ଅସୁବିଧା ଲାଘବ କରିବା, ଦୁଃସମୟରେ ଖୁସି ବାଣ୍ଟିବା ଓ ଆଶ୍ୱାସନା ଦେବା ହେଉଛି ‘ଆନନ୍ଦ ଭୋଜନ’ର ମୂଳ ଉଦ୍ଦେଶ୍ୟ, ହୋପ୍ସ ଟ୍ରଷ୍ଟ
ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୭/୧୦/୨୬ – ସେବା ଓ ସହାନୁଭୂତିକୁ ପାଥେୟ କରି ଅସୁବିଧାରେ ଥିବା ଲୋକଙ୍କୁ ସହାୟତା ଓ ଆଶ୍ୱାସନା ଦେବାର ମହତ ଉଦ୍ଦେଶ୍ୟ ନେଇ ଅଗ୍ରଣୀ ‘ହୋପ୍ସ ଟ୍ରଷ୍ଟ’ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବାରିପଦା ଠାରେ ଆନନ୍ଦ ଭୋଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ରୋଗୀଙ୍କ ସହଚର ଓ ପରିବାର ସଦସ୍ୟଙ୍କ ସମେତ ପାଞ୍ଚଶହରୁ ଊର୍ଦ୍ଧ୍ୱ ଲୋକଙ୍କୁ ନିଃଶୁଳ୍କ ଭୋଜନ ପ୍ରଦାନ କରାଯାଇଥିଲା।…