ରାୟଗଡ଼ା ଦ୍ୱିତୀୟ କ୍ଲଷ୍ଟରରେ ସୁରଭି ଉତ୍ସବ: ୧୪ଟି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା
ଗୌରୀ ଶଙ୍କର ପଟ୍ଟନାୟକ / ବରିଷ୍ଠ ସାମ୍ବାଦିକ/ ରାୟଗଡା/ ସମୀକ୍ଷା ନ୍ୟୁଜ: ରାୟଗଡ଼ା ପୌରାଞ୍ଚଳର ଦ୍ୱିତୀୟ କ୍ଲଷ୍ଟରସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ବୁଧବାର ସ୍ଥାନୀୟ ବ୍ରାହ୍ମଣ ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ କ୍ଲଷ୍ଟର ଅଧୀନରେ ଥିବା ୧୪ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଉଦ୍ଘାଟନୀ ଉତ୍ସବରେ ପିଏମ୍ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନମିତା…