ମୁଖ୍ୟ ବିଷୟକୁ ଯାଆନ୍ତୁ
ବୁଧବାର, ୨୧ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ରାୟଗଡ଼ା ନୂଆପଡ଼ା ମାଲକାନଗିରି

samikshanews

ପ୍ରକାଶ ପାଇଲା ମାଲକାନଗିରି ଜିଲ୍ଲାର ଏସଆଇଆର-୨୦୨୬ ଚୂଡ଼ାନ୍ତ ଭୋଟର ତାଲିକା, ମୋଟ ନିର୍ବାଚକ ୪,୧୫,୧୩୨ – ସମୀକ୍ଷା ଖବର

ପ୍ରକାଶ ପାଇଲା ମାଲକାନଗିରି ଜିଲ୍ଲାର ଏସଆଇଆର-୨୦୨୬ ଚୂଡ଼ାନ୍ତ ଭୋଟର ତାଲିକା, ମୋଟ ନିର୍ବାଚକ ୪,୧୫,୧୩୨

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:୨୨/୦୯/୨୬ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ମାଲକାନଗିରି ଜିଲ୍ଲାରେ ପରିଚାଳିତ ସ୍ୱତନ୍ତ୍ର ସଘନ ସଂଶୋଧନ -୨୦୨୬ ପ୍ରକ୍ରିୟା ସଫଳତାର ସହ ଶେଷ ହେବା ପରେ ଆଜି ଚୂଡ଼ାନ୍ତ ଭୋଟର ତାଲିକା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ଏଫଏଲସାଇ ହଲ ଠାରେ ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି। ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରକାଶିତ ଏହି ତାଲିକା ଅନୁଯାୟୀ ଜିଲ୍ଲାରେ ସମୁଦାୟ ୪,୧୫,୧୩୨ ଜଣ…

Read More
ଟ୍ରଲରକୁ ପଛରୁ ପିଟିଲା ମାଲବାହୀ ଟ୍ରକ୍ ,ଡ୍ରାଇଭର- ହେଲପର ମୃତ ତୋଟାପଡ଼ା ଛକରେ ଭୋରୁ ମର୍ମନ୍ତୁଦ ଦୃଘଟଣା ; ଧକ୍କା ପରେ ଟ୍ରଲର ଫେରାର , ତଦନ୍ତ ଜାରୀ, ଏନ ଏଚ -୧୬ ଭାରିଯାନ ପାର୍କିଂ ନେଇ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ – ସମୀକ୍ଷା ଖବର

ଟ୍ରଲରକୁ ପଛରୁ ପିଟିଲା ମାଲବାହୀ ଟ୍ରକ୍ ,ଡ୍ରାଇଭର- ହେଲପର ମୃତ ତୋଟାପଡ଼ା ଛକରେ ଭୋରୁ ମର୍ମନ୍ତୁଦ ଦୃଘଟଣା ; ଧକ୍କା ପରେ ଟ୍ରଲର ଫେରାର , ତଦନ୍ତ ଜାରୀ, ଏନ ଏଚ -୧୬ ଭାରିଯାନ ପାର୍କିଂ ନେଇ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ସେପ୍ଟେମ୍ବର ୨୦: ଭୁବନେଶ୍ୱର-ଚେନ୍ନାଇ ୧୬ ନମ୍ବର ଜାତୀୟ ରାଜପଥ ଏବେ ଯେତିକି ଦ୍ରୁତଗତିରେ ଯାତାୟାତର ମୁଖ୍ୟ କରିଡର୍‌ ପାଲଟିଛି, ସେତିକି ଏହାର ବିଭିନ୍ନ ସ୍ଥାନରେ ଭାରୀଯାନ ଚଳାଚଳ ଓ ପାର୍କିଂକୁ ନେଇ ସୁରକ୍ଷା ପ୍ରଶ୍ନ ମଧ୍ୟ ବାରମ୍ବାର ମୁଣ୍ଡ ଟେକୁଛି। ଏଭଳି ପରିସ୍ଥିତି ମଧ୍ୟରେ ଖୋରଧା ଆଦର୍ଶ ଥାନା ଅନ୍ତର୍ଗତ ପଲାତୋଟାପଡ଼ା ଛକ ନିକଟରେ ଶନିବାର ଭୋରୁ ଘଟିଥିବା ଏକ ମର୍ମନ୍ତୁଦ ଦୁର୍ଘଟଣାରେ…

Read More
ବକ୍ସି ଜଗବନ୍ଧୁଙ୍କ ୨୭୨ତମ ଜୟନ୍ତୀ ଉତ୍ସବ‘ବସୁଧା’ ଯୋଜନାରେ ବକ୍ସିଙ୍କ ଫଟୋ ସ୍ଥାନିତ ହେଉ ପାଇକ ବିଦ୍ରୋହର ଇତିହାସକୁ ନୂଆ ପିଢ଼ି ପାଖରେ ପହଞ୍ଚାଇବାକୁ ଆହ୍ୱାନ – ସମୀକ୍ଷା ଖବର

ବକ୍ସି ଜଗବନ୍ଧୁଙ୍କ ୨୭୨ତମ ଜୟନ୍ତୀ ଉତ୍ସବ‘ବସୁଧା’ ଯୋଜନାରେ ବକ୍ସିଙ୍କ ଫଟୋ ସ୍ଥାନିତ ହେଉ ପାଇକ ବିଦ୍ରୋହର ଇତିହାସକୁ ନୂଆ ପିଢ଼ି ପାଖରେ ପହଞ୍ଚାଇବାକୁ ଆହ୍ୱାନ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋର୍ଦ୍ଧା, ୨୦/୯:ପାଇକ ବିଦ୍ରୋହର ମହାନାୟକ, ଓଡ଼ିଆ ଜାତିର ସ୍ୱାଭିମାନ ଓ ସ୍ୱାଧୀନତା ସଂଗ୍ରାମର ଅନନ୍ୟ ପ୍ରତୀକ ବକ୍ସି ଜଗବନ୍ଧୁ ବିଦ୍ୟାଧର ଭ୍ରମରବର ରାୟ ମହାପାତ୍ରଙ୍କ ୨୭୨ତମ ଜୟନ୍ତୀ ଖୋର୍ଦ୍ଧାରେ ଶ୍ରଦ୍ଧା, ସମ୍ମାନ ଓ ଐତିହାସିକ ଚେତନାର ସହ ପାଳିତ ହୋଇଯାଇଛି। ବକ୍ସିଙ୍କ ସଂଗ୍ରାମମୟ ଜୀବନ ଓ ପାଇକ ବିଦ୍ରୋହର ଐତିହାସିକ ଗୁରୁତ୍ୱକୁ ନୂଆ ପିଢ଼ି ନିକଟରେ ପହଞ୍ଚାଇବା ସହ ତାଙ୍କ ସ୍ମୃତିକୁ ଅଧିକ ସମ୍ମାନ…

Read More
ପାରାଦୀପ:ମାଗଣା ସ୍ୱାସ୍ଥ୍ୟସେବା ଶିବିର ଆୟୋଜନ – ସମୀକ୍ଷା ଖବର

ପାରାଦୀପ:ମାଗଣା ସ୍ୱାସ୍ଥ୍ୟସେବା ଶିବିର ଆୟୋଜନ

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନିଉଜ: ପାରାଦୀପ 20/9/26 ତାରେନିଗଡା ସ୍ଥିତ ନାଗରିକ ପରିଷଦର ସଭାଗୃହ ପରିସରରେ ବିଜୟଚନ୍ଦ୍ରପୂର୍ ମହିଳା ପରିଷଦ ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଆୟୋଜନ କରିଥିଲେ, ଏହି ଶିବିର ରେ ବିଭିନ୍ନ ବିଶେଷଜ୍ଞ ମାନେ ଉପସ୍ଥିତ ରହି ମେଡ଼ିସିନ୍, ସ୍ତ୍ରୀ ରୋଗ, ଦାନ୍ତ ରୋଗ, ଚକ୍ଷ୍ୟୁ ରୋଗ, କର୍ଣ୍ଣ ରୋଗ, ଅସ୍ଥି ଶଲ୍ୟ ରୋଗ ଓ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ମାନେ ଉପସ୍ଥିତ ରହି 400 ରୁ…

Read More
ଝାରସୁଗୁଡ଼ାରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ”ଜିଲ୍ଲାରେ ମୋଟ ଭୋଟର ୪ ଲକ୍ଷ ୧୧ ହଜାର ୯୮୯” – ସମୀକ୍ଷା ଖବର

ଝାରସୁଗୁଡ଼ାରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ”ଜିଲ୍ଲାରେ ମୋଟ ଭୋଟର ୪ ଲକ୍ଷ ୧୧ ହଜାର ୯୮୯”

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା : ଝାରସୁଗୁଡା, ୨୧/୯ : ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ଅନ୍ତର୍ଗତ ଝାରସୁଗୁଡ଼ା ଜିଲ୍ଲାର ଚୂଡ଼ାନ୍ତ ଭୋଟର ତାଲିକା ଆଜି ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି l ଏ ଅବସରରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଜିଲ୍ଲା ଖଣିଜ ପାଣ୍ଠି କନଫରେନ୍ସ ହଲ୍‌ରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା l ବୈଠକରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କୁ ଚୂଡ଼ାନ୍ତ ଭୋଟର…

Read More
ଜଗତସିଂହପୁର:ଗୀତା ଆବୃତ୍ତି କାର୍ଯ୍ୟକ୍ରମ – ସମୀକ୍ଷା ଖବର

ଜଗତସିଂହପୁର:ଗୀତା ଆବୃତ୍ତି କାର୍ଯ୍ୟକ୍ରମ

ଭଗବାନ ମହାନ୍ତି/ସମୀକ୍ଷା ଖବର/ଜଗତସିଂହପୁର: ଜଗତସିଂହପୁର, 20/09/2026: ପ୍ରଜ୍ଞାନ ମିଶନ ଆନୁକୂଲ୍ୟରେ ଗୀତା ସୁଗୀତା କର୍ତ୍ତ୍ୟବ୍ୟା ଅଷ୍ଟମ ଓଡିଶା ରାଜ୍ୟସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା କାର୍ଯ୍ୟକ୍ରମ ବାଲିକୁଦା ବ୍ଲକ ଅନ୍ତର୍ଗତ ଓଷକଣା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି |ଏଥିରେ ତୃତୀୟ ଶ୍ରେଣୀଠାରୁ ଦଶମଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଓଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ | ପ୍ରକାଶଥାଉକି,ଏହି ପ୍ରତିଯୋଗିତାରେ 25ଜଣ ବିଦ୍ୟାର୍ଥୀ ଭାଗ ନେଇଥିଲେ |ସେମାନଙ୍କ ମଧ୍ୟରୁ ଉଦିତ ମନ୍ଦାକିନୀ,ଶ୍ଵେତାସ୍ୱିନୀ ସ୍ୱାଇଁ, ସିଦ୍ଧିସିମରନ ରାଉତ ଓ ସୁଧାଂଶୁ ପରିଡା ପ୍ରଥମ, ଧୃତି ଦୀପା…

Read More
ଉତ୍କେଲାରେ ମେଗା ରକ୍ତଦାନ ଶିବିର, ୩୦ ୟୁନିଟ୍ ରକ୍ତ ସଂଗ୍ରହ – ସମୀକ୍ଷା ଖବର

ଉତ୍କେଲାରେ ମେଗା ରକ୍ତଦାନ ଶିବିର, ୩୦ ୟୁନିଟ୍ ରକ୍ତ ସଂଗ୍ରହ

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି:ଉତ୍କେଲା, ୨୦/୯/୨୦୨୬ (ସମୀକ୍ଷା): ଅଖିଳ ଭାରତୀୟ ତେରାପନ୍ଥ ଯୁବକ ପରିଷଦର ଆହ୍ୱାନ କ୍ରମେ ‘ରକ୍ତଦାନ କର୍ତ୍ତବ୍ୟମ୍’ ଅଭିଯାନ ଅନ୍ତର୍ଗତ ତେରାପନ୍ଥ ଯୁବକ ପରିଷଦ, ଉତ୍କେଲା ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ସ୍ଥାନୀୟ ତେରାପନ୍ଥ ଭବନଠାରେ ଆୟୋଜିତ ହୋଇଥିଲା। ଏହି ଶିବିରରେ ମୋଟ ୩୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ଅଖିଳ ଭାରତୀୟ ତେରାପନ୍ଥ ଯୁବକ ପରିଷଦ ପକ୍ଷରୁ ସେପ୍ଟେମ୍ବର ୧୭ରୁ ୨୩ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ରକ୍ତଦାନ ଶିବିର ଆୟୋଜନ କରାଯାଉଥିବା ବେଳେ ଉତ୍କେଲାରେ ସେପ୍ଟେମ୍ବର ୨୦ ତାରିଖ ରବିବାର ଏହି ଶିବିର ଅନୁଷ୍ଠିତ ହୋଇଥିଲା। ଏହି ମହତ୍ କାର୍ଯ୍ୟରେ ତେରାପନ୍ଥ ଯୁବକ ପରିଷଦର ସମସ୍ତ ସଦସ୍ୟଙ୍କ ସହ ଜୈନ ଶ୍ୱେତାମ୍ବର ତେରାପନ୍ଥ ସଭା ଓ ଜୈନ ଶ୍ୱେତାମ୍ବର ତେରାପନ୍ଥ ମହିଳା ମଣ୍ଡଳର ସଦସ୍ୟମାନେ ସହଯୋଗ କରିଥିଲେ। ରକ୍ତଦାନ ମାଧ୍ୟମରେ ମାନବ ସେବା ଓ ଜୀବନ ରକ୍ଷାର ବାର୍ତ୍ତା ପ୍ରଚାର କରିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ।ଶିବିରରେ ମାଧବ ମାଝୀ, ନବରତ୍ନ ସ୍ୱାମୀ, ପ୍ରଭୁ ସ୍ୱାମୀ, ଭୁବନେ ସ୍ୱର୍ଣ୍ଣାଗ, ସୁମନ୍ତ ପ୍ରଧାନ, ବିଶ୍ୱ ପ୍ରଧାନ, ବିକାଶ ଚନ୍ଦ୍ର ଭୋଇ, ମୋନାଜ କୁମାର ପ୍ରଧାନ, ଚିରାଗ ଜୈନ, ରାହୁଲ ଜୈନ, ଇତିଶ୍ରୀ ପ୍ରଧାନ, ପ୍ରବୀଣ ଜୈନ, କିସନ ବେମାଲ, ବର୍ଦ୍ଧମାନ ଜୈନ, ସତୀଶ ଜୈନ, କ୍ଷୀରୋଦ ମାଝୀ, ଅରିହନ୍ତ ଜୈନ, ପ୍ୟାରିଲାଲ ମେହେର, ତନ୍ମୟ ପ୍ରଧାନ, ପ୍ରିତିଶ ପଟ୍ଟନାୟକ, ଶ୍ରୀକାନ୍ତ ମହାନ୍ତି, ପବିତ୍ର ପ୍ରଧାନ, ଯୁଗଳ ମୁଦୁଲି, ଯୁଗେଶ ଜୈନ, ବିଦ୍ୟାଧର ଗୌଡ଼, ରିଶବ ଜୈନ, କୁଲଦୀପ ଜୈନ, କୁନୁ ସା, କମଲ ମେହେର ଓ ମନ୍ସୁଖ ଭାଇଙ୍କ ସମେତ ମୋଟ ୩୦ ଜଣ ରକ୍ତଦାନ କରିଥିଲେ।

Read More
ନକଲି MVI ଅଧିକାରୀ ଗିରଫ, ବିବାହ ପ୍ରତିଶ୍ରୁତି ଓ ସରକାରୀ ଚାକିରି ନାଁରେ ଠକେଇ ଅଭିଯୋଗ – ସମୀକ୍ଷା ଖବର

ନକଲି MVI ଅଧିକାରୀ ଗିରଫ, ବିବାହ ପ୍ରତିଶ୍ରୁତି ଓ ସରକାରୀ ଚାକିରି ନାଁରେ ଠକେଇ ଅଭିଯୋଗ

ମହେଶ୍ୱର ଦିଗାଳ/ବାଲିଗୁଡ଼ା ଡିଭିଜନାଲ ସାମ୍ବାଦିକ/ସମୀକ୍ଷା ନିୟୁଜ :ନିଜକୁ RTO ବିଭାଗର ମୋଟର ଭେହିକଲ୍ ଇନ୍ସପେକ୍ଟର(MVI)ପରିଚୟ ଦେଇ ଲୋକଙ୍କୁ ଠକେଇ କରୁଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ସାରଙ୍ଗଡ଼ ପୋଲିସ ଗିରଫ କରିଛି । ଅଭିଯୁକ୍ତଙ୍କ ନାମ ଧର୍ମେନ୍ଦ୍ର କୁମାର ବେହେରା(୩୦) । ସେ ନିଜକୁ ନିଖିଲ କୁମାର ପଟ୍ଟନାୟକ ନାମରେ ପରିଚୟ ଦେଉଥିବା ପୋଲିସ୍ ପ୍ରେସ୍ ନୋଟରେ ଉଲ୍ଲେଖ କରିଛି । ସାରଙ୍ଗଡ଼ ଥାନା କେସ୍ ନମ୍ବର୧୩୨,ତାରିଖ୧୭/୦୯୨୦୨୬ ଅନୁସାରେ ମାମଲା ରୁଜୁ ହୋଇଛି । ଅଭିଯୋଗ ଅନୁଯାୟୀ, ବିବାହ…

Read More
ଖୋର୍ଦ୍ଧାରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ମହକ-୨୦୨୬’ ଅନୁଷ୍ଠିତ – ସମୀକ୍ଷା ଖବର

ଖୋର୍ଦ୍ଧାରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ମହକ-୨୦୨୬’ ଅନୁଷ୍ଠିତ

ଦୁର୍ଗା ପ୍ରସାଦ ଦାଶ /ଜିଲ୍ଲା ପ୍ରତିନିଧି/ଖୋର୍ଦ୍ଧା /ସମୀକ୍ଷା ନିୟୁଜ:ଶିଶୁମାନଙ୍କ ମଧ୍ୟରେ ବୌଦ୍ଧିକ ତଥା ଅନ୍ତର୍ନିହିତ ପ୍ରତିଭାର ବିକାଶ, ଆତ୍ମବିଶ୍ବାସ ବୃଦ୍ଧି ଓ ସୃଜନଶୀଳତାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ମହକ-୨୦୨୬’ ଉତ୍ସାହ ଓ ଆନନ୍ଦର ସହିତ ବି ବି ଜେ ବି ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିଶୁ ମହୋତ୍ସବକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଖୋର୍ଦ୍ଧା ଆୟୋଜନ କରିଥିଲେ ।ଏହି ମହୋତ୍ସବରେ ଜିଲ୍ଲାର ୧୦ଟି ଶିଶୁ ଯତ୍ନ ଅନୁଷ୍ଠାନରୁ…

Read More
ରାଜ୍ୟର ବିଭିନ୍ନ ଆଇନ (ଲ କଲେଜ) ବିଦ୍ୟାଳୟଗୁଡିକରେ ଭିତ୍ତିଭୂମିର ଅଭାବ – ଶିକ୍ଷାବିଭାଗର ବିଶେଷ ପଦକ୍ଷେପ ଆବଶ୍ୟକ – ସମୀକ୍ଷା ଖବର

ରାଜ୍ୟର ବିଭିନ୍ନ ଆଇନ (ଲ କଲେଜ) ବିଦ୍ୟାଳୟଗୁଡିକରେ ଭିତ୍ତିଭୂମିର ଅଭାବ – ଶିକ୍ଷାବିଭାଗର ବିଶେଷ ପଦକ୍ଷେପ ଆବଶ୍ୟକ

ଦୁର୍ଗେଶ ନନ୍ଦନ ମହାପାତ୍ର /ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଆଇନ କଲେଜ (Law Colleges) ଗୁଡ଼ିକରେ ବର୍ତ୍ତମାନ ଭିତ୍ତିଭୂମିର ସଂସ୍କାର ପାଇଁ ଅନେକ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ଅନେକ କଲେଜରେ ହଷ୍ଟେଲ ଅଭାବ, ସୀମିତ ଡିଜିଟାଲ ସୁବିଧା ଏବଂ ରକ୍ଷଣାବେକ୍ଷଣର ଅବହେଳା ଏବେ ବି ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇରହିଛି। ଛାତ୍ରଙ୍କ ପାଇଁ ହଷ୍ଟେଲ ଅଭାବ:ୟୁନିଭରସିଟି ଲ’ କଲେଜ (ଭୁବନେଶ୍ୱର): ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଏହି ପୁରାତନ ଆଇନ କଲେଜରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା…

Read More