ପାପଡ଼ାହାଣ୍ଡିରେ ଶହୀଦ ସ୍ମୃତି ଦିବସ ପାଳିତ:ଅମର ଶହୀଦଙ୍କ ତ୍ୟାଗ, ବୀରତ୍ୱ ଓ ଦେଶପ୍ରେମକୁ ସ୍ମରଣ କଲା ନବରଙ୍ଗପୁର
ବିଭୁତି ପ୍ରସାଦ ପଣ୍ଡା / ସମୀକ୍ଷା ଜିଲ୍ଲା ପ୍ରତିନିଧି / ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲାର ପାପଡ଼ାହାଣ୍ଡିସ୍ଥିତ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ଶ୍ରଦ୍ଧା, ସମ୍ମାନ ଓ ଦେଶପ୍ରେମର ଭାବନାରେ ଶହୀଦ ସ୍ମୃତି ଦିବସ ପାଳିତ ହୋଇଛି। ମାତୃଭୂମିର ସୁରକ୍ଷା, ସ୍ୱାଧୀନତା ଓ ଜନସାଧାରଣଙ୍କ ଅଧିକାର ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଅମର ଶହୀଦମାନଙ୍କ ତ୍ୟାଗ, ସାହସ, ବୀରତ୍ୱ ଓ ଦେଶପ୍ରେମକୁ ଏହି ଅବସରରେ ଗଭୀର ଶ୍ରଦ୍ଧାର ସହ ସ୍ମରଣ କରାଯାଇଛି।ଏହି ଐତିହାସିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…