ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ଲ୍ୟାମ୍ପସ ପକ୍ଷରୁ ମୃତ ଚାଷୀଙ୍କ ପରିବାରକୁ ୧ ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ

ଲ୍ୟାମ୍ପସ ପକ୍ଷରୁ ମୃତ ଚାଷୀଙ୍କ ପରିବାରକୁ ୧ ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବଡ଼ସାହି, ୧୭/୧୦/୨୬ – ନୂତନ ଭାବେ ଗଠିତ ବଡ଼ସାହି ବ୍ଲକ୍ ଅନ୍ତର୍ଗତ ଛେଳିଆ (କ) ଲ୍ୟାମ୍ପସ ପକ୍ଷରୁ ଆଜି ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜନୈକ ମୃତ ଚାଷୀଙ୍କ ପରିବାରକୁ ୧ ଲକ୍ଷ ଟଙ୍କାର ବୀମା ରାଶି ସ୍ୱରୂପ ଚେକ୍ ପ୍ରଦାନ କରାଯାଇଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ ଛେଳିଆ (କ) ଲ୍ୟାମ୍ପସ ଅଧିନସ୍ଥ ଦେଉଳିଆ ଗ୍ରାମର ବାସିନ୍ଦା ତଥା ଚାଷୀ ରଣଜିତ୍ ସାହୁ ଗତ ୨ବର୍ଷ ପୂର୍ବରୁ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ଲ୍ୟାମ୍ପସରୁ ଚାଷ ଋଣ ନେବା ସମୟରେ ସେ ବୀମା କରିଥିଲେ । ଉକ୍ତ ଯୋଜନା କ୍ରମେ ଆଜି ଲ୍ୟାମ୍ପସ ପକ୍ଷରୁ ମୃତ ଚାଷୀ ରଣଜିତ୍ ଙ୍କ ପତ୍ନୀ ତପସ୍ୱିନୀ ସାହୁଙ୍କୁ ବୀମା ରାଶି ସ୍ୱରୂପ ୧ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି । ଲ୍ୟାମ୍ପସ ଏମ ଡି ଭଗବାନ ସାମନ୍ତରାୟଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ପରିଚାଳନା ପରିଷଦର ସଭାପତି ଲକ୍ଷ୍ମୀ ସିଂ ଓ ଏମ୍ ସି ସି ବ୍ୟାଙ୍କ୍, ବଡ଼ସାହି ଶାଖା ପରିଚାଳକ ମାନସ ରଞ୍ଜନ ଧିର ପ୍ରମୁଖ ଉପସ୍ଥିତ ରହି ତାପସ୍ୱିନୀଙ୍କୁ ଚେକ୍ ପ୍ରଦାନ କରିଥିଲେ । ପରିବାର ତରଫରୁ ଏଥିନେଇ କୃତଜ୍ଞତା ଜ୍ଞାପନ କରାଯାଇଛି ।

ଲ୍ୟାମ୍ପସ ପକ୍ଷରୁ ମୃତ ଚାଷୀଙ୍କ ପରିବାରକୁ ୧ ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ସିଟିଜେନ୍ସ ଫୋରମ୍ ଫୋର ପ୍ରୋଗ୍ରେସିଭ ଓଡିଶା ଓ ରାଇରଙ୍ଗପୁର ଇଣ୍ଡଷ୍ଟ୍ରି ଆସୋସିଏସନ ଆନୁକୁଲ୍ୟରେ ଶିଳ୍ପୋଦ୍ବୋଗୀମାନଙ୍କ ପାଇଁ ଜେମ ପୋର୍ଟାଲ ନେଇ କର୍ମଶାଳା