ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏବିଭିପି ବିଜୟୀ ପ୍ରାର୍ଥୀ
ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ଓଡ଼ିଶାରେ ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବା ପରେ କ୍ୟାମ୍ପସ ରାଜନୀତି ପୁଣିଥରେ ଚଳଚଞ୍ଚଳ ହୋଇପଡ଼ିଛି। ନିର୍ବାଚନରେ ବିଜୟୀ ହୋଇଥିବା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ଛାତ୍ର ନେତାମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିବା ପରେ ରାଜ୍ୟରେ ଛାତ୍ର ରାଜନୀତିକୁ ନେଇ ଚର୍ଚ୍ଚା ବଢ଼ିଛି। ଏହି ସାକ୍ଷାତ୍କାରରେ ନବନିର୍ବାଚିତ ଛାତ୍ର ପ୍ରତିନିଧିମାନଙ୍କ ଭୂମିକା, ଶିକ୍ଷାନୁଷ୍ଠାନରେ ଶୃଙ୍ଖଳା ଏବଂ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥର…