ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ନକଲି MVI ଅଧିକାରୀ ଗିରଫ, ବିବାହ ପ୍ରତିଶ୍ରୁତି ଓ ସରକାରୀ ଚାକିରି ନାଁରେ ଠକେଇ ଅଭିଯୋଗ

ନକଲି MVI ଅଧିକାରୀ ଗିରଫ, ବିବାହ ପ୍ରତିଶ୍ରୁତି ଓ ସରକାରୀ ଚାକିରି ନାଁରେ ଠକେଇ ଅଭିଯୋଗ – ସମୀକ୍ଷା ଖବର

ମହେଶ୍ୱର ଦିଗାଳ/ବାଲିଗୁଡ଼ା ଡିଭିଜନାଲ ସାମ୍ବାଦିକ/ସମୀକ୍ଷା ନିୟୁଜ :
ନିଜକୁ RTO ବିଭାଗର ମୋଟର ଭେହିକଲ୍ ଇନ୍ସପେକ୍ଟର(MVI)ପରିଚୟ ଦେଇ ଲୋକଙ୍କୁ ଠକେଇ କରୁଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ସାରଙ୍ଗଡ଼ ପୋଲିସ ଗିରଫ କରିଛି । ଅଭିଯୁକ୍ତଙ୍କ ନାମ ଧର୍ମେନ୍ଦ୍ର କୁମାର ବେହେରା(୩୦) । ସେ ନିଜକୁ ନିଖିଲ କୁମାର ପଟ୍ଟନାୟକ ନାମରେ ପରିଚୟ ଦେଉଥିବା ପୋଲିସ୍ ପ୍ରେସ୍ ନୋଟରେ ଉଲ୍ଲେଖ କରିଛି । ସାରଙ୍ଗଡ଼ ଥାନା କେସ୍ ନମ୍ବର୧୩୨,ତାରିଖ୧୭/୦୯୨୦୨୬ ଅନୁସାରେ ମାମଲା ରୁଜୁ ହୋଇଛି । ଅଭିଯୋଗ ଅନୁଯାୟୀ, ବିବାହ ପ୍ରସ୍ତାବ ମାଧ୍ୟମରେ ଜଣେ ମହିଳାଙ୍କ ସହ ପରିଚୟ ହେବା ପରେ ଅଭିଯୁକ୍ତ ନିଜକୁ RTO ର MVI ଅଧିକାରୀ ଭାବେ ପରିଚୟ ଦେଇଥିଲେ । ପରେ ସରକାରୀ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ଟଙ୍କା ନେଇଥିବା ଅଭିଯୋଗ ହୋଇଛି।

ନକଲି MVI ଅଧିକାରୀ ଗିରଫ, ବିବାହ ପ୍ରତିଶ୍ରୁତି ଓ ସରକାରୀ ଚାକିରି ନାଁରେ ଠକେଇ ଅଭିଯୋଗ – ସମୀକ୍ଷା


ପୋଲିସର ସୂଚନା ଅନୁସାରେ,ଅଭିଯୋଗକାରିଙ୍କୁ ଠାରୁ ବିଭିନ୍ନ କିସ୍ତିରେ ୭ ଲକ୍ଷ ୧୮ ହଜାର ୮୫୧ ଟଙ୍କା Phonepe ମାଧ୍ୟମରେ ଅଭିଯୁକ୍ତଙ୍କ ବ୍ୟାଙ୍କ ଖାତାକୁ ପଠାଯାଇଥିଲା । ପରେ ଟଙ୍କା ଫେରସ୍ତ ମାଗିବାରୁ ଅଭିଯୁକ୍ତ ମୋବାଇଲ୍ ବନ୍ଦ କରିଦେଇଥିବା ପୋଲିସ କହିଛି ।
ପୋଲିସ୍ ଅଭିଯୁକ୍ତଙ୍କ ଠାରୁ OMVD ୟୁନିଫର୍ମ, ନାମ ଲେଖା ପ୍ଲେଟ୍,ପୋଲିସ୍ ରେନ୍‌ କୋଟ୍, ଦୁଇଟି କାର୍ ଓ ମୋବାଇଲ୍ ତଦନ୍ତ ଜାରି ରହିଛି ବୋଲି ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି ।

ନକଲି MVI ଅଧିକାରୀ ଗିରଫ, ବିବାହ ପ୍ରତିଶ୍ରୁତି ଓ ସରକାରୀ ଚାକିରି ନାଁରେ ଠକେଇ ଅଭିଯୋଗ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଖୋର୍ଦ୍ଧାରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ମହକ-୨୦୨୬’ ଅନୁଷ୍ଠିତ