ମୟୂରଭଞ୍ଜର ଆଶ୍ରମ ଓ ଆଦିବାସୀ ହଷ୍ଟେଲ ଅଡିଟ ପାଇଁ ଆସି ଲାଞ୍ଚ କାରବାରରେ ଦୁଇ ଅଡିଟ କର୍ମଚାରୀଙ୍କୁ ଧରିଛି ବାଲେଶ୍ବର ଭିଜିଲାନ୍ସ ଟିମ
ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି ୧୧/୯/୨୦୨୬ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଆଶ୍ରମ ଓ ଆଦିବାସୀ ହଷ୍ଟେଲ ଅଡିଟ କାର୍ଯ୍ୟରେ ଓଡିଶା ସରକାରଙ୍କ ଏସଟି, ଏସସି ଉନ୍ନୟନ ବିଭାଗରୁ ଆସିଥିବା ଦୁଇ କର୍ମଚାରୀଙ୍କୁ ଲାଞ୍ଚ ପାଇଁ ବ୍ୟାଗ ଭର୍ତ୍ତି ଟଙ୍କା ସହ ବାରିପଦାର ଏକ ଲଜରୁ ଗିରଫ କରିଛନ୍ତି ବାଲେଶ୍ଵର ଭିଜିଲାନ୍ସ ଟିମ । ତାଙ୍କୁ ନିଆଅଣା କରୁଥିବା ଏକ ସରକାରୀ ବୋର୍ଡ ଲଗା ବୋଲେରୋ ଗାଡି ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛି ।…