ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ଚାଲିଛି ପାର୍ବଣ ସମୟ : ରାଜଧାନୀର ସାହି, ବସ୍ତିମାନଙ୍କରେ ପୋଲିସର ରହୁ ବିଶେଷ ଦୃଷ୍ଟି

ଚାଲିଛି ପାର୍ବଣ ସମୟ : ରାଜଧାନୀର ସାହି, ବସ୍ତିମାନଙ୍କରେ ପୋଲିସର ରହୁ ବିଶେଷ ଦୃଷ୍ଟି – ସମୀକ୍ଷା ଖବର
ଦୁର୍ଗେଶ ନନ୍ଦନ ମହାପାତ୍ର /ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର          
 ଭୁବନେଶ୍ୱରର ସବୁଠାରୁ ବଡ଼ ବସ୍ତି ଅଞ୍ଚଳ ସାଲିଆ ସାହିରେ ବେଆଇନ ଦେଶୀ ତଥା ବିଷାକ୍ତ ମଦ କାରବାର ଏବଂ ଏହାକୁ କେନ୍ଦ୍ର କରି ସୃଷ୍ଟି ହେଉଥିବା ଅରାଜକତା ବିରୋଧରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଅନେକ ସମୟରେ କ୍ରମାଗତ ଅନ୍ତରାଳରେ ବଡ଼ ଧରଣର ଚଢ଼ଉ କରାଯାଇଛି  | ବେଆଇନ ମଦ କାରବାର ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଚୋରି, ଛିନତାଇ ଏବଂ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେଉଥିବାରୁ ପ୍ରଶାସନ ପକ୍ଷରୁ 'ଜିରୋ ଟଲରାନ୍ସ' (Zero Tolerance) ନୀତି ଆପଣାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ସତ କିନ୍ତୁ ଖାସ କରି କହିବାକୁ ଗଲେ ଗତ ଗଣେଶ ପୂଜା ଠାରୁ ପାର୍ବଣ ସମୟ ଆରମ୍ଭ ହୋଇଯାଇଥିବାରୁ ଏହା ଉପରେ ବିଶେଷ ଦୃଷ୍ଟି ଦେବା ଆବଶ୍ୟକତା ରହିଛି ।
ଚାଲିଛି ପାର୍ବଣ ସମୟ : ରାଜଧାନୀର ସାହି, ବସ୍ତିମାନଙ୍କରେ ପୋଲିସର ରହୁ ବିଶେଷ ଦୃଷ୍ଟି – ସମୀକ୍ଷା

ପାର୍ବଣ ସମୟର ଅଫର: ବିଶେଷ କରି ପୂଜା, ଭସାଣି, ବର୍ତ୍ତମାନ ଚାଲିଥିବା ପାର୍ବଣ ସମୟ ଓ ଅନ୍ୟାନ୍ୟ ପର୍ବ ସମୟରେ ଏଠାରେ ବେଆଇନ ମଦ ପ୍ରସ୍ତୁତି ବଢ଼ିଯାଏ । ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ “୩ଶହ ଟଙ୍କାରେ ବୋତଲ ସହ ଚାଖଣା ମାଗଣା” କିମ୍ବା “୧୦ ଟଙ୍କାରେ ଗ୍ଲାସ” ଭଳି ଅଫର ଦେଇ ମଦ ବିକ୍ରି କରାଯାଉଥିବା ନଜରକୁ ଆସିଛି |
କମିଶନରେଟ୍ ପୋଲିସ ଏବଂ ଅବକାରୀ ବିଭାଗର ମିଳିତ ଚଢ଼ଉରେ ଏଠାରୁ ଅନେକ ସମୟରେ ବିଶେଷ ଭାବେ ପର୍ବପର୍ବାଣୀ ସମୟରେ ହଜାର ହଜାର ଲିଟର ବେଆଇନ ଦେଶୀ ମଦ, ମହୁଲ ପୋଚ, ମଦ ରନ୍ଧା ସାମଗ୍ରୀ ଓ ଗାଡ଼ି ଜବତ କରାଯାଇ ନଷ୍ଟ କରାଯାଇଛି | ତେବେ ଆଗକୁ ତିନି ଚାରି ମାସ ଯାଏଁ ବିଶେଷ ଭାବେ ପାର୍ବଣ ଓ ମେଳା- ମହୋତ୍ସବ ଋତୁ ଚାଲିବାକୁ ଥିବାବେଳେ ପୋଲିସ ପ୍ରଶାସନକୁ ରାଜଧାନୀର ସାହି ବସ୍ତିମାନଙ୍କରେ ବିଶେଷ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି | ଯେପରି ଭାବେ ଅରାଜକତା ଓ ବେଆଇନ କାରବାର ଉପରେ ରୋକ ଲଗାଯାଇପାରିବ |

ଚାଲିଛି ପାର୍ବଣ ସମୟ : ରାଜଧାନୀର ସାହି, ବସ୍ତିମାନଙ୍କରେ ପୋଲିସର ରହୁ ବିଶେଷ ଦୃଷ୍ଟି – ସମୀକ୍ଷା

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ସାମ୍ପ୍ରତିକ କୃଷକ ସମସ୍ୟାର ମନ୍ଥନ