ପେଣ୍ଡ୍ରାଣୀ କଲେଜରେ ନିର୍ବାଚନ ବାଜିମାତ୍ ପରେ ବିଜେଡି ମହଲରେ ଉତ୍ସାହ
ମାମନି ଚକ୍ରବର୍ତ୍ତୀ/ରାଇଘର ସାମ୍ବାଦିକ/ସମୀକ୍ଷା ନ୍ୟୁଜ: ଉମରକୋଟ ଦୀର୍ଘ ବର୍ଷ ପରେ ଉମରକୋଟ ପେଣ୍ଡ୍ରାଣୀ ମହାବିଦ୍ୟାଳୟରେ ହୋଇଥିବା ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ ସମର୍ଥିତ ସଭାପତି ପ୍ରାର୍ଥୀଙ୍କ ବିଜୟ ପରେ ସମର୍ଥକଙ୍କ ମହଲରେ ଉତ୍ସାହ ଦେଖାଦେଇଛି। ଅନ୍ୟପଟେ ଏବିଭିପି ମହଲରେ ନିରାଶା ପ୍ରକାଶ ପାଇଛି। ଛାତ୍ର ରାଜନୀତିକୁ ନେଇ ଚର୍ଚ୍ଚାରେ ଥିବା ଏହି ନିର୍ବାଚନର ଫଳାଫଳ ଉପରେ ସ୍ଥାନୀୟ ରାଜନୈତିକ ମହଲର ମଧ୍ୟ ନଜର ରହିଥିଲା। କଲେଜ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ସଭାପତି ପଦରେ…