ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

samikshanews

ଜଗତସିଂହପୁର :ଜିଲ୍ଲାରେ ସଡ଼କ ସୁରକ୍ଷା ଓ ନାଗରିକ ନିରାପତ୍ତା କୁ ଦୃଷ୍ଟିରେ ରଖି ଭାରୀଯାନ ଚଳାଚଳ ଓ ପାର୍କିଙ୍ଗ କଟକଣା – ସମୀକ୍ଷା ଖବର

ଜଗତସିଂହପୁର :ଜିଲ୍ଲାରେ ସଡ଼କ ସୁରକ୍ଷା ଓ ନାଗରିକ ନିରାପତ୍ତା କୁ ଦୃଷ୍ଟିରେ ରଖି ଭାରୀଯାନ ଚଳାଚଳ ଓ ପାର୍କିଙ୍ଗ କଟକଣା

ଭଗବାନ ମହାନ୍ତି/ ଜିଲ୍ଲା ପ୍ରତିନିଧି/ ଜଗତସିଂହପୁର /ସମୀକ୍ଷା ନ୍ୟୁଜ:ଜଗତସିଂହପୁର,୧୬.୧୦.୨୬ : ଜଗତସିଂହପୁର ଜିଲ୍ଲାରେ ସଡ଼କ ସୁରକ୍ଷା ଓ ନାଗରିକ ନିରାପତ୍ତା କୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଜେ ସୋନାଲ ମୋଟର ଯାନ ଆକ୍ଟ ୧୯୮୮ ର ଧାରା ୧୧୫ ଓ ୧୧୬ ଅନ୍ତର୍ଗତ ଭାରୀ ଯାନ ଚଳାଚଳ ଏବଂ ଗାଡ଼ି ପାର୍କିଂ ଉପରେ କେତେକ କଟକଣା ଲାଗୁ କରିଛନ୍ତି । ଜଗତସିଂହପୁର ପୌର ପରିଷଦ ଅଧୀନରେ ଭାରୀ ଯାନ ଚଳାଚଳ ଯୋଗୁଁ…

Read More
ସାରଥୀ ପଣ୍ଡାଙ୍କୁ ଗାର୍ଡ ଅଫ ଅନର – ସମୀକ୍ଷା ଖବର

ସାରଥୀ ପଣ୍ଡାଙ୍କୁ ଗାର୍ଡ ଅଫ ଅନର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୬/୧୦/୨୬ – ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା, ସୁମିତ୍ରାଦେଇ ପୁର ଗ୍ରାମର କ୍ଷୀରୋଦ ଚନ୍ଦ୍ର ପଣ୍ଡାଙ୍କ ୩୨ ବର୍ଷୀୟ ପୁଅ ସାରଥୀ ପଣ୍ଡା ବୈଶିଙ୍ଗା ଇଲେକ୍ଟ୍ରିକ ଡିଭିଜନରେ ୬ ବର୍ଷ ଧରି ଲାଇନମ୍ୟାନ୍ ଭାବେ କାର୍ଯ୍ୟରତ ଥିଲେ । ଗତ ରବିବାର ଦିନ ଡିଉଟିକୁ ଯାଉଥିବା ସମୟରେ ବାଇକରୁ ଭାରସାମ୍ୟ ହରାଇ ପଡିଯାଇ ଆଘାତପ୍ରାପ୍ତ ହୋଇଥିଲେ । ତେବେ ପରିବାର ଲୋକ ତାଙ୍କୁ ଉନ୍ନତ ଚିକିତ୍ସା…

Read More
ଏମପିସି କଲେଜ ଛାତ୍ର ସଂସଦ ନିର୍ବାଚନ: ସ୍ୱାଧୀନ ପ୍ରାର୍ଥୀଙ୍କ ବାଜିମାତ ଓ ଶପଥ – ସମୀକ୍ଷା ଖବର

ଏମପିସି କଲେଜ ଛାତ୍ର ସଂସଦ ନିର୍ବାଚନ: ସ୍ୱାଧୀନ ପ୍ରାର୍ଥୀଙ୍କ ବାଜିମାତ ଓ ଶପଥ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୬/୧୦/୨୬ – ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ, (ଏମପିସି) ବାରିପଦାର ଛାତ୍ର ସଂସଦ ନିର୍ବାଚନ ଫଳାଫଳକୁ ନେଇ ମୟୂରଭଞ୍ଜ ଜିଲ୍ଲାରେ ଚର୍ଚ୍ଚା ଜୋର ରହିଛି । ବିସିଜେଡି ଓ ଏବିଭିପି ସମର୍ଥିତ ପ୍ରାର୍ଥୀମାନେ ଜୋରଦାର ପ୍ରଚାର କରିଥିବା ସତ୍ତ୍ୱେ ସ୍ୱାଧୀନ ପ୍ରାର୍ଥୀମାନେ ବିଭିନ୍ନ ପଦରେ ବିଜୟୀ ହେବା ନିର୍ବାଚନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କଲେଜର ୧୫ଟି ପଦ ପାଇଁ ଅନୁଷ୍ଠିତ ପ୍ରତିଦ୍ୱନ୍ଦ୍ୱିତାର ଫଳାଫଳ ଘୋଷଣା…

Read More
ବିଜାତଳାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ – ସମୀକ୍ଷା ଖବର

ବିଜାତଳାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୬/୧୦/୨୬ – ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବିଜାତଳା ବ୍ଲକର କୃଷି ବିଭାଗ ତରଫରୁ ଅନ୍ତର୍ଜାତୀୟ ମହିଳା କୃଷକ ଦିବସ ଗୁରୁବାର ଦିନ ୧୦ଘଟିକା ସମୟରେ କୃଷି କାର୍ଯାଳୟ ପରିସରରେ ପାଳନ କରାଯାଇଛି । ବିଜାତଳା ବ୍ଲକର ବିଭିନ୍ନ ପଂଚାୟତରୁ ୫୦ ରୁ ଅଧିକ ମହିଳା କୃଷକ ତଥା ଏସ ଏଚ ଜି ର ସଦସ୍ୟାମାନେ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର କୃଷି…

Read More
ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର, ରାଇରଙ୍ଗପୁର – ସମୀକ୍ଷା ଖବର

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର, ରାଇରଙ୍ଗପୁର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୬/୧୦/୨୬ – ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ରାଇରଙ୍ଗପୁର ପଂଚାୟତ ସମିତି ତରଫରୁ ରାଇରଙ୍ଗପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଏକ ଦିନିକିଆ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି । ରାଇରଙ୍ଗପୁର ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଶ୍ରୀମତୀ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡାଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଲୋକସଭା ସାଂସଦ ଶ୍ରୀ ନବ…

Read More
ମା ବଗଳାମୁଖୀଙ୍କ ପୀଠରେ ଶାରଦୀୟ ପୂଜା – ସମୀକ୍ଷା ଖବର

ମା ବଗଳାମୁଖୀଙ୍କ ପୀଠରେ ଶାରଦୀୟ ପୂଜା

ବିଜୟ କୁମାର ମହାପାତ୍ର /ପିପିଲି /ସମୀକ୍ଷା ନ୍ୟୁଜ: ପିପିଲି,୧୬ା୧୦:ପିପିଲି ନିକଟବର୍ତ୍ତୀ ଦାଣ୍ଡମୁକୁନ୍ଦପୁର ଗ୍ରାମ ସ୍ଥିତ ମା’ ବଗଳାମୁଖୀଙ୍କ ପୀଠରେ ଚାଲିଛି ନବଦିନାତ୍ମକ ଶାରଦୀୟ ପାର୍ବଣ ଉତ୍ସବ । ଦାଣ୍ଡମୁକୁନ୍ଦପୁର ଓ ଏହାର ଆଖପାଖ ଅଞ୍ଚଳର ଅନନ୍ୟ ଶକ୍ତିପୀଠ ଭାବେ ପରିଚିତ ଏହି ଦେବୀପୀଠ ଏବେ ଚଣ୍ଡିପାଠରେ ମୁଖରିତ ହେଉଥିବା ବେଳେ ମନୋସ୍କାମନା ପୁରଣ ପାଇଁ ପ୍ରତ୍ୟହ ସଂନ୍ଧ୍ୟାରେ ମାନସୀକଧାରୀ ଭକ୍ତ ଓ ଶ୍ରଦ୍ଧାଳୁଙ୍କର ଏଠାରେ ବେଶ୍‍ ଭିଡ ପରିଲକ୍ଷିତ ହେଉଛି । ମା’ବଗଳାମୁଖୀଙ୍କ ନବଦିନାତ୍ମକ ପାର୍ବଣ ଉତ୍ସବ…

Read More
ଏନରିଚ ପବ୍ଲିକ ସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ – ସମୀକ୍ଷା ଖବର

ଏନରିଚ ପବ୍ଲିକ ସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ

ବିଜୟ କୁମାର ମହାପାତ୍ର /ପିପିଲି /ସମୀକ୍ଷା ନ୍ୟୁଜ: ପିପିଲି, ତା୧୬।୧୦ ପିପିଲି ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ନିକଟରେ ଥିବା ଏନରିଚ ପବ୍ଲିକ ସ୍କୁଲ ରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ବିଜ୍ଞାନ ଶିକ୍ଷୟତ୍ରୀ ସୁଶ୍ରୀ ସଂଗୀତା ମିଶ୍ର ଙ୍କ ତତ୍ୱାବଧାନ ରେ ଏହି ମେଳାରେ ମୋଟ ୭୬ ଟି ପ୍ରକଳ୍ପ ସ୍ଥାନ ପାଇଥିଲା। ଏଥିରେ ମୁଖ୍ୟତଃ ସୌରଶକ୍ତିର ବ୍ୟବହାର, ଜଳ ବିଶୋଧନ ପ୍ରଣାଳୀ, ବର୍ଷାଜଳ ସଂରକ୍ଷଣ, ବର୍ଜ୍ୟବସ୍ତୁ ପୃଥକୀକରଣ ଓ ପୁନଃଚକ୍ରଣ, ପରିବେଶ ସୁରକ୍ଷା, ବୃକ୍ଷରୋପଣ,…

Read More
ରାୟଗଡ଼ ଜିଲ୍ଲାର ବିକାଶମୂଳକ ପ୍ରକଳ୍ପର ସମୀକ୍ଷା କଲେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର-ତଥା-ଶାସନ ସଚିବ – ସମୀକ୍ଷା ଖବର

ରାୟଗଡ଼ ଜିଲ୍ଲାର ବିକାଶମୂଳକ ପ୍ରକଳ୍ପର ସମୀକ୍ଷା କଲେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର-ତଥା-ଶାସନ ସଚିବ

ଗୌରୀ ଶଙ୍କର ପଟ୍ଟନାୟକ / ବରିଷ୍ଠ ସାମ୍ବାଦିକ/ ରାୟଗଡା/ ସମୀକ୍ଷା ନ୍ୟୁଜ: ରାୟଗଡ଼:୧୬.୧୦.୨୦୨୬ ଜିଲ୍ଲା ଶିଳ୍ପ ଓ ହସ୍ତଶିଳ୍ପ ଉଭୟର ସହାବସ୍ଥାନ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଓଡ଼ିଶା ସରକାରଙ୍କ କମିଶନର-ତଥା-ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର, ଆଇଏଏସ୍‌, ରାୟଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ୍‌ ଗସ୍ତ କରି ଚାଲୁ ରହିଥିବା ବିକାଶମୂଳକ ପ୍ରକଳ୍ପଗୁଡ଼ିକର ସ୍ଥିତି ଓ ଅଗ୍ରଗତି ସମୀକ୍ଷା କରିଥିଲେ। ଏହି ଗସ୍ତ ଅବସରରେ ସେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ଓ ଏହାର…

Read More
ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ସଚେତନତାମୂଳକ ପଥପ୍ରାନ୍ତ ନାଟକପରିବେଷଣ – ସମୀକ୍ଷା ଖବର

ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ସଚେତନତାମୂଳକ ପଥପ୍ରାନ୍ତ ନାଟକପରିବେଷଣ

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି ଭବାନୀପାଟଣା, ୧୬.୧୦.୨୦୨୬: ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ନିଶା ସେବନର କୁପରିଣାମ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ,ଭବାନୀପାଟଣା ପକ୍ଷରୁ ଏକ ସଚେତନତାମୂଳକ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲାମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ସୁସ୍ମିତା ପାତ୍ରଙ୍କ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ନାଟକର ନିର୍ଦ୍ଦେଶନା ଶ୍ରୀମତୀ ଐଶ୍ୱର୍ଯ୍ୟା ପ୍ରିୟଦର୍ଶିନୀ ପତି ଦେଇଥିଲେ ।ନାଟକ ମାଧ୍ୟମରେ ନିଶା ସେବନର ଭୟାବହ ପରିଣାମ, ଏହାର ସାମାଜିକ କୁପ୍ରଭାବ ଏବଂ ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ରଖିବାର ଆବଶ୍ୟକତା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା ନାଟକ ଶେଷରେ ସମସ୍ତେ ଶପଥ ଗ୍ରହଣ କରି ଥିଲେଏହି ଅବସରରେ  ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିନେଶ କୁମାର କହଁର  ଏବଂ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣପ୍ରତିଷ୍ଠାନ,ଭବାନୀପାଟଣା ର ଅଧ୍ୟାପକ ବୃନ୍ଦ ରାକଶ ବେହେରା,  ଘନଶ୍ୟାମ ସାହୁ, ଦୀପକ ବେହେରା, ମାଣିକେଶ୍ୱରୀ ମହାପାତ୍ର  ଉପସ୍ଥିତ ଥିଲେ ଏହି ପଥପ୍ରାନ୍ତ ନାଟକରେ କଲେଜ ର ଛାତ୍ର ଛାତ୍ରୀ -ଅଜିତ କୁମାର ହେର୍ଣ୍ଣା, ମୁକେଶ ନାଏକ, ଅମିୟ ରଞ୍ଜନ ନାଏକ, କହ୍ନା ସୁନାନୀ, ଦେବ କୁମାର ରଣା, ସୁମନ କୁମାର ସାହୁ, ମନୋଜ ଭୂଏ, ଟୁନା ସବର, ତ୍ରୟୋଶ ନାଏକ, ଅଜୟ କୁମାର ସାଗରିଆ, ନିହାର ରଞ୍ଜନ ଦାଶ, ଗରୁଡ଼ ବେହେରା, ବାସୁଦେବ ବାଗ, କରଣ ସାହୁ, ବର୍ଷାରାଣୀ ପଧାନ ଓ ହରିପ୍ରିୟା ଦଣ୍ଡସେନା ପ୍ରମୁଖ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମର ସଫଳ ଆୟୋଜନ ଓ ପରିଚାଳନାରେ ମହାବିଦ୍ୟାଳୟର ଅନ୍ୟ ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିଲେ।ସେମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପନ୍ନ ହୋଇଥିଲା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନିଶାମୁକ୍ତ ସମାଜ ଗଠନ, ଯୁବପିଢ଼ିଙ୍କୁ ନିଶାର କୁପ୍ରଭାବରୁ ସୁରକ୍ଷିତ ରଖିବା ଏବଂ ଏକ ସୁସ୍ଥ ଓ ସଚେତନ ସମାଜ ଗଠନ ଦିଗରେ ସାମୂହିକ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଥିଲା।

Read More
ବଲାଙ୍ଗୀର ଓମେନ୍ସ କଲେଜରେ ନିର୍ବାଚନ ଫଳାଫଳକୁ ନେଇ ଉତ୍ତେଜନା:ବିସିଜେଡି ସଭାପତି ପ୍ରାର୍ଥୀଙ୍କ ପରାଜୟକୁ ନେଇ ବିଜେଡି କର୍ମୀଙ୍କ ଆନ୍ଦୋଳନ, ପୋଲିସର ହସ୍ତକ୍ଷେପ – ସମୀକ୍ଷା ଖବର

ବଲାଙ୍ଗୀର ଓମେନ୍ସ କଲେଜରେ ନିର୍ବାଚନ ଫଳାଫଳକୁ ନେଇ ଉତ୍ତେଜନା:ବିସିଜେଡି ସଭାପତି ପ୍ରାର୍ଥୀଙ୍କ ପରାଜୟକୁ ନେଇ ବିଜେଡି କର୍ମୀଙ୍କ ଆନ୍ଦୋଳନ, ପୋଲିସର ହସ୍ତକ୍ଷେପ

ପ୍ରଦିପ୍ତ କୁମାର ମିଶ୍ର/ସାମ୍ବାଦିକ/ବଲାଙ୍ଗିର/ସମୀକ୍ଷା ନ୍ୟୁଜ: ବଲାଙ୍ଗୀର: ବଲାଙ୍ଗୀର ଓମେନ୍ସ କଲେଜରେ ଛାତ୍ର ସଂସଦ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଉତ୍ତେଜନା ଦେଖାଦେଇଛି। ନିର୍ବାଚନ ଫଳାଫଳକୁ ନେଇ ବିଜେଡି ସମର୍ଥିତ ଛାତ୍ର ସଂଗଠନ ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ଅସନ୍ତୋଷ ପ୍ରକାଶ କରିଛି। ବିସିଜେଡିର ସଭାପତି ପ୍ରାର୍ଥୀଙ୍କୁ ଜାଣିଶୁଣି ପରାଜିତ କରାଯାଇଥିବା ଅଭିଯୋଗ ଆଣି ବିଜେଡି କର୍ମୀମାନେ ଆନ୍ଦୋଳନ କରିଥିଲେ। ଏହାକୁ ନେଇ କଲେଜ ପରିସରରେ କିଛି ସମୟ ପାଇଁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।…

Read More