ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

samikshanews

ମମତା-ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାରେ ଅଙ୍ଗନୱାଡ଼ି କର୍ମୀ ଓ ସୁପରଭାଇଜରଙ୍କ ପ୍ରକଳ୍ପ ସ୍ତରୀୟ ତାଲିମ – ସମୀକ୍ଷା ଖବର

ମମତା-ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାରେ ଅଙ୍ଗନୱାଡ଼ି କର୍ମୀ ଓ ସୁପରଭାଇଜରଙ୍କ ପ୍ରକଳ୍ପ ସ୍ତରୀୟ ତାଲିମ

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ: ମୁରିବାହାଲ, ତା ୧୪/୧୦/୨୬ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ମିଶନ ଶକ୍ତି ଭବନଠାରେ ବୁଧବାର ମମତା-ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ଉପରେ ପ୍ରକଳ୍ପ ସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁରିବାହାଲ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସିଡିପିଓ ପୂର୍ଣ୍ଣିମା ବୈଠାରୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କ୍ଷେତ୍ର ପରିଦର୍ଶିକା (ସୁପରଭାଇଜର) ଓ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ଯୋଜନା ସମ୍ପର୍କରେ ବିସ୍ତୃତ ତାଲିମ ପ୍ରଦାନ କରାଯାଇଥିଲା।…

Read More
ମରାମତି ନାଁରେ ଗାତ ଖୋଳି ଭୁଲିଗଲା ବିଭାଗ: ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ମନମୁଖୀ କାର୍ଯ୍ୟ, ବିପଦରେ ଗ୍ରାମବାସୀ – ସମୀକ୍ଷା ଖବର

ମରାମତି ନାଁରେ ଗାତ ଖୋଳି ଭୁଲିଗଲା ବିଭାଗ: ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ମନମୁଖୀ କାର୍ଯ୍ୟ, ବିପଦରେ ଗ୍ରାମବାସୀ

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ: ମୁରିବାହାଲ, ତା ୧୪/୧୦/୨୬ ପାଇପ୍ ମରାମତି ନାଁରେ ଗାତ ଖୋଳି ଅଧାପନ୍ତରିଆ ଭାବେ ଛାଡ଼ି ଚାଲିଗଲେ ବିଭାଗୀୟ କର୍ମଚାରୀ ଓ ଠିକାଦାର। ମରାମତି କରିବାକୁ ଆସି ଗ୍ରାମବାସୀଙ୍କ ସମସ୍ୟା ଦୂର କରିବା ବଦଳରେ ନୂଆ ବିପଦ ସୃଷ୍ଟି କରିଛି ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଏଭଳି କାର୍ଯ୍ୟ। ଏପରି ଅବହେଳାକୁ ନେଇ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଞ୍ଚାୟତର ବୁଢ଼ୀପଦର ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ…

Read More
ବାଲିକୁଦା ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ – ସମୀକ୍ଷା ଖବର

ବାଲିକୁଦା ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ

ଭଗବାନ ମହାନ୍ତି /ଜିଲା ପ୍ରତିନିଧି /ଜଗତସିଂହପୁର /ସମୀକ୍ଷା ନ୍ୟୁଜ: ଜଗତସିଂହପୁର,14/10/2024(ନି. ପ୍ର ): ଦୀର୍ଘ ଆଠ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ସମଗ୍ର ଓଡ଼ିଶାରେ ହେଉଥିବାରୁ ତାର ପ୍ରଭାବ ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ଅନ୍ତର୍ଗତ ବାଲିକୁଦା ମହାବିଦ୍ୟାଳୟରେ ଆଜି ଦିବା 11.30ଘଟିକାରେ ତାହା ଦେଖିବାକୁ ମିଳିଥିଲା |ଛାତ୍ର ଓ ଛାତ୍ରୀ ମାନେ ଅତି ଉତ୍ସାହର ସହ ରାସ୍ତାରେ ଏବିଭିପି, ବିଜେଡି ଛାତ୍ର ସଂଗଠନ, ସ୍ୱାଧୀମ ପ୍ରାଥୀ ଓ ଛାତ୍ର କଂଗ୍ରେସ ବାରି ବାରି ହୋଇ…

Read More
ନିର୍ବାଚନୀ ତାତିରେ ଥରିଲା ଏଲ୍‌ଏନ୍‌ କଲେଜ: ଛାତ୍ର ସଂସଦ ନିର୍ବାଚନ ବାତିଲ, ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ – ସମୀକ୍ଷା ଖବର

ନିର୍ବାଚନୀ ତାତିରେ ଥରିଲା ଏଲ୍‌ଏନ୍‌ କଲେଜ: ଛାତ୍ର ସଂସଦ ନିର୍ବାଚନ ବାତିଲ, ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି/ଝାରସୁଗୁଡ଼ା/ସମୀକ୍ଷା ନ୍ୟୁଜ: ଝାରସୁଗୁଡ଼ା, ୧୪/୧୦ : ଛାତ୍ର ସଂସଦ ନିର୍ବାଚନକୁ ନେଇ ଅଶାନ୍ତି ଓ ଆଇନଶୃଙ୍ଖଳା ପରିସ୍ଥିତି l ଶେଷରେ କଲେଜ ବନ୍ଦ କରିବାକୁ ବାଧ୍ୟ ହେଲେ କର୍ତ୍ତୃପକ୍ଷ l ଝାରସୁଗୁଡ଼ା ଲକ୍ଷ୍ମୀନାରାୟଣ (ଏଲ୍‌ଏନ୍‌) କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ପରିସ୍ଥିତି ଏପରି ମୋଡ଼ ନେଇଛି ଯେ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଶିକ୍ଷାନୁଷ୍ଠାନରେ ତାଲା ଝୁଲାଇବାକୁ ନିଷ୍ପତ୍ତି ହୋଇଛି l ନିର୍ବାଚନ ପ୍ରକ୍ରିୟାକୁ ବାତିଲ କରାଯିବା ସହ ହଷ୍ଟେଲ ଖାଲି…

Read More
ବାପୁଜୀ ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ସୁରଭି-୨୦୨୬ ଅନୁଷ୍ଠିତ – ସମୀକ୍ଷା ଖବର

ବାପୁଜୀ ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ସୁରଭି-୨୦୨୬ ଅନୁଷ୍ଠିତ

ଭଦ୍ରକ/ ସମୀକ୍ଷା ନ୍ୟୁଜ: ଧାମନଗର ୧୪।୧୦ (): ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ରଇପୁର ଗ୍ରାମ ପଞ୍ଚାୟତର କଣ୍ଟିକା ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିସରରେ ବାପୁଜୀ ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ସୁରଭି-୨୦୨୬ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାଳସାହି ଓ ରଇପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୧୬ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମରେ ଭରତ ଚନ୍ଦ୍ର କର ସଭାପତିତ୍ୱ କରିଥିବାବେଳେ ଆଖଣ୍ଡଳମଣି ଉଚ୍ଚ ମାଧ୍ୟମିକ…

Read More
କୋଠାରରେ ସାଧନ କେନ୍ଦ୍ରସ୍ତରୀୟ ସୁରଭି-୨୦୨୬ – ସମୀକ୍ଷା ଖବର

କୋଠାରରେ ସାଧନ କେନ୍ଦ୍ରସ୍ତରୀୟ ସୁରଭି-୨୦୨୬

ଭଦ୍ରକ/ ସମୀକ୍ଷା ନ୍ୟୁଜ: ଧାମନଗର ୧୪।୧୦ (.) : ଭଦ୍ରକ ଜିଲ୍ଲାର କୋଠାର ଉଚ୍ଚ ବିଦ୍ୟାଳୟ ପରିସରରେ ବୁଧବାର ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ‘ସୁରଭି-୨୦୨୬’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଧନ କେନ୍ଦ୍ର ସଂଯୋଜକ ବିଶ୍ୱଜିତ ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟର ଅନ୍ତର୍ଗତ ୧୩ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମରେ ସହିଦନଗର ପିଏମ୍‌ଶ୍ରୀ ଉଚ୍ଚ ବିଦ୍ୟାଳୟର ପ୍ରିୟତମା ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ମଣ୍ଡଳ…

Read More
ଜିଲ୍ଲା ସ୍ତରୀୟ ମହକ ଓ ଉତ୍ସାହ କାର୍ଯ୍ୟକ୍ରମ ଉଦଘାଟିତ – ସମୀକ୍ଷା ଖବର

ଜିଲ୍ଲା ସ୍ତରୀୟ ମହକ ଓ ଉତ୍ସାହ କାର୍ଯ୍ୟକ୍ରମ ଉଦଘାଟିତ

ମାନସ ବିଶ୍ୱାଳ /ବାଲେଶ୍ୱର ସାମ୍ବାଦିକ /ସମୀକ୍ଷା ନ୍ୟୁଜ: ବାଲେଶ୍ୱର, ୧୪/୧୦- ବାଲେଶ୍ୱର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆନୁକୂଲ୍ୟରେ ଶିଶୁ ଯତ୍ନ ଗୃହ ଶିଶୁ ମାନଙ୍କ ପାଇଁ ଦ୍ବି ଦିବଶୀୟ ମହକ ଓ ଉତ୍ସାହ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି । ମାନ୍ୟବର ବାଲେଶ୍ୱର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଭୀମପୁରା ଠାରେ ଥିବା ସ୍ପୋର୍ଟ୍ସ ହଷ୍ଟେଲ ପଡିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମ…

Read More
ଓଡ଼ିଶା ସମନ୍ୱିତ ସଡ଼କ ସୁରକ୍ଷା ଡ୍ୟାସବୋର୍ଡ ଉପରେ ପୂର୍ବାଞ୍ଚଳ ଜୋନ୍‌ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ – ସମୀକ୍ଷା ଖବର

ଓଡ଼ିଶା ସମନ୍ୱିତ ସଡ଼କ ସୁରକ୍ଷା ଡ୍ୟାସବୋର୍ଡ ଉପରେ ପୂର୍ବାଞ୍ଚଳ ଜୋନ୍‌ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ମାନସ ବିଶ୍ୱାଳ /ବାଲେଶ୍ୱର ସାମ୍ବାଦିକ /ସମୀକ୍ଷା ନ୍ୟୁଜ: ବାଲେଶ୍ୱର, ୧୪.୧୦- ଓଡ଼ିଶା ସମନ୍ୱିତ ସଡ଼କ ସୁରକ୍ଷା ଡ୍ୟାସବୋର୍ଡ ସମ୍ପର୍କରେ ପୂର୍ବାଞ୍ଚଳ ଜନସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ପ୍ରଶିକ୍ଷଣରେ ବିଭିନ୍ନ ବିଭାଗର ଅଧିକାରୀ, ସଡ଼କ ସୁରକ୍ଷା ଅଧିକାରୀ ଏବଂ ଜନସାଧାରଣ ଯୋଗଦେଇଥିଲେ। ପୂର୍ବାଞ୍ଚଳ ଜୋନ୍‌ର ଡେପୁଟି କମିଶନର ଶ୍ରୀଯୁକ୍ତ ବିଭା ଭଞ୍ଜନ ସାମନ୍ତସିଂହାର ରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଆରକ୍ଷୀ ଅଧୀକ୍ଷକ, ରାଇରଙ୍ଗପୁର ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ପାତ୍ର ଏବଂ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)…

Read More
ବାଦାମପାହାଡ଼ ଠାରୁ କେନ୍ଦୁଝରଗଡ଼ ରେଳପଥ ନିର୍ମାଣର ୪୭.୧୨ କିମି ପାଇଁ ଜମି ଅଧିଗ୍ରହଣ ଘୋଷଣା – ସମୀକ୍ଷା ଖବର

ବାଦାମପାହାଡ଼ ଠାରୁ କେନ୍ଦୁଝରଗଡ଼ ରେଳପଥ ନିର୍ମାଣର ୪୭.୧୨ କିମି ପାଇଁ ଜମି ଅଧିଗ୍ରହଣ ଘୋଷଣା

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୪/୧୦/୨୬ – କିଛିଦିନ ପୂର୍ବରୁ ବିଭିନ୍ନ ରେଳ ଅଧିକାରୀ ଗୋରୁମହିଷାଣି ଓ ବାଦାମପାହାଡ଼ ପରିଦର୍ଶନରେ ଆସି ଫେରିଯାଇଥିବା ବେଳେ ବାଦାମପାହାଡ଼-କେନ୍ଦୁଝରଗଡ଼ ନୂତନ ରେଳପଥ ପ୍ରକଳ୍ପକୁ ନେଇ କେନ୍ଦ୍ର ସରକାରଙ୍କ ଏକ ବଡ଼ ପଦକ୍ଷେପ ନେଇ ମୟୂରଭଞ୍ଜିଆଙ୍କ ମନରେ ଆନନ୍ଦ ଭାବ ପ୍ରକାଶ ପାଇଛି । ଦକ୍ଷିଣ-ପୂର୍ବ ରେଳପଥ ନିର୍ମାଣ ସଂଗଠନ ପକ୍ଷରୁ ୧୨ ଅକ୍ଟୋବର ୨୦୨୬ରେ ପ୍ରକାଶିତ ବିଜ୍ଞପ୍ତିରେ ଜମି ଅଧିଗ୍ରହଣ ନେଇ ଚୂଡ଼ାନ୍ତ ଘୋଷଣା…

Read More
ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ: ଆରମ୍ଭ ହେବ ୨୦୨୬-୨୭ ପର୍ଯ୍ୟଟନ ଋତୁ – ସମୀକ୍ଷା ଖବର

ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ: ଆରମ୍ଭ ହେବ ୨୦୨୬-୨୭ ପର୍ଯ୍ୟଟନ ଋତୁ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୪/୧୦/୨୬ ଚଳିତବର୍ଷ ଭାରି ବର୍ଷା ଯୋଗୁଁ ଶିମିଳିପାଳ ଜାତୀୟ ଉଦ୍ୟାନର ଭିତର ରାସ୍ତା ଓ ଯୋଗାଯୋଗ ନଷ୍ଟ ହୋଇଥିବାରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଖୋଲିବାରେ ବିଳମ୍ବ ହେଇଛି । ତେବେ ପ୍ରକୃତିର ମନୋରମ ପରିବେଶ ଓ ବନ୍ୟଜନ୍ତୁଙ୍କୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଅପେକ୍ଷାର ଅନ୍ତ ଘଟିଛି ବୋଲି ଜଣାପଡିଛି । ନଭେମ୍ବର ୧ ତାରିଖରୁ କଳାବାଘ ପ୍ରସିଦ୍ଧ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଖୋଳୁଥିବା ନେଇ ସୂଚନା…

Read More