ମୁଖ୍ୟ ବିଷୟକୁ ଯାଆନ୍ତୁ
ଗୁରୁବାର, ୧୯ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର କୋରାପୁଟ ବାଲେଶ୍ୱର ବରଗଡ଼ ନୟାଗଡ଼ ଗଞ୍ଜାମ

auto-rickshaw overturned :ଆସିକା ପାକଲାପଲ୍ଲୀ ଗେଟ୍ ଛକରେ ଓଲଟିଲା ଅଟୋ, ୬ ଜଣ ଗୁରୁତର ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର ହେଲେ ଆହତ

auto-rickshaw overturned :ଆସିକା ପାକଲାପଲ୍ଲୀ ଗେଟ୍ ଛକରେ ଓଲଟିଲା ଅଟୋ, ୬ ଜଣ ଗୁରୁତର ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର ହେଲେ ଆହତ – ସମୀକ୍ଷା ଖବର

ମନୋଜ କୁମାର ନାୟକ / ସାମ୍ବାଦିକ / ସମୀକ୍ଷା ନ୍ୟୁଜ :

ଆସିକା, ୧୫/୧୧: ଗଞ୍ଜାମ ଜିଲ୍ଲା ଆସିକା ସହର ଉପକଣ୍ଠ ପାକଲାପଲ୍ଲୀ ଗେଟ୍ ଛକ ନିକଟରେ ସନ୍ଧ୍ୟା ସମୟରେ ଏକ ଅଟୋ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଡ୍ରାଇଭରଙ୍କ ସମେତ ୫ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଏକ ବର୍ଷର ଶିଶୁ ମଧ୍ୟ ରହିଛି। ସୂଚନା ଅନୁଯାୟୀ, ଆସିକା ଥାନା ଅନ୍ତର୍ଗତ ସିଦ୍ଧନଇ ଗ୍ରାମପଞ୍ଚାୟତ ମହାରାଜପୁର ଗ୍ରାମର ଏକ ପରିବାର ବିଭିନ୍ନ ସାମଗ୍ରୀ କିଣିବା ପାଇଁ ଆସିକା ସହରକୁ ଆସିଥିଲେ । ସନ୍ଧ୍ୟାରେ ବଜାରରେ ସାମଗ୍ରୀ କିଣା କାର୍ଯ୍ୟ ସାରି ଏକ ଅଟୋ ଯୋଗେ ନିଜ ଗ୍ରାମକୁ ଫେରୁଥିବା ବେଳେ ପାକଲାପଲ୍ଲୀ ଗେଟ୍ ଛକ ନିକଟରେ ହଠାତ୍ ଏକ କୁକୁର ଅଟୋ ସମ୍ମୁଖକୁ ଚାଲି ଆସିଥିଲା । ଏହାକୁ ବଞ୍ଚାଇବାକୁ ଯାଇ ଚାଳକ ଭାରସାମ୍ୟ ହରାଇବାରୁ ଅଟୋଟି ରାସ୍ତା ଉପରେ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ଅଟୋରେ ବସିଥିବା ସମସ୍ତ ଯାତ୍ରୀ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ଆହତମାନଙ୍କୁ ଉଦ୍ଧାର କରି ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ଅଧିକ ଗୁରୁତର ଥିବା ଆହତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି। ଆହତମାନେ ହେଲେ ଅଟୋ ଚାଳକ ବଳରାମ ପାତ୍ର, ଏବଂ ମହାରାଜପୁର ଗାଁର ସୀତାମ୍ମା ପାତ୍ର, ଅମୂଲ୍ୟ ପାତ୍ର, ସୟନ୍ତ୍ରୀ ପାତ୍ର, ପିଙ୍କୀ ପାତ୍ର ଏବଂ ଏକ ବର୍ଷର ଶିଶୁ ସରନ୍ୟା ପାତ୍ର । ଦୁର୍ଘଟଣାରେ କେତେକଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ଅନ୍ୟ କେତେକଙ୍କ ହାତ ଓ ଗୋଡ଼ରେ ଆଘାତ ଲାଗିଥିବା ଜଣାପଡ଼ିଛି। ସନ୍ଧ୍ୟା ପ୍ରାୟ ୫ଟା ୩୦ ମିନିଟ୍‌ରେ ଘଟିଥିବା ଏହି ଦୁର୍ଘଟଣାକୁ ନେଇ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି।

auto-rickshaw overturned :ଆସିକା ପାକଲାପଲ୍ଲୀ ଗେଟ୍ ଛକରେ ଓଲଟିଲା ଅଟୋ, ୬ ଜଣ ଗୁରୁତର ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର ହେଲେ ଆହତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର street lights installation in flood :ବନ୍ୟା ପ୍ରଭାବିତ ଗଙ୍ଗାପୁର ପଞ୍ଚାୟତରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବାକୁ ଦାବି