ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

କେନ୍ଦ୍ରାପଡ଼ା: ମଦ ଜବତ, ୦୯ ଜଣ କୋର୍ଟ ଚାଲାଣ

କେନ୍ଦ୍ରାପଡ଼ା: ମଦ ଜବତ, ୦୯ ଜଣ କୋର୍ଟ ଚାଲାଣ – ସମୀକ୍ଷା ଖବର


ନମିତା ନାୟକ/ ଜିଲ୍ଲା ପ୍ରତିନିଧି/ସମୀକ୍ଷା ନ୍ୟୁଜ/ କେନ୍ଦ୍ରାପଡ଼ା :

କେନ୍ଦ୍ରାପଡ଼ା, ୧୧/୦୯: କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ରଘୁରାମ ଆୟରଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ଅଧୀକ୍ଷକ, କେନ୍ଦ୍ରାପଡ଼ା ଶ୍ରୀ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କେନ୍ଦ୍ରାପଡ଼ା ସଦର, କୁଦାନଗରୀ, ମହାକାଳପଡ଼ା ଓ ଜମ୍ବୁ ମେରାଇନ୍ ଅବକାରୀ ଥାନା ଅଧୀନ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ କରାଯାଇଥିଲା।

କେନ୍ଦ୍ରାପଡ଼ା: ମଦ ଜବତ, ୦୯ ଜଣ କୋର୍ଟ ଚାଲାଣ – ସମୀକ୍ଷା

ଏହି ଚଢ଼ାଉ ସମୟରେ ନହଙ୍ଗା ଗ୍ରାମର ନରେଶ କୁମାର ସାହୁ (୪୯)ଙ୍କ ନିକଟରୁ ୧୮ ଲିଟର ବିଦେଶୀ ମଦ, ଟରାଣ୍ଡ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଗେରୁ (୫୦)ଙ୍କ ନିକଟରୁ ୩୨ ଲିଟର ବିଦେଶୀ ମଦ ଏବଂ ନୀଳିକଣା ଗ୍ରାମର ବିଚିତ୍ର ସାମଲ (୨୯)ଙ୍କ ନିକଟରୁ ୩୬ ଲିଟର ବିଦେଶୀ ମଦ ଜବତ କରାଯାଇଥିଲା। ସେହିପରି ପ୍ରଭାକରପୁର ଗ୍ରାମର ସୁବାସିନୀ ଖିଲର (୨୪)ଙ୍କ ନିକଟରୁ ୨୫ ଲିଟର ଦେଶୀ ରନ୍ଧା ମଦ, ଦୀପ୍ତି ଖିଲର (୨୪)ଙ୍କ ନିକଟରୁ ୫୫୦ ଲିଟର ଗୁଡ଼ପୋଚ ଏବଂ ସେହି ଗ୍ରାମର ରବି ଖିଲର (୪୫)ଙ୍କ ନିକଟରୁ ୩୫୦ ଲିଟର ଗୁଡ଼ପୋଚ, ସନ୍ୟାସପୁର ଗ୍ରାମର ପ୍ରମୋଦ ବେହେରା (୪୦) ଙ୍କ ନିକଟରୁ ୨୮ ଲିଟର ବିଦେଶୀ ମଦ, କରିଲୋପାଟଣା ଗ୍ରାମର ପ୍ରମୋଦ ବେହେରା (୫୭) ଙ୍କ ନିକଟରୁ ୨୩ ଲିଟର ବିଦେଶୀ ମଦ ଓ ନଛିପଡା ଗ୍ରାମର ଚଗଲା ଦାସ (ବୟସ-୪୭) ଙ୍କ ନିକଟରୁ ୨୭ ଲିଟର ବିଦେଶୀ ମଦ କରାଯାଇଥିଲା।

କେନ୍ଦ୍ରାପଡ଼ା: ମଦ ଜବତ, ୦୯ ଜଣ କୋର୍ଟ ଚାଲାଣ – ସମୀକ୍ଷା

ଉକ୍ତ ଚଢ଼ାଉରେ ସମୁଦାୟ ୧୦୮୯ ଲିଟର ବିଦେଶୀ ମଦ, ଦେଶୀ ରନ୍ଧା ମଦ ଓ ଗୁଡ଼ପୋଚ ମଦ ଜବତ କରାଯାଇଛି। ଏହି ଘଟଣା ସଂକ୍ରାନ୍ତରେ ବିଭିନ୍ନ ଅବକାରୀ ମାମଲା ରୁଜୁ କରାଯାଇ ୦୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଆଇନାନୁଯାୟୀ ମାନ୍ୟବର ଅଦାଲତରେ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଅବକାରୀ ଉପ-ନିରୀକ୍ଷକ ଶ୍ରୀ ପ୍ରିୟଦର୍ଶୀ ମାନସ ରଞ୍ଜନ ମିଶ୍ର, ରଞ୍ଜନ କୁମାର ପାତ୍ର, ଶ୍ରୀ ତ୍ରିବେଣୀ ମହନ୍ତ ସମେତ ଅବକାରୀ ବିଭାଗର ଅନ୍ୟାନ୍ୟ କର୍ମଚାରୀ ସକ୍ରିୟ ଭାବେ ସାମିଲ ହୋଇଥିଲେ।

କେନ୍ଦ୍ରାପଡ଼ା: ମଦ ଜବତ, ୦୯ ଜଣ କୋର୍ଟ ଚାଲାଣ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବଡ଼ସାହି, ବ୍ଲକ ସ୍ତରୀୟ ମୁଣ୍ଡାରୀ ଭାଷା ଆନ୍ଦୋଳନର ସଫଳତା ପାଇଁ ସଚେତନତା ବୈଠକ