ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ଝାରସୁଗୁଡ଼ାରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ”ଜିଲ୍ଲାରେ ମୋଟ ଭୋଟର ୪ ଲକ୍ଷ ୧୧ ହଜାର ୯୮୯”

ଝାରସୁଗୁଡ଼ାରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ”ଜିଲ୍ଲାରେ ମୋଟ ଭୋଟର ୪ ଲକ୍ଷ ୧୧ ହଜାର ୯୮୯” – ସମୀକ୍ଷା ଖବର

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା :

ଝାରସୁଗୁଡା, ୨୧/୯ : ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ଅନ୍ତର୍ଗତ ଝାରସୁଗୁଡ଼ା ଜିଲ୍ଲାର ଚୂଡ଼ାନ୍ତ ଭୋଟର ତାଲିକା ଆଜି ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି l ଏ ଅବସରରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଜିଲ୍ଲା ଖଣିଜ ପାଣ୍ଠି କନଫରେନ୍ସ ହଲ୍‌ରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା l ବୈଠକରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କୁ ଚୂଡ଼ାନ୍ତ ଭୋଟର ତାଲିକାର ହାର୍ଡକପି ପ୍ରଦାନ କରାଯାଇଛି l

ଝାରସୁଗୁଡ଼ାରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ”ଜିଲ୍ଲାରେ ମୋଟ ଭୋଟର ୪ ଲକ୍ଷ ୧୧ ହଜାର ୯୮୯” – ସମୀକ୍ଷା


ଚୂଡ଼ାନ୍ତ ତାଲିକା ଅନୁଯାୟୀ, ଜିଲ୍ଲାରେ ମୋଟ ଭୋଟର ସଂଖ୍ୟା ୪,୧୧,୯୮୯କୁ ବୃଦ୍ଧି ପାଇଛି l ଏଥିମଧ୍ୟରୁ ୦୬-ବ୍ରଜରାଜନଗର ନିର୍ବାଚନମଣ୍ଡଳୀରେ ୧,୯୮,୭୬୭ ଏବଂ ୦୭-ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ୨,୧୩,୨୨୨ ଜଣ ଭୋଟର ରହିଛନ୍ତି l ପୂର୍ବରୁ ପ୍ରକାଶିତ ଡ୍ରାଫ୍ଟ ତାଲିକାରେ ମୋଟ ଭୋଟର ସଂଖ୍ୟା ୪,୦୯,୮୯୧ ଥିଲା l ଯାଞ୍ଚ ଓ ସଂଶୋଧନ ପ୍ରକ୍ରିୟା ପରେ ଫର୍ମ-୬ ମାଧ୍ୟମରେ ୩,୯୯୪ ଜଣ ନୂତନ ଭୋଟରଙ୍କ ନାମ ସାମିଲ ହୋଇଛି l ସେଥିରୁ ବ୍ରଜରାଜନଗରରେ ୧,୭୬୯ ଓ ଝାରସୁଗୁଡ଼ାରେ ୨,୨୨୫ ଜଣ ରହିଛନ୍ତି l ସେହିପରି ସ୍ଥାୟୀ ସ୍ଥାନାନ୍ତର, ମୃତ୍ୟୁ ଓ ଅନ୍ୟାନ୍ୟ ଆଇନଗତ କାରଣରୁ ଫର୍ମ-୭ ଅନୁଯାୟୀ ୧,୮୯୬ ଜଣଙ୍କ ନାମ ତାଲିକାରୁ ବାଦ ଦିଆଯାଇଛି l ଏଥିରେ ବ୍ରଜରାଜନଗରର ୪୮୦ ଓ ଝାରସୁଗୁଡ଼ାର ୧,୪୧୬ ଜଣ ରହିଛନ୍ତି l ଅନ୍ୟପକ୍ଷରେ ଫର୍ମ-୮ ମାଧ୍ୟମରେ ୧,୩୪୭ଟି ତ୍ରୁଟି ସଂଶୋଧନ ଆବେଦନ ଅପଡେଟ କରାଯାଇଛି l

ଝାରସୁଗୁଡ଼ାରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ”ଜିଲ୍ଲାରେ ମୋଟ ଭୋଟର ୪ ଲକ୍ଷ ୧୧ ହଜାର ୯୮୯” – ସମୀକ୍ଷା

ଏଥିସହ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ପୌରାଞ୍ଚଳଗୁଡ଼ିକରେ ଚୂଡ଼ାନ୍ତ ଭୋଟର ତାଲିକା ସର୍ବସାଧାରଣଙ୍କ ଅବଗତି ପାଇଁ ପ୍ରକାଶ କରାଯାଇଛି l ବେଲପାହାଡ଼ ପୌର ପରିଷଦର ନୋଟିସ୍ ବୋର୍ଡ ସହ ବୁଥ୍ ନଂ ୧୪୧ରୁ ୧୭୫ ପର୍ଯ୍ୟନ୍ତ ମତଦାନ କେନ୍ଦ୍ରରେ ତାଲିକା ଉପଲବ୍ଧ ରହିଛି l ବ୍ରଜରାଜନଗର ପୌର ପରିଷଦ ଅଧୀନ ବୁଥ୍ ନଂ ୧୯୭ରୁ ୨୭୪ ପର୍ଯ୍ୟନ୍ତ ୭୮ଟି ବୁଥ୍‌ରେ ଏବଂ ପୌର କାର୍ଯ୍ୟାଳୟ ନୋଟିସ୍ ବୋର୍ଡରେ ଫଟୋଯୁକ୍ତ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯାଇଛି l ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ, ଏଆରଓ ଲଳିତ କୁମାର ସୋରେଙ୍ଗ, ଇଆରଓ ତଥା ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ଡେପୁଟି କଲେକ୍ଟର (ନିର୍ବାଚନ) ଲୋପାମୁଦ୍ରା କାଲୋ, ସହକାରୀ ଜିଲ୍ଲାପାଳ ଦୁଷ୍ମନ୍ତ ମହାନ୍ତି ପ୍ରମୁଖଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଉପସ୍ଥିତ ଥିଲେ l

ଝାରସୁଗୁଡ଼ାରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ”ଜିଲ୍ଲାରେ ମୋଟ ଭୋଟର ୪ ଲକ୍ଷ ୧୧ ହଜାର ୯୮୯” – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଜଗତସିଂହପୁର:ଗୀତା ଆବୃତ୍ତି କାର୍ଯ୍ୟକ୍ରମ