ମୁଖ୍ୟ ବିଷୟକୁ ଯାଆନ୍ତୁ
ଗୁରୁବାର, ୧୯ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ କୋରାପୁଟ ଜଗତସିଂହପୁର ଗଞ୍ଜାମ ବାଲେଶ୍ୱର ବରଗଡ଼ ନୟାଗଡ଼

Kendrapara POCSO Court: ନାବାଳିକା ଗଣଦୁଷ୍କର୍ମର ଅଭିଯୁକ୍ତକୁ ୨୫ ବର୍ଷ ଜେଲ ଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା ଦଣ୍ଡ ଶୁଣାଇଲେ କେନ୍ଦ୍ରାପଡା ଜିଲ୍ଲା ସ୍ଵତନ୍ତ୍ର ପୋକ୍ସୋ କୋର୍ଟ

Kendrapara POCSO Court: ନାବାଳିକା ଗଣଦୁଷ୍କର୍ମର ଅଭିଯୁକ୍ତକୁ ୨୫ ବର୍ଷ ଜେଲ ଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା ଦଣ୍ଡ ଶୁଣାଇଲେ କେନ୍ଦ୍ରାପଡା ଜିଲ୍ଲା ସ୍ଵତନ୍ତ୍ର ପୋକ୍ସୋ କୋର୍ଟ – ସମୀକ୍ଷା ଖବର

ନମିତା ନାୟକ /ଜିଲ୍ଲା ପ୍ରତିନିଧି /କେନ୍ଦ୍ରାପଡ଼ା /ସମୀକ୍ଷା ନ୍ୟୁଜ:

କେନ୍ଦ୍ରାପଡା :ତା-୧୦-୧୧-୨୦୨୬ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ୨୫ ବର୍ଷ ଜେଲ ଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ଶୁଣାଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ସ୍ଵତନ୍ତ୍ର ପୋକ୍ସୋ କୋର୍ଟ ଅତିରିକ୍ତ ଦୌରାଜଜ୍ ବିଚାରପତି ମାନ୍ୟବର ପ୍ରଜ୍ଞା ପରମିତା ରାଉଳ ଶୁଣାଇଲେ ଦଣ୍ଡାଦେଶ।ପୂର୍ବରୁ ଚଳିତବର୍ଷ ସେପ୍ଟେମ୍ବର ୨୩ ତାରିଖରେ ଜଣେ ଅଭିଯୁକ୍ତକୁ ସମାନ ଦଣ୍ଡାଦେଶ ହୋଇଥିବା ବେଳେ ଆଜି ସମାନ ଦଣ୍ଡାଦେଶ ହୋଇଛି ତେବେ ବର୍ତ୍ତମାନ ସୁଦ୍ଧା ଘଟଣାର ଅନ୍ୟତମ ଅଭିଯୁକ୍ତ ଫେରାର ରହିଥିବା କହିଛନ୍ତି ସରକାରୀ ଓକିଲ ନେହେରୁ କୁମାର ସାହୁ।ଗତ ୨୦୨୩ ମସିହା ସେପ୍ଟେମ୍ବର ମାସ ୧୧ ତାରିଖରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିନରେ ଜଣେ ପୀଡ଼ିତା ୬ ମାସର ଗର୍ଭବତୀ ଥିବା ଅବସ୍ଥାରେ ଥାନାରେ ପହଞ୍ଚି ତାଙ୍କୁ ଗଣଦୁଷ୍କର୍ମ ହୋଇଥିବା ନେଇ ଲିଖିତ ଅଭିଯୋଗ କରିଥିଲେ।ଅଭିଯୋଗ ସମୟରେ ସେହିବର୍ଷ ମାର୍ଚ୍ଚ ମାସରେ ପୀଡ଼ିତା ନାବାଳିକା ଜଣଙ୍କ ସ୍ଥାନୀୟ ବାବର ବଜାରକୁ ସଉଦା ପାଇଁ ଯାଇ ଫେରୁଥିବା ସନ୍ଧ୍ୟା ସମୟରେ ଏଭଳି ଲୋମ ହର୍ଷଣକାରୀ ଗଣଦୁଷ୍କର୍ମ ଘଟିଥିଲା ବୋଲି ଏତଲାରେ ଦର୍ଶାଇଥିଲେ।ଏତଲା ମୁତାବକ,ସଂକୃପା ମାଛ ଖଟି ନିକଟରେ ନାବାଳିକା ଜଣଙ୍କୁ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ଆଜି ସଜ୍ଜା ପାଇଥିବା ଅର୍ଜ୍ଜୁନ ସେଠୀ ବାଟରେ ଅଟକାଇ ତାଙ୍କ ବାପା କେଉଁଠି ଅଛି ବୋଲି ପଚାରିବାରୁ ବାପା ବଜାରରେ ଥିବା ପୀଡ଼ିତା କହିଥିଲେ।

Kendrapara POCSO Court: ନାବାଳିକା ଗଣଦୁଷ୍କର୍ମର ଅଭିଯୁକ୍ତକୁ ୨୫ ବର୍ଷ ଜେଲ ଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା ଦଣ୍ଡ ଶୁଣାଇଲେ କେନ୍ଦ୍ରାପଡା ଜିଲ୍ଲା ସ୍ଵତନ୍ତ୍ର ପୋକ୍ସୋ କୋର୍ଟ – ସମୀକ୍ଷା

ପରେ ଅର୍ଜ୍ଜୁନ ତାଙ୍କୁ ବଳପୂର୍ବକ ଉକ୍ତ ମାଛ ଖଟି ଭିତରକୁ ଟେକି ନେଇ ଅନ୍ୟ ଦୁଇ ଅଭିଯୁକ୍ତ ଗୌରାଙ୍ଗ ସେଠୀ ଓ ଜଳଧର ସେଠୀଙ୍କ ସହ ମିଶି ତାଙ୍କୁ ଗଣଦୁଷ୍କର୍ମ କରିଥିଲେ।ଏହି କଥା କାହାରିକୁ କହିଲେ ପୁରା ପରିବାରକୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ତିନି ଅଭିଯୁକ୍ତ।ଭୟରେ ପୀଡ଼ିତା ଜଣଙ୍କ ଏନେଇ କାହାରିକୁ କିଛି ଜଣାଇ ନଥିବା ବେଳେ ସେପ୍ଟେମ୍ବର ୯ ତାରିଖ ଦିନ ପୀଡ଼ିତା ଜଣଙ୍କ ଅସୁସ୍ଥ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ନେବା ବେଳକୁ ସେ ୬ ମାସର ଗର୍ଭବତୀ ବୋଲି ଜଣା ପଡିଥିଲା।ପରେ ପୀଡ଼ିତାଙ୍କ ମା ଏନେଇ ପଚାରିବାରୁ ପୀଡ଼ିତା ଜଣଙ୍କ ସମସ୍ତ କଥା କହିଥିଲେ।ସେପ୍ଟେମ୍ବର ୯ ତାରିଖ ସନ୍ଧ୍ୟାରେ ପୀଡ଼ିତାଙ୍କ ମା’ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତ ମାନଙ୍କୁ ଗିରଫ ପାଇଁ ପୋଲିସ୍ ଏକ ଟିମ୍ ଗଢି ତିନି ଅଭିଯୁକ୍ତଙ୍କ ମଧ୍ୟରୁ ୫୫ ବର୍ଷୀୟ ଗୌରାଙ୍ଗକୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇଜଣ ଅଭିଯୁକ୍ତ ଫେରାର ହୋଇ ଯାଇଥିଲେ।ପରବର୍ତ୍ତୀ ସମୟରେ ଅର୍ଜ୍ଜୁନକୁ ପୋଲିସ୍ ଧରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଘଟଣାର ଅନ୍ୟତମ ଅଭିଯୁକ୍ତ ଜଳଧର ସେଠୀ ଫେରାର ରହିଛି। ପୂର୍ବରୁ ଗୌରାଙ୍ଗକୁ ୨୫ ବର୍ଷ ଜେଲ ଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା ସଜ୍ଜା ହୋଇଥିବା ବେଳେ ଆଜି ଘଟଣାର ମୁଖ୍ୟ ଅଭିଯୁକ୍ତ ଅର୍ଜ୍ଜୁନକୁ ମଧ୍ୟ ସମାନ ଦଣ୍ଡାଦେଶ ଶୁଣାଇଛନ୍ତି ମାନ୍ୟବର ବିଚାରପତି।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Excise raid: ଅବକାରୀ ଚଢ଼ାଉ, ୧୮୯ ଲିଟର ମଦ ଜବତ, ୮ ଅଭିଯୁକ୍ତ କୋର୍ଟ ଚାଲାଣ