ଖଜୁରୀପଡ଼ାରେ ଦେବଶିଳ୍ପୀ ବିଶ୍ଵକର୍ମା ପୂଜା ଅନୁଷ୍ଠିତ
ଅଚ୍ୟୁତ ଜାନୀ /ସ୍ୱତନ୍ତ୍ର ପ୍ରତିନିଧି /ଫୁଲବାଣୀ /ସମୀକ୍ଷା ନ୍ୟୁଜ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକର ବିଭିନ୍ନ ସ୍ଥାନରେ ଗୁରୁବାର ଦିନ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଭକ୍ତି ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଯନ୍ତ୍ରପାତି, କାରିଗରୀ ଓ ନିର୍ମାଣ କାର୍ଯ୍ୟ ସହ ଜଡ଼ିତ ବ୍ୟକ୍ତିବିଶେଷ ଏହି ଅବସରରେ ବିଶ୍ୱକର୍ମାଙ୍କୁ ଆରାଧନା କରି ସୁଖ, ସମୃଦ୍ଧି ଓ କର୍ମକ୍ଷେତ୍ରରେ ସଫଳତା କାମନା କରିଥିଲେ।ଖଜୁରୀପଡ଼ା ସଦରମହକୁମା ଠାରେ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ କନିଷ୍ଠ ଯନ୍ତ୍ରୀ ବିଚିତ୍ରା ବିଷୋୟୀଙ୍କ ନେତୃତ୍ୱରେ…