ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ଗଣେଶ ପୂଜା ଓ ନୂଆଁଖାଇ ସାଂସ୍କୃତିକ ପର୍ବ ଉଦ୍‌ଯାପିତ

ଗଣେଶ ପୂଜା ଓ ନୂଆଁଖାଇ ସାଂସ୍କୃତିକ ପର୍ବ ଉଦ୍‌ଯାପିତ – ସମୀକ୍ଷା ଖବର

ଅଚ୍ୟୁତ ଜାନୀ/ସ୍ଵତନ୍ତ୍ର ପ୍ରତିନିଧି/ ଫୁଲବାଣୀ/ସମୀକ୍ଷା ନ୍ୟୁଜ:

ଭକ୍ତିର ଭାବାବେଗ, ଲୋକପରମ୍ପରାର ମହକ ଓ ସାଂସ୍କୃତିକ ରଙ୍ଗରେ ମୁଖରିତ ହୋଇ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଦୁତୀମେଣ୍ଡି ପଞ୍ଚାୟତ ଅନ୍ତର୍ଗତ ମଲିକ ସାହିରେ ଆୟୋଜିତ ନୂଆଁଖାଇ ଭେଟଘାଟ, ଗଣେଶ ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ଯାତ୍ରା ମହୋତ୍ସବର ଉଦ୍‌ଯାପନ ହୋଇଛି। ସେପ୍ଟେମ୍ବର ୧୪ ତାରିଖରୁ ଆରମ୍ଭ ହୋଇଥିବା ଏହି ଉତ୍ସବରେ ପ୍ରତିଦିନ ଭକ୍ତି ଓ ମନୋରଞ୍ଜନର ଭିନ୍ନ ଭିନ୍ନ ଆସର ଜମିଥିଲା। ଅଗ୍ରପୂଜ୍ୟ ଗଜାନନଙ୍କ ପୂଜାର୍ଚ୍ଚନା ପରେ ବିଧିବିଧାନ ଅନୁଯାୟୀ ମୂର୍ତ୍ତି ବିସର୍ଜନ ସହ ଉତ୍ସବର ଅନ୍ତିମ ପର୍ବ ସମାପ୍ତ ହୋଇଥିଲା। ଉଦ୍‌ଯାପନୀ ସଭାରେ ଦୁତୀମେଣ୍ଡି ସରପଞ୍ଚ ଦମୟନ୍ତୀ ମଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ଗଣେଶ ପୂଜା ଓ ନୂଆଁଖାଇ ସାଂସ୍କୃତିକ ପର୍ବ ଉଦ୍‌ଯାପିତ – ସମୀକ୍ଷା

ସମ୍ମାନିତ ଅତିଥି ଭାବେ ଅଞ୍ଚଳର ବହୁ ବରିଷ୍ଠ ବ୍ୟକ୍ତି ଯୋଗଦେଇ ଆୟୋଜକ ଓ ଗ୍ରାମବାସୀଙ୍କ ଏହି ସାଂସ୍କୃତିକ ପ୍ରୟାସକୁ ପ୍ରଶଂସା କରିଥିଲେ। ଉତ୍ସବର ପ୍ରତ୍ୟେକ ସନ୍ଧ୍ୟା ଥିଲା ସଂସ୍କୃତି ଓ ପରମ୍ପରାର ଏକ ନୂଆ ଅଧ୍ୟାୟ। ବିଭିନ୍ନ ଅଞ୍ଚଳରୁ ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇ ଭକ୍ତିମୟ ସଂକୀର୍ତ୍ତନ ପରିବେଷଣ କରିଥିଲେ। ଏଥିସହ ମା’ ଦୁର୍ଗାଦେବୀ ପୂଜା ପରିଚାଳନା କମିଟି ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଉଦ୍‌ଯାପନୀ ଅବସରରେ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ, ଯୁବକ ଓ ଯୁବତୀମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ସମଗ୍ର କାର୍ଯ୍ୟକ୍ରମକୁ ମା’ ଦୁର୍ଗାଦେବୀ ପୂଜା କମିଟିର ସଭାପତି ଅଚ୍ୟୁତାନନ୍ଦ ସେଠୀ, ସମ୍ପାଦକ ଅଜୟ ସେଠୀ, କୋଷାଧ୍ୟକ୍ଷ ଅର୍ଜୁନ ସେଠୀଙ୍କ ସମେତ ପରିଚାଳନା କମିଟିର କର୍ମକର୍ତ୍ତା, ସଦସ୍ୟ-ସଦସ୍ୟା ଓ ଗ୍ରାମବାସୀ ସକ୍ରିୟ ସହଯୋଗ କରି ସଫଳ କରିଥିଲେ।

ଗଣେଶ ପୂଜା ଓ ନୂଆଁଖାଇ ସାଂସ୍କୃତିକ ପର୍ବ ଉଦ୍‌ଯାପିତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଅତିବଡ଼ି ଜଗନ୍ନାଥ ଦାସ ଜୟନ୍ତୀ ପାଳିତ