ମାଲକାନଗିରିରେ ଦକ୍ଷତା ବିକାଶ ତାଲିମାର୍ଥୀଙ୍କୁ ପୋଷାକ ଓ ପାଠ୍ୟୋପକରଣ ବଣ୍ଟନ କଲେ ବିଧାୟକ ନରସିଂହ ମାଡ଼କାମି
ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:୧୦/୦୯/୨୬ମାଲକାନଗିରି ଜିଲ୍ଲାର ଯୁବପିଢ଼ିଙ୍କୁ ରୋଜଗାରକ୍ଷମ ଏବଂ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ଆଜି ଏକ ସ୍ୱତନ୍ତ୍ର ପୋଷାକ ଓ ପାଠ୍ୟୋପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମି ମୁଖ୍ୟ ଅତିଥି ଭାବେ ଯୋଗଦେଇ ବ୍ଲାକ୍ ପାନ୍ଥର ଦକ୍ଷତା ବିକାଶ ତାଲିମ କେନ୍ଦ୍ର ଏବଂ ଗ୍ରାମତରଙ୍ଗ ଦକ୍ଷତା ବିକାଶ ତାଲିମ କେନ୍ଦ୍ରର ଛାତ୍ରଛାତ୍ରୀମାନଙ୍କୁ ସାମଗ୍ରୀ ବଣ୍ଟନ କରିଛନ୍ତି। ବ୍ଲାକ୍ ପାନ୍ଥର ଦକ୍ଷତା ବିକାଶ ତାଲିମ କେନ୍ଦ୍ରରେ…