ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ସିଟିଜେନ୍ସ ଫୋରମ୍ ଫୋର ପ୍ରୋଗ୍ରେସିଭ ଓଡିଶା ଓ ରାଇରଙ୍ଗପୁର ଇଣ୍ଡଷ୍ଟ୍ରି ଆସୋସିଏସନ ଆନୁକୁଲ୍ୟରେ ଶିଳ୍ପୋଦ୍ବୋଗୀମାନଙ୍କ ପାଇଁ ଜେମ ପୋର୍ଟାଲ ନେଇ କର୍ମଶାଳା

ସିଟିଜେନ୍ସ ଫୋରମ୍ ଫୋର ପ୍ରୋଗ୍ରେସିଭ ଓଡିଶା ଓ ରାଇରଙ୍ଗପୁର ଇଣ୍ଡଷ୍ଟ୍ରି ଆସୋସିଏସନ ଆନୁକୁଲ୍ୟରେ ଶିଳ୍ପୋଦ୍ବୋଗୀମାନଙ୍କ ପାଇଁ ଜେମ ପୋର୍ଟାଲ ନେଇ କର୍ମଶାଳା – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବଡ଼ସାହି, ୧୭/୧୦/୨୬ – ରାଇରଙ୍ଗପୁରସ୍ଥ ମହତାବ ଭବନ ପରିସରରେ ମୟୂରଭଂଜ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସିଟିଜେନ୍ସ ଫୋରମ୍ ଫୋର ପ୍ରୋଗ୍ରେସିଭ ଓଡିଶା ତଥା ରାଇରଙ୍ଗପୁର ଇଣ୍ଡଷ୍ଟ୍ରି ଆସୋସିଏସନର ସାଧାରଣ ସମ୍ପାଦକ ଦେବବ୍ରତ ହୋତାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ବାମନଘାଟୀ ଉପଖଣ୍ଡର ଶିଳ୍ପୋଦ୍ୟୋଗୀ ମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଦ୍ଵାରା ୨୦୧୬ ରୁ ଆରମ୍ଭ ହୋଇଥିବା ‘ଜେମ୍ ପୋର୍ଟାଲ’ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଥିବା ସୂଚନା ମିଳିଛି । ଉକ୍ତ କର୍ମଶାଳାରେ ମୁଖ୍ୟ ଅତିଥି ଭାଵେ ମୟୂରଭଂଜ ସାଂସଦ ଶ୍ରୀ ନବ ଚରଣ ମାଝୀ ଓ ସମ୍ମାନୀୟ ଅତିଥିଭାବେ ଡ଼ି.ଆଇ.ସି ଜେନେରାଲ ମ୍ୟାନେଜର ଶ୍ରୀ ଦିନେଶ ହୋତା ଓ ଟିପିଏନଓଡିଏଲ ର କାର୍ଯ୍ୟନିର୍ବାହୀ ଅଧିକାରୀ ଇଂ ଶ୍ରୀ ଆଶୁତୋଷ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଓଡିଶା ସରକାରଙ୍କ ଏମ.ଏସ.ଏମ.ଇ ବିଭାଗ ତରଫରୁ ଶ୍ରୀ ଶିବ ଶଙ୍କର ରଥ ଓ ମୁଖ୍ୟବକ୍ତା ଶ୍ରୀ ସୁଧାଂଶୁ ପ୍ରଧାନ ପ୍ରମୁଖ ଯୋଗ ଦେଇଥିବାବେଳେ ଜଗନ୍ନାଥ ଚେତନା ପରିଷଦ ସଭାପତି ଲଳିତ ମହାନ୍ତ ମଂଚ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରିସୋର୍ସ ପାର୍ସନ ସୁଧାଂଶୁ ପ୍ରଧାନ “ଜେମ୍ ପୋର୍ଟାଲ” ଦ୍ଵାରା ସାଂପ୍ରତିକ ପରିସ୍ଥିତିରେ ଆଧୁନିକ ପ୍ରତିଯୋଗିତା ମୂଳକ ଦୁନିଆଁରେ ଶିଳ୍ପୋଦ୍ୟୋଗୀ ମାନେ କିପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥା ଓ ବିଭାଗ କୁ ଜେମ ପୋର୍ଟାଲ ମାଧ୍ୟମରେ ଜିନିଷ ବିକ୍ରୟ କରି ପାରିବେ, ସେ ବାବଦରେ ଆଲୋକପାତ କରିଥିଲେ । ରାଇରଙ୍ଗପୁରର ବିଶିଷ୍ଟ ଖଣିମାଲିକ ଜଗଦିଶ ମିଶ୍ର, ଶିଳ୍ପୋଦ୍ୟୋଗୀ ବିଶ୍ୱନାଥ ଅଗ୍ରୱାଲ ଓ ଶିଳ୍ପୋଦ୍ୟୋଗୀ ଟି.କେ. ବିଜୟନଙ୍କ ବ୍ୟତୀତ ଏହି କାର୍ଯ୍ୟକ୍ରମରେ ୬୦ରୁ ଉର୍ଦ୍ଧ୍ବ ଶିଳ୍ପୋଦ୍ୟୋଗୀ ଅଂଶ ଗ୍ରହଣ କରି “ଜେମ ପୋର୍ଟାଲ” ଉପରେ ଅବଗତ ହୋଇଥିଲେ ।

ସିଟିଜେନ୍ସ ଫୋରମ୍ ଫୋର ପ୍ରୋଗ୍ରେସିଭ ଓଡିଶା ଓ ରାଇରଙ୍ଗପୁର ଇଣ୍ଡଷ୍ଟ୍ରି ଆସୋସିଏସନ ଆନୁକୁଲ୍ୟରେ ଶିଳ୍ପୋଦ୍ବୋଗୀମାନଙ୍କ ପାଇଁ ଜେମ ପୋର୍ଟାଲ ନେଇ କର୍ମଶାଳା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ସତର୍କତା ସଚେତନତା ଅଭିଯାନ