୋଟ ପାଇଥିବାବେଳେ ରୋହନ ବିଷୋୟୀ ୨୨୭ ଟି, ଆଦିତ୍ୟ ଧନରାଜ ସୁନା ୧୮୫, ଅନିରୁଦ୍ଧ ପଟ୍ଟନାୟକ ୮ଟି, ନରେଶ ହରିଜନ ୪୧ଟି ଭୋଟ ପାଇଛନ୍ତି । ମୃତ୍ୟଞ୍ଜୟ ମୋଟ ୧୩୯ଟି ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି । ସେହିପରି ସାଧାରଣ ସମ୍ପାଦକ ପଦବୀରେ ଗୀତାଞ୍ଜଳୀ ବିଷୋୟୀ ୫୫୮ଟି ଭୋଟ ପାଇଥିବାବେଳେ ଆଦିତ୍ୟ ମିର୍ଗାନ ୨୩୪ ଟି ଓ ତୁଳସୀ ସାହୁ ୧୦୯ ଟି ଭୋଟ ପାଇଛନ୍ତି ।

ନବରଙ୍ଗପୁର କଲେଜରେ ଏବିଭିପିର ସଭାପତି ଓ ସାଧାରଣ ସଂପାଦକ ବିଜୟୀ – ସମୀକ୍ଷା

ଗୀତାଞ୍ଜଳୀ ନିକଟତମ ପ୍ରତିଦ୍ବନ୍ଦୀ ଠାରୁ ୨୩୪ଟି ଅଧିକ ଭୋଟ ପାଇ ଜୟଯୁକ୍ତ ହୋଇଛନ୍ତି । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପ୍ରାର୍ଥୀମାନେ ନିଦ୍ଵନ୍ଦରେ ୭ ଜଣ ବିଜୟୀ ହୋଇଛନ୍ତି ।
ଛାତ୍ର ସଂସଦର ଉପସଭାପତି ସୁଚିସ୍ମିତା ପାଢ଼ୀ,ସହସମ୍ପାଦକ ରବି ନାୟକ, କ୍ରୀଡ଼ା ସମ୍ପାଦକ ଜିତୁ ଗଣ୍ଡ ଓ ସହ- ସମ୍ପାଦକ ବିଘ୍ନେଶ ସାହୁ, ନାଟ୍ୟ ସଂସଦର ସମ୍ପାଦକ ଗୋବିନ୍ଦ ଚାଲାଣ ଓ ସହ-ସମ୍ପାଦକ ମନୀଷା ଶତପଥୀ ଏବଂ ବିଜ୍ଞାନ ସମ୍ପାଦକ- କେଦାରନାଥ ଭତ୍ରା ଅପ୍ରତିଦ୍ଵନ୍ଦୀ ଭାବେ ନିର୍ବାଚିତ ହୋଇଛନ୍ତି ।
ଏହି ବିଜୟୀ ପ୍ରାର୍ଥୀମାନେ ସନ୍ଧ୍ୟାରେ ଏକ ଶୋଭାଯାତ୍ରାରେ ମା’ ଭଣ୍ଡାର ଘରଣୀ ମନ୍ଦିରକୁ ଯାଇ ମା’ଙ୍କୁ ଦର୍ଶନ କରି ଦୀପ ଲଗାଇଥିଲେ । ସମସ୍ତ ବିଜୟୀ ପ୍ରାର୍ଥୀଙ୍କୁ ନବରଙ୍ଗପୁର ବିଧାୟକ ତଥା ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଗୌରୀ ଶଙ୍କର ମାଝୀ, ସାଂସଦ ବଳଭଦ୍ର ମାଝୀ,ଜିଲା ବିଜେପି ସଭାପତି କୁଞ୍ଜ ବି ହାରୀ ଦାଶ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଜଗଦିଶ ବିଷୋୟୀ ପ୍ରମୁଖ ସ୍ଵାଗତ କରିଥିଲେ ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ପାରାଦୀପ କଲେଜ ସଂସଦ ନିର୍ବାଚନ ରେ ଭାରତୀୟ ଜନତା ପାର୍ଟିର ୨୩ ପ୍ରାଥି ବାଜିମାତ