ଦୁର୍ଗା ପ୍ରସାଦ ଦାଶ /ଜିଲ୍ଲା ପ୍ରତିନିଧି/ଖୋର୍ଦ୍ଧା /ସମୀକ୍ଷା ନିୟୁଜ:
ଶିଶୁମାନଙ୍କ ମଧ୍ୟରେ ବୌଦ୍ଧିକ ତଥା ଅନ୍ତର୍ନିହିତ ପ୍ରତିଭାର ବିକାଶ, ଆତ୍ମବିଶ୍ବାସ ବୃଦ୍ଧି ଓ ସୃଜନଶୀଳତାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ମହକ-୨୦୨୬’ ଉତ୍ସାହ ଓ ଆନନ୍ଦର ସହିତ ବି ବି ଜେ ବି ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିଶୁ ମହୋତ୍ସବକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଖୋର୍ଦ୍ଧା ଆୟୋଜନ କରିଥିଲେ ।ଏହି ମହୋତ୍ସବରେ ଜିଲ୍ଲାର ୧୦ଟି ଶିଶୁ ଯତ୍ନ ଅନୁଷ୍ଠାନରୁ ମୋଟ ୧୩୦ ଜଣ ଶିଶୁ ଅଂଶଗ୍ରହଣ କରିଥିଲେ । ଶିଶୁମାନଙ୍କ ମଧ୍ୟରେ ନୃତ୍ୟ, ସୋଲୋ ସଙ୍ଗୀତ, ବକ୍ତୃତା, ପ୍ରଶ୍ନୋତ୍ତର ଏବଂ ଚିତ୍ରାଙ୍କନର ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଉଭୟ ବାଳକ ଓ ବାଳିକା ଉତ୍ସାହର ସହିତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ନିଜର ଅନ୍ତର୍ନିହିତ ପ୍ରତିଭା ପ୍ରଦର୍ଶନ କରିଥିଲେ । ମୁଖ୍ୟ ଅତିଥ୍ ଭାବେ ଜିଲା ସମାଜ ମଙ୍ଗଳ ଅଧିକାରୀ କୁସୁମ କୁମାରୀ ପ୍ରହରାଜ ଯୋଗଦେଇ ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଦଘାଟନ କରିଥିଲେ ।ସେ ସମସ୍ତ ପ୍ରତିଯୋଗୀମାନଙ୍କୁ ସେମାନଙ୍କର ଅନ୍ତର୍ନିହିତ ଗୁଣର ବିକାଶ ଓ ଅନ୍ୟାନ୍ୟ ସୃଜନଶୀଳ କାର୍ଯ୍ୟରେ ଆଗକୁ ବଢ଼ିବା ପାଇଁ ଉତ୍ସାହିତ କରିଥିଲେ।

ଏହି ଅବସରରେ ଶିଶୁ ମଙ୍ଗଳ ସମିତିର ଅଧ୍ୟ କ୍ଷା ଶ୍ରୀମତୀ କାନ୍ତା ମହାନ୍ତି,ସଦସ୍ୟ ଡଃ ରମେଶ ଚନ୍ଦ୍ର ବେହେରା, ନେପାଳ ଘଡ଼େଇ,ପ୍ଲାନ୍ ଇଣ୍ଡିଆର ପ୍ରକଳ୍ପ ସଂଯୋଜକ ପ୍ରଦ୍ୟୁତ ରଞ୍ଜନ ରାଉତ ପ୍ରମୁଖ ଯୋଗଦେଇ ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ I ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ବାଣିଶ୍ରୀ ପଟ୍ଟନାୟକ ଅତିଥି ପରିଚୟ କରିବା ସହିତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରାଯାଇଥିଲା । ବିଭିନ୍ନ ପ୍ରତିଯୋଗୀତା ରେ ବିଚାରପତି ଭାବରେ ଯଥା ସୋଲୋ ସଙ୍ଗୀତ ପାଇଁ ରେବତୀ ପଣ୍ଡା ଏବଂ ସ୍ନିଗଧା ମୟୀ ଦାସ, ବକ୍ତୃତା ପ୍ରତିଯୋଗିତାରେ କୃଷ୍ଣ ଚନ୍ଦ୍ର ପଣ୍ଡା ଓ ଚନ୍ଦ୍ରକାନ୍ତ ଦାସ, ପ୍ରଶ୍ନୋତ୍ତର ପ୍ରତିଯୋଗିତାରେ ଅଞ୍ଜନ କୁମାର ରାୟ ଓ ଶ୍ରୀରାମ ଭୂୟାଁ,ନୃତ୍ୟ ପ୍ରତିଯୋଗିତାରେ ଦୀପକ ଛୋଟରାୟ ଓ ବିଭୁ ପ୍ରସାଦ ପଣ୍ଡା ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାରେ ଦେବାଶିଷ ପାଇକରାୟ ଓ ପ୍ରିୟଦର୍ଶିନୀ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ସଙ୍ଗୀତ ଜଗତର ଲୋକପ୍ରିୟ କଳାକାର ଶୈଳେନ୍ଦ୍ର ପାତ୍ର, ବରିଷ୍ଟ ତବଲା ବାଦକ ଉଚ୍ଛବ ସ୍ଵାଇଁ ଯୋଗଦେଇ ପିଲାମାନଙ୍କର ଆତ୍ମ ବିଶ୍ବାସ ବୃଦ୍ଧି କରିଥିଲେ ।ନୃତ୍ୟ ପ୍ରତିଯୋଗିତାର ବରିଷ୍ଠ ବିଭାଗରେ ଆଦୃତ ବାଳିକା ଶିଶୁ ଯତ୍ନ ଅନୁଷ୍ଠାନ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ନେହେରୁ ସେବା ସଂଘ ଦ୍ଵିତୀୟ ସେହିପରି ନୃତ୍ୟର କନିଷ୍ଠ ବିଭାଗରେ ଆଦୃତ ବାଳିକା ଶିଶୁ ଯତ୍ନ ଅନୁଷ୍ଠାନ ପ୍ରଥମ ଏବଂ ଏସ ଓ ଏସ ଶିଶୁ ଗୃହ ଦ୍ଵିତୀୟ । ବକ୍ତୃତା ବରିଷ୍ଟ ବିଭାଗରେ ଆଦୃତ ଶିଶୁ ଯତ୍ନ ଅନୁଷ୍ଠାନର ଦୀପାଳି ମାଝୀ ପ୍ରଥମ ଓ ଏସ ଓ ଏସ ଶିଶୁ ଗୃହର ଝରଣା ପ୍ରଧାନ ଦ୍ଵିତୀୟ । ସେହିପରି ବକ୍ତୃତା କନିଷ୍ଟ ବିଭାଗରୁ ଆଦୃତ ଶିଶୁ ଯତ୍ନ ଅନୁଷ୍ଠାନରୁ ଶୁଭଲକ୍ଷ୍ମୀ ନାୟକ ପ୍ରଥମ ଓ କ୍ରୀଷ୍ଣା ସାରଥ୍ ପ୍ରସାଦ ରାଉତ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ।

ପ୍ରଶ୍ନୋତ୍ତରୀ ପ୍ରତିଯୋଗିତାରେ ନେହରୁ ସେବା ସଂଘର ଜିନା ରେଡ୍ଡୀ ପ୍ରଥମ ଓ ଶ୍ରୀ ମା ଆନନ୍ଦ ଆଶ୍ରମର ଏସ ନରେଶ ରାଓ ଦ୍ୱିତୀୟ ଏବଂ କନିଷ୍ଠ ବିଭାଗରେ ଆଦୃତ ଶିଶୁ ଯତ୍ନ ଅନୁଷ୍ଠାନର କ୍ରୀଷ୍ଣା ସାରଥ୍ ପ୍ରସାଦ ରାଉତ ପ୍ରଥମ ଓ ନେହରୁ ସେବା ସଂଘର ପ୍ରୀତି ନାୟକ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ବରିଷ୍ଟ ସୋଲୋ ସଙ୍ଗୀତ ପ୍ରତିଯୋଗିତାରେ ଆଦୃତ ଶିଶୁ ଯତ୍ନ ଅନୁଷ୍ଠାନର ଚିନା ତୁଡୁ ପ୍ରଥମ ଓ ଜୀବନ ଜ୍ୟୋତି ସେବାଶ୍ରମର ମମତା ସିଂହ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି ସେହପରି କନିଷ୍ଠ ବିଭାଗରୁ ଆଦୃତ ଶିଶୁ ଯତ୍ନ ଅନୁଷ୍ଠାନରୁ ଲିପି ବେହେରା ପ୍ରଥମ ଓ ରାଣୀ ମୁର୍ମୁ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ।ବରିଷ୍ଠ ବିଭାଗରୁ ଚିତ୍ରାଙ୍କନ ପ୍ରତିଯୋଗିତାରେ ନେହରୁ ସେବା ସଂଘର ଶ୍ରାବଣୀ ନାୟକ ପ୍ରଥମ ଓ ଶ୍ରୀ ମା ଆନନ୍ଦ ଆଶ୍ରମର ଏସ ନରେଶ ରାଓ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ବେଳେ କନିଷ୍ଠ ବିଭାଗରୁ ଆଦୃତ ଶିଶୁ ଯତ୍ନ ଅନୁଷ୍ଠାନର ଗଣେଶ ମୁଣ୍ଡା ପ୍ରଥମ ଓ ଓମ ପାତ୍ର ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି । ଅପରାହ୍ନରେ ଏହି ଶିଶୁ ମହୋତ୍ସବ “ମହକ- ୨୦୨୬” ଉଦଦଯାପିତ ହୋଇଥିଲା ।

ଏହି ଉଦଯାପନ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଶ୍ରୀମତୀ କାନ୍ତା ମହାନ୍ତି ଯୋଗଦେଇଥିଲେ । ସନମାନିତ ଅତିଥି ରୂପେ ଶିଶୁ ମଙ୍ଗଳ ସମିତିର ସଭ୍ୟ ଡଃ ରମେଶ ଚନ୍ଦ୍ର ବେହେରା ଓ ନେପାଳ ଘଡେଇ ଏବଂ ପ୍ଲାନ ଇଣ୍ଡିଆର ପ୍ରକଳ୍ପ ସଂଯୋଜକ ପ୍ରଦ୍ୟୁତ ରଞ୍ଜନ ରାଉତ ଯୋଗ ଦେଇ କୃତୀ ପ୍ରତିଯୋଗୀ ମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣୀଶ୍ରୀ ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ । ୟୁନିଟର ଶଚିନ୍ଦ୍ରନାଥ ସାହୁ, ରଞ୍ଜନ କୁମାର ଗୋଛାୟାତ, ସୌମେନ୍ଦ୍ର ନାୟକ, ସୁକାନ୍ତ ପୃଷ୍ଟି, ମନସ୍ବିନୀ ମହାପାତ୍ର, ଅଶୋକ କୁମାର ସେଠୀ, ଅର୍ଚନା ରାୟ, ସଚିଦାନନ୍ଦ ସେଠୀ, ସତ୍ୟ ସାମନ୍ତରା ଏବଂ ନିରଞ୍ଜନ ବିଶ୍ଵାଳ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।‘ମହକ-୨୦୨୬’ ଶିଶୁମାନଙ୍କ ମଧ୍ୟରେ ଭାଇଚାରା, ପ୍ରତିଯୋଗିତାମୂଳକ ମନୋଭାବ, ଆତ୍ମବିଶ୍ବାସ ଓ ଅନ୍ତର୍ନିହିତ ପ୍ରତିଭା ବିକାଶର ଏକ ଉତ୍ତମ ମଞ୍ଚ ସୃଷ୍ଟି କରିଥିଲା I






