ଲୋକେଶ୍ୱର ପୁର ରାସ୍ତା, ଡ୍ରେନେଜ ଓ ଆଲୋକକରଣ ସମସ୍ୟା ; ଜବରଦଖଲ ଉଚ୍ଛେଦ ସହ ସ୍ଥାୟୀ ସମାଧାନ ଦାବିରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ
ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ୧୧।୯: ଖୋରଧା ପଞ୍ଚାୟତ ସମିତି ଅଧୀନ ପଲ୍ଲାତୋଟାପଡ଼ା ଗ୍ରାମପଞ୍ଚାୟତର ୧୪ ନମ୍ବର ୱାର୍ଡ ଅନ୍ତର୍ଗତ ଲୋକେଶ୍ୱରପୁର ଗ୍ରାମରେ ଦୀର୍ଘଦିନ ଧରି ରାସ୍ତା, ଡ୍ରେନେଜ, ଜବରଦଖଲ ଓ ଷ୍ଟ୍ରିଟ୍ଲାଇଟ୍ ସମସ୍ୟା ଲାଗି ରହିଥିବା ଅଭିଯୋଗ ହୋଇଛି। ଏହାର ସ୍ଥାୟୀ ସମାଧାନ ଦାବି କରି ଗ୍ରାମବାସୀ ଖୋରଧା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗପତ୍ର ଦେଇ ତୁରନ୍ତ ପଦକ୍ଷେପ ଦାବି କରିଛନ୍ତି।ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଲୋକେଶ୍ୱର ମହାଦେବ ମନ୍ଦିରଠାରୁ…