ବାସୁଦେବ ହବଡାସିଂ/ବାଣପୁର/ସମୀକ୍ଷା ନ୍ୟୁଜ:
ବାଣପୁର -୧୭/୧୧ /୨୬ ଖୋର୍ଦ୍ଧା ଜିଲ୍ଲା ଅଗ୍ରଣୀ ସାମ୍ବାଦିକ ସଙ୍ଘ ଚିଲିକା ପ୍ରେସ୍ କ୍ଲବ ପକ୍ଷରୁ ଜାତୀୟ ପ୍ରେସ୍ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ପାଳିତ ହୋଇଯାଇଛି l ସଂଘର ସଭାପତି ପ୍ରକାଶ କୁମାର ପ୍ରଧାନ ଓ ସମ୍ପାଦକ ଅନନ୍ତ ଚରଣ ବାରିକିଙ୍କ ନେତୃତ୍ୱରେ ସଙ୍ଘର ସଦସ୍ୟମାନେ ସକାଳ ସମୟରେ ବାଲୁଗାଁ ଗାନ୍ଧୀଛକରେ ମହାତ୍ମା ଗାନ୍ଧୀ ଓ ଚିଲିକା କୂଳରେ ସୁବାଷ ବୋଷଙ୍କ ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରିଥିଲେ l ପରେ ବାଲୁଗାଁ ଚିଲିକା କୂଳରେ ଥିବା ଜରା ନିବାସ ଓ ବାଣପୁର ରୋଡ ମା’ମେଘାମ୍ବରୀ ନିକଟରେ ଥିବା ବରିଷ୍ଠ ନଗରିକ ଜରା ନିବାସରେ ଥିବା ଅନ୍ତେବାସୀଙ୍କୁ ସଙ୍ଘର ସଦସ୍ୟମାନେ ଫଳ ବଣ୍ଟନ କରିଥିଲେ l ଅନ୍ତେବାସୀମାନେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଏଭଳି ପ୍ରୟାସକୁ ପ୍ରସଂଶା କରି ବହୁତ ଖୁସି ଅନୁଭବ କରି ସଙ୍ଘର ସଦସ୍ୟମାନଙ୍କୁ ଆଶୀର୍ବାଦ କରିଥିଲେ l ପରେ ସଙ୍ଘ ସଭାପତି ପ୍ରକାଶ କୁମାର ପ୍ରଧାନଙ୍କ ସଭାପତିତ୍ବ ରେ ସଭାରେ ଉପସଭାପତି ସଂଗ୍ରାମ ପାଇକରାୟ, ସମ୍ପାଦକ ଅନନ୍ତ ଚରଣ ବାରିକି ସଂଗଠନ ସମ୍ପାଦକ ଅଶୋକ ନାୟକ, ଶିବ ପଣ୍ଡା, ରଞ୍ଜନ ସାମନ୍ତରାୟ,କୋଷାଧକ୍ଷ ସୁଶୀଲ ପ୍ରଧାନ,ରଙ୍କ ନାଥ ସେଠୀ,ବୈକୁଣ୍ଠ ପ୍ରଧାନ, ବିଷ୍ଣୁ ଖୁଣ୍ଟିଆ କମଲ ଜାଲି, ସଞ୍ଜୟ ପ୍ରଧାନ, ରାକେଶ ସାହୁ, ଅକ୍ଷୟ ପ୍ରଧାନ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ନିରପେକ୍ଷ ସାମ୍ବାଦିକତା, ସଙ୍ଘ ସମାଜ ସେବାରେ ଅଗ୍ରଣୀ ଭୂମିକା ଅଂଶ ଗ୍ରହଣ କରିବା, ଗରିବ ନିରୀହ ଅସହାୟ ବ୍ୟକ୍ତିଙ୍କୁ ସହଯୋଗ କରିବା ସହିତ ଦୀର୍ଘ ବର୍ଷ ଧରି ପଡି ରହିଥିବା ସାମ୍ବାଦିକଙ୍କ ଦାବୀ ପୂରଣ କରିବା ନିମନ୍ତେ ସଙ୍ଘ ରାଜ୍ୟ ସରକାରଙ୍କ ନିକଟରେ ବାରମ୍ବାର ଅବଗତ କରାଇବା ଆଦି ଆଲୋଚନା କରାଯାଇଥିଲା l






