ତେଜୁରାମ ନାଏକ/ ସ୍ୱତନ୍ତ୍ର ପ୍ରତିନିଧି /ନୂଆପଡା /ସମୀକ୍ଷା ନ୍ୟୁଜ:
ନୂଆପଡ଼ା:-13/11-2026 ସରକାରୀ କାର୍ଯ୍ୟାଳୟରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ଆଣିବା ପାଇଁ ରହିଛି ସୂଚନା ଅଧିକାର ଆଇନ (RTI Act, 2005)। କିନ୍ତୁ ନୂଆପଡ଼ା ଜିଲ୍ଲାରେ ଏହି ଆଇନର ବାସ୍ତବ କାର୍ଯ୍ୟକାରିତାକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି।ସାଧାରଣ ଜନତାଙ୍କୁ ସରକାରୀ କାର୍ଯ୍ୟାଳୟର କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ପାଇବାର ଅଧିକାର ଏହି ଆଇନ ଦେଇଛି। କିନ୍ତୁ ଏହି ଆଇନର ସୁଫଳ ପ୍ରକୃତରେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିପାରୁ ନାହିଁ। RTI ମାଧ୍ୟମରେ ଆବେଦନ କରିବା ପରେ ମଧ୍ୟ ନିର୍ଦ୍ଧାରିତ ୩୦ ଦିନ ସମୟରେ ସୂଚନା ମିଳୁନାହିଁ। ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ RTI ଆବେଦନର ଗ୍ରହଣ, ଉତ୍ତର ପ୍ରଦାନ ଏବଂ ଅପିଲ୍ ପ୍ରକ୍ରିୟାକୁ ନେଇ ତଦନ୍ତର ଆବଶ୍ୟକତା ରହିଛି। ଜନତାଙ୍କ ଟଙ୍କାରେ ଚାଲୁଥିବା ସରକାରୀ କାର୍ଯ୍ୟାଳୟରେ ସୂଚନା ପାଇବା ପାଇଁ ଲୋକେ କାହିଁକି ହଇରାଣ ହେବେ?RTI ଆଇନ କେବଳ କାଗଜପତ୍ରରେ ସୀମିତ ରହିବ ନା ଏହାର ସଠିକ୍ କାର୍ଯ୍ୟକାରିତା ହେବ?ନୂଆପଡ଼ା ଜିଲ୍ଲାରେ କେତେ RTI ଆବେଦନ ଆସିଛି? କେତେ ଆବେଦନର ଉତ୍ତର ଦିଆଯାଇଛି?ସୂଚନା ଅଧିକାର ହେଉଛି |ଜନସାଧାରଣଙ୍କ ଅଧିକାର, କୌଣସି ଅଧିକାରୀଙ୍କ ଦୟା ନୁହେଁ।ଏହି ବିଷୟରେ ବିଭାଗୀୟ ଅଧିକାରୀ ନୀରବ ରହିବା ଯୁକ୍ତି ଯୁକ୍ତ କି? ତେଣୁ ଏହି ଆଇନର ସଠିକ୍ କାର୍ଯ୍ୟକାରିତା ସହ ଲୋକଙ୍କୁ ସମୟୋଚିତ ସୂଚନା ଯୋଗାଇଦେବାକୁ ଦାବି ହେଉଛି। ଏହାର ସ୍ପଷ୍ଟ ତଥ୍ୟ ସାର୍ବଜନୀନ କରାଯିବା ଆବଶ୍ୟକ।ଏବେ ଦେଖିବାକୁ ବାକି ରହିଲା, ନୂଆପଡ଼ା ଜିଲ୍ଲା ପ୍ରଶାସନ ଏହି ପ୍ରସଙ୍ଗରେ କେବେ ପଦକ୍ଷେପ ନେଉଛି।






