ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବଡ଼ସାହି, ୧୭/୧୦/୨୬ – ତୃଣମୂଳ ସ୍ତରରୁ ପ୍ରତିଭା ଅନ୍ୱେଷଣକୁ ପ୍ରାଧାନ୍ୟ ନେଇ ମୟୂରଭଞ୍ଜ ଜିଲ୍ଲାରେ ତୃଣମୂଳ ସ୍ତରରେ କ୍ରୀଡା ପ୍ରତିଭା ମାନଙ୍କୁ ଠାବ କରିବା ଏବଂ ସେମାନଙ୍କୁ ପ୍ରୋତ୍ସାହିତ କରିବା ସକାଶେ ଫ୍ୟୁଚର ଷ୍ଟାର ସ୍ପୋର୍ଟ୍ସ ଏକାଡେମୀ ଏବଂ ଟାଟା ଟ୍ରଷ୍ଟର ମିଳିତ ସହଯୋଗରେ ‘ପ୍ରୋଜେକ୍ଟ ଆରମ୍ଭ’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ୮ରୁ ୧୫ ବର୍ଷ ବୟସ୍କ ପିଲା ମାନଙ୍କୁ ତୃଣମୂଳ ସ୍ତରରୁ ତାଲିମ ଦେବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ । ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ଫୁଟବଲ ଖେଳକୁ ପ୍ରାଥମିକତା ଦିଆଯାଇଥିବା ବେଳେ ଆଗକୁ ଖୋ-ଖୋ, କବାଡ଼ି ଏବଂ ରଗବୀ ଭଳି ଅନ୍ୟାନ୍ୟ ଖେଳ ମଧ୍ୟ ସାମିଲ କରାଯିବ ବୋଲି ଫ୍ୟୁଚର ଷ୍ଟାର ସ୍ପୋର୍ଟ୍ସ ଏକାଡେମୀର ପ୍ରତିଷ୍ଠାତା ଦିବ୍ୟରଞ୍ଜନ ଦାସ ସୂଚନା ଦେଇଛନ୍ତି । ଆଜି ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟରେ ୧୦ଟି କେନ୍ଦ୍ରରୁ ମୋଟ ୧୦ଟି ପୁରୁଷ ଟିମ ଏବଂ ୩ଟି ମହିଳା ଟିମ ଭାଗ ନେଇଛନ୍ତି । କେବଳ ଫୁଟବଲ ନୁହେଁ, ପିଲାମାନଙ୍କ ଆଗ୍ରହ ଅନୁଯାୟୀ ସେମାନଙ୍କୁ ଅନ୍ୟାନ୍ୟ ଖେଳରେ ମଧ୍ୟ ପାରଦର୍ଶୀ କରାଯିବ ବୋଲି ଆୟୋଜକ ମାନେ ମତ ପ୍ରକାଶ କରିଛନ୍ତି । ଆଜିର ଏହି ପ୍ରାରମ୍ଭିକ ତଥା ଦିନିକିଆ ଟୁର୍ଣ୍ଣାମେଣ୍ଟ ପରେ ଆଗାମୀ ଦିନରେ ଅନ୍ୟାନ୍ୟ ଖେଳର ଇଭେଣ୍ଟ ମଧ୍ୟ ଆୟୋଜନ କରାଯିବ ବୋଲି ସୂଚନା ଦିଆଯାଇଛି ।






