ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ

samikshanews

ହଳଦୀ ଚାଷ ବଦଳାଉଛି ମାଓଗଡ଼ର ଚିତ୍ର : ବର୍ଷକୁ ଉତ୍ପାଦନ ୬ ମେଟ୍ରିକ୍ ଟନ୍, ୨୦ କୋଟିର ବ୍ୟବସାୟ ୬ରୁ ୨ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପିତ – ସମୀକ୍ଷା ଖବର

ହଳଦୀ ଚାଷ ବଦଳାଉଛି ମାଓଗଡ଼ର ଚିତ୍ର : ବର୍ଷକୁ ଉତ୍ପାଦନ ୬ ମେଟ୍ରିକ୍ ଟନ୍, ୨୦ କୋଟିର ବ୍ୟବସାୟ ୬ରୁ ୨ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପିତ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, ୨୧/୦୮/୨୬: ମାଓଗଡ଼ ଆତଙ୍କ ଓ ଗଞ୍ଜେଇ ଚାଷ ପାଇଁ ଖ୍ଯାତି ଅର୍ଜନ କରିଥିବା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ଚିତ୍ର ଏବେଧୀରେ ଧିରେ ଧିରେ ବଦଳିବାରେ ଲାଗିଛି। ସ୍ବାଭିମାନ ଅଞ୍ଚଳରେ ପରିଣତ ହୋଇଥିବା ବିଚ୍ଛିନ୍ନାଞ୍ଚଳ ବିକାଶର ଧାରାରେ ଯୋଡ଼ି ହେଉଛି। ପାଇଛି ଏବେ ଏକ ନୂତନ ପରିଚୟ। ହଳଦୀ ଚାଷ କରି ଅଞ୍ଚଳର ଶତାଧିକ ପରିବାର ଏବେ ସ୍ବାବଲମ୍ବୀ ହୋଇଛନ୍ତି । ବର୍ଷକୁ ଉତ୍ପାଦନ ହେଉଛି ୬ ହଜାର ମେଟ୍ରିକ୍ ଟନ୍…

Read More
ଦୁଲିପଡ଼ାରେ ଆଦିମ ବଣ୍ଡା ଜନଜାତି ମହିଳାଙ୍କ ପାଇଁ ଜନଜାତୀୟ ଦକ୍ଷତା କେନ୍ଦ୍ର ଉଦ୍‌ଘାଟିତ – ସମୀକ୍ଷା ଖବର

ଦୁଲିପଡ଼ାରେ ଆଦିମ ବଣ୍ଡା ଜନଜାତି ମହିଳାଙ୍କ ପାଇଁ ଜନଜାତୀୟ ଦକ୍ଷତା କେନ୍ଦ୍ର ଉଦ୍‌ଘାଟିତ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, ୨୧/୦୮/୨୬: ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଞ୍ଚଳର ବଣ୍ଡା ମହିଳାମାନଙ୍କୁ ଦକ୍ଷତା ବିକାଶ ମାଧ୍ୟମରେ ଆତ୍ମନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ଆଜି ମୁଦୁଲିପଡ଼ାସ୍ଥିତ ବଣ୍ଡା ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ପରିସରରେ ଜନଜାତୀୟ ଦକ୍ଷତା କେନ୍ଦ୍ର ଉଦ୍‌ଘାଟିତ ହୋଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ୍ ରାଜଶିର୍କେଏହି ତାଲିମ କେନ୍ଦ୍ରର ଶୁଭ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ୨୦ ଜଣ ବଣ୍ଡା ମହିଳାଙ୍କୁ ନେଇ ମାଳି ଓ ଗହଣା ତିଆରି ଶିଳ୍ପୀ ବିଷୟରେ ଦକ୍ଷତା ବିକାଶ…

Read More
କଳାହାଣ୍ଡି :ବିଦ୍ୟାଳୟ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ନେଇ ସମନ୍ୱୟ ବୈଠକ – ସମୀକ୍ଷା ଖବର

କଳାହାଣ୍ଡି :ବିଦ୍ୟାଳୟ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ନେଇ ସମନ୍ୱୟ ବୈଠକ

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି : ୨୧/୦୮/୨୦୨୬ ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ଯୋଜନା ଅନୁକୂଲ୍ୟରେ ଆଜି କଳାହାଣ୍ଡି ଜିଲ୍ଲାପାଳଙ୍କ ବୈଠକ କକ୍ଷରେ ବିଦ୍ୟାଳୟ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି।ଜିଲ୍ଲାର ସମସ୍ତ ସରକାରୀ ଓ ସରକାରୀ ସ୍ୱୀକୃତିପ୍ରାପ୍ତ ବିଦ୍ୟାଳୟର ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରାଯିବା ସହ ଆବଶ୍ୟକତା ଅନୁଯାୟୀ ମାଗଣା ଚଷମା ବଣ୍ଟନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।ଏହି ଉଦ୍ଦେଶ୍ୟରେ ସ୍ୱାସ୍ଥ୍ୟ ବିଭାଗ, ଶିକ୍ଷା ବିଭାଗ,…

Read More
କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ପ୍ରସ୍ତାବିତ ଜେଏସଡବ୍ଲ୍ୟୁ ଷ୍ଟିଲ୍‌ର ୫ ଏମଟିପିଏ ସମନ୍ୱିତ ଇସ୍ପାତ ପ୍ରକଳ୍ପ ପାଇଁ ୧୨ଟି ଗ୍ରାମସଭା ସମାପ୍ତ – ସମୀକ୍ଷା ଖବର

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ପ୍ରସ୍ତାବିତ ଜେଏସଡବ୍ଲ୍ୟୁ ଷ୍ଟିଲ୍‌ର ୫ ଏମଟିପିଏ ସମନ୍ୱିତ ଇସ୍ପାତ ପ୍ରକଳ୍ପ ପାଇଁ ୧୨ଟି ଗ୍ରାମସଭା ସମାପ୍ତ

ନିରଞ୍ଜନ ପାଣି/ ଜିଲ୍ଲା ପ୍ରତିନିଧି/ସମୀକ୍ଷା ବ୍ୟୁରୋ/କେନ୍ଦୁଝର:, ୨୧ ଅଗଷ୍ଟ ୨୦୨୬: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକରେ ଜେଏସଡବ୍ଲ୍ୟୁ ଷ୍ଟିଲ୍ ଲିମିଟେଡ୍ ଦ୍ୱାରା ପ୍ରସ୍ତାବିତ ବାର୍ଷିକ ୫ ମିଲିୟନ ଟନ ଉତ୍ପାଦନକ୍ଷମ ସମନ୍ୱିତ ଇସ୍ପାତ କାରଖାନା ପ୍ରତିଷ୍ଠା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ ହୋଇଛି। ଏହି ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଚିହ୍ନଟ ହୋଇଥିବା ସମସ୍ତ ୧୨ଟି ଗ୍ରାମରେ ଗ୍ରାମସଭା ପ୍ରକ୍ରିୟା ସଫଳତାର ସହ ଶେଷ ହୋଇଛି।ଆଜି ଯମୁନାପୋଷୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଯମୁନାପୋଷୀ ଗ୍ରାମରେ ଆୟୋଜିତ ଗ୍ରାମସଭା ସହିତ…

Read More

ମୟୂରଭଞ୍ଜ:ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ସତ୍ତ୍ବେ ବଡାମପଦା-ବାଘିଆଗଡି ରାସ୍ତା ମରଣଯନ୍ତା: ଠିକାଦାର ଯନ୍ତ୍ରୀ ମଧୁଚନ୍ଦ୍ରିକା

ଯଶୋବନ୍ତ ପରିଡା/କପ୍ତିପଦା ଉପଖଣ୍ଡ/ସମୀକ୍ଷା ନ୍ୟୁଜ:ମୟୂରଭଞ୍ଜ ଜିଲ୍ଲା ​କପ୍ତିପଦା ବ୍ଲକ ଜାମବଣୀ ପଞ୍ଚାୟତ ବଡାମପଦା ଠାରୁ ବାଘିଆଗଡି ଯାଇଥିବା ରାସ୍ତାଟି ଏବେ ମରଣଯନ୍ତା ପାଲଟିଛି। ଗୋଟିଏ ବର୍ଷରେ ୧୨ ଲକ୍ଷ ଟଙ୍କା ଅନୁଦାନ ଆସି ଜୁନ୍ ମାସରେ କାମ ସରିଥିବା ନେଇ ଫଳକ ଲାଗିଥିଲେ ମଧ୍ୟ ବାସ୍ତବରେ ରାସ୍ତାଟି ଆଣ୍ଠୁଏ କାଦୁଅରେ ଭର୍ତ୍ତି ହୋଇ ରହିଛି।​ଏହି ରାସ୍ତା ଉପରେ ତିନୋଟି ଗାଁର ୩୦୦ ପରିବାର ନିର୍ଭର କରୁଥିବାବେଳେ ଦୁରବସ୍ଥା ଯୋଗୁଁ ଆମ୍ବୁଲାନ୍ସ କିମ୍ବା ଯାନବାହନ ଯା’ଆସ କରିପାରୁନାହିଁ। ଫଳରେ…

Read More
କଳାହାଣ୍ଡି:ପାଷ୍ଟିକୁଡ଼ି CHCରେ ରୋଗୀଙ୍କୁ ମିଳୁନି ସ୍ୱାସ୍ଥ୍ୟସେବା, ସ୍ଥାନୀୟଙ୍କ ଅଭିଯୋଗ – ସମୀକ୍ଷା ଖବର

କଳାହାଣ୍ଡି:ପାଷ୍ଟିକୁଡ଼ି CHCରେ ରୋଗୀଙ୍କୁ ମିଳୁନି ସ୍ୱାସ୍ଥ୍ୟସେବା, ସ୍ଥାନୀୟଙ୍କ ଅଭିଯୋଗ

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି ଭବାନୀପାଟଣା : ଜିଲ୍ଲାର ପାଷ୍ଟିକୁଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (CHC)ରେ ରୋଗୀମାନଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟସେବା ମିଳୁନଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।ସୂଚନା ମୁତାବକ, ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ପରେ ହସ୍ପିଟାଲର OPD ବନ୍ଦ ହୋଇଯାଇଥିବା ଏବଂ ମେଡିକାଲ୍ ଷ୍ଟାଫ୍‌ମାନେ ସେଠାରୁ ଚାଲିଯାଇଥିବା ଅଭିଯୋଗ ହୋଇଛି। ଫଳରେ ଚିକିତ୍ସା ପାଇଁ ଆସିଥିବା ରୋଗୀମାନେ ହଇରାଣ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି।ଏହି ଘଟଣା ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (CDMO)ଙ୍କୁ ପଚାରାଯାଇଥିଲେ ମଧ୍ୟ ଏନେଇ କୌଣସି ପ୍ରତିକ୍ରିୟା ମିଳିନଥିବା ଜଣାପଡ଼ିଛି।ତେବେ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ନିରବଚ୍ଛିନ୍ନ ଚିକିତ୍ସାସେବା ଯୋଗାଇଦେବା ସହ ଦାୟିତ୍ୱରେ ଅବହେଳା କରୁଥିବା କର୍ମଚାରୀଙ୍କ ବିରୋଧରେ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Read More
ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ ପ୍ରଶାସନ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର – ସମୀକ୍ଷା ଖବର

ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ ପ୍ରଶାସନ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ଭବାନୀ ଶଙ୍କର ମିଶ୍ର/ ବରିଷ୍ଠ ସାମ୍ବାଦିକ/ ସମୀକ୍ଷା ନ୍ୟୁଜ/ ବଡ଼ସାହି ୨୦/୮: ବିଗତ ଲଗାଣ ବର୍ଷାରେ ତିନି ତିନି ଥର ବୁଢ଼ାବଳଙ୍ଗ, ଗଙ୍ଗାହାର ଓ ନାଲ୍ହୁଆ ନଦୀର ବନ୍ୟାଜନିତ କ୍ଷୟକ୍ଷତି ବ୍ୟାପକ ହେବା ସହିତ ଚାଷୀଙ୍କୁ ଅନେକ କ୍ଷତି ପହଁଚାଇଛି ଏବଂ ନଈ ଆଡିବନ୍ଧ ଭାଙ୍ଗି ଗୃହପାଳିତ ପଶୁ ସହ ଅନେକଙ୍କୁ ବାସହୀନ କରିଛି । ଏହି ସମସ୍ୟାର ସଠିକ ତଦନ୍ତ ସହ କ୍ଷତିଭରଣା ଓ ସ୍ଥାୟୀ ସମାଧାନ ଲାଗି ମାନଗୋବିନ୍ଦପୁର ପଞ୍ଚାୟତ ସମେତ ଶାଳଗାଁ, ଚନ୍ଦନପୁର…

Read More
ଆକସ୍ମିକ କ୍ଷେତ୍ର ପରିଦର୍ଶନ କରି ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାର ସମୀକ୍ଷା କଲେ ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ – ସମୀକ୍ଷା ଖବର

ଆକସ୍ମିକ କ୍ଷେତ୍ର ପରିଦର୍ଶନ କରି ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାର ସମୀକ୍ଷା କଲେ ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ

ବିଭୁତି ପ୍ରସାଦ ପଣ୍ଡା / ସମୀକ୍ଷା ଜିଲ୍ଲା ପ୍ରତିନିଧି / ନବରଙ୍ଗପୁର, ତା ୨୦.୮.୨୦୨୬: ନବରଙ୍ଗପୁର ଜିଲ୍ଲାରେ ସରକାରୀ ଶିକ୍ଷାନୁଷ୍ଠାନ ଓ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଉପଲବ୍ଧ ସେବାର ଗୁଣବତ୍ତା, ପରିଚାଳନା ବ୍ୟବସ୍ଥା ଏବଂ ଜନସାଧାରଣଙ୍କୁ ମିଳୁଥିବା ସୁବିଧାର ତଦାରଖ ପାଇଁ ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ ନବରଙ୍ଗପୁର ବ୍ଲକର ବିଭିନ୍ନ ଅନୁଷ୍ଠାନକୁ ଆକସ୍ମିକ ପରିଦର୍ଶନ କରିଛନ୍ତି। ଜିଲ୍ଲାପାଳ ନବରଙ୍ଗପୁର ବ୍ଲକ ଅନ୍ତର୍ଗତ ଦିଗାଗୁଡ଼ା ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଥିଲେ। ସେ…

Read More
ମାଲକାନଗିରି ବିମାନବନ୍ଦରରୁ ଉଡ଼ିବ ବିମାନ: ପ୍ରସ୍ତୁତି ସମୀକ୍ଷା କଲେ ଜିଲ୍ଲା ପ୍ରଶାସନ – ସମୀକ୍ଷା ଖବର

ମାଲକାନଗିରି ବିମାନବନ୍ଦରରୁ ଉଡ଼ିବ ବିମାନ: ପ୍ରସ୍ତୁତି ସମୀକ୍ଷା କଲେ ଜିଲ୍ଲା ପ୍ରଶାସନ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,୨୦/୦୮/୨୬: ମାଲକାନଗିରି ବିମାନବନ୍ଦରରୁ ବାଣିଜ୍ୟିକ ବିମାନ ସେବାର ଶୁଭାରମ୍ଭ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଏହି ସେବାର ଆନୁଷ୍ଠାନିକ ଉଦଘାଟନ ହେବାକୁ ଥିବାବେଳେ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ପରିପ୍ରେକ୍ଷୀରେ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥାକୁ…

Read More
ମାଲକାନଗିରିରେ ୫୦ ଜଣ ସମ୍ବଳ ଶିକ୍ଷକଙ୍କ ଦିନିକିଆ କର୍ମଶାଳା ଅନୁଷ୍ଠିତ – ସମୀକ୍ଷା ଖବର

ମାଲକାନଗିରିରେ ୫୦ ଜଣ ସମ୍ବଳ ଶିକ୍ଷକଙ୍କ ଦିନିକିଆ କର୍ମଶାଳା ଅନୁଷ୍ଠିତ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, ୨୦/୦୮/୨୬: ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, ମାଲକାନଗିରି ଦ୍ୱାରା ଆୟୋଜିତ ଦିନିକିଆ ଜିଲ୍ଲାସ୍ତରୀୟ କର୍ମଶାଳା ଆଜି ପିଏମ୍‌ଶ୍ରୀ ନୋଡାଲ୍ ଉଚ୍ଚ ବିଦ୍ୟାଳୟ, ମାଲକାନଗିରି ଠାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ଯୋଗଦେଇ କର୍ମଶାଳାକୁ ଉଦ୍‌ଘାଟନ କରିଥିଲେ। ସମ୍ବୋଧନ ପ୍ରସଙ୍ଗରେ ସେ କହିଥିଲେ ଯେ ଗୁଣାତ୍ମକ ଶିକ୍ଷାଦାନ ଏବଂ ସହ-ପାଠ୍ୟକ୍ରମ କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମ୍ବଳ…

Read More