ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ଜଗତସିଂହପୁର:ଗୀତା ଆବୃତ୍ତି କାର୍ଯ୍ୟକ୍ରମ

ଜଗତସିଂହପୁର:ଗୀତା ଆବୃତ୍ତି କାର୍ଯ୍ୟକ୍ରମ – ସମୀକ୍ଷା ଖବର


ଭଗବାନ ମହାନ୍ତି/ସମୀକ୍ଷା ଖବର/ଜଗତସିଂହପୁର:

ଜଗତସିଂହପୁର, 20/09/2026: ପ୍ରଜ୍ଞାନ ମିଶନ ଆନୁକୂଲ୍ୟରେ ଗୀତା ସୁଗୀତା କର୍ତ୍ତ୍ୟବ୍ୟା ଅଷ୍ଟମ ଓଡିଶା ରାଜ୍ୟସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା କାର୍ଯ୍ୟକ୍ରମ ବାଲିକୁଦା ବ୍ଲକ ଅନ୍ତର୍ଗତ ଓଷକଣା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି |ଏଥିରେ ତୃତୀୟ ଶ୍ରେଣୀଠାରୁ ଦଶମଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଓଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ | ପ୍ରକାଶଥାଉକି,ଏହି ପ୍ରତିଯୋଗିତାରେ 25ଜଣ ବିଦ୍ୟାର୍ଥୀ ଭାଗ ନେଇଥିଲେ |ସେମାନଙ୍କ ମଧ୍ୟରୁ ଉଦିତ ମନ୍ଦାକିନୀ,ଶ୍ଵେତାସ୍ୱିନୀ ସ୍ୱାଇଁ, ସିଦ୍ଧିସିମରନ ରାଉତ ଓ ସୁଧାଂଶୁ ପରିଡା ପ୍ରଥମ, ଧୃତି ଦୀପା ପୃଷ୍ଟି, ଲଳିମା ପତି, ଓ ଦିବ୍ୟାସି ଦାସ ଦ୍ୱିତୀୟ ଏବଂ ଅର୍ଚ୍ଚିତା ସାହୁ ଓ ରାଜନନ୍ଦିନୀ ମହାନ୍ତି ତୃତୀୟ ସ୍ଥାନ ଯଥାକ୍ରମେ A,B,C ଓ D ବର୍ଗରେ ହୋଇଛନ୍ତି |

ଜଗତସିଂହପୁର:ଗୀତା ଆବୃତ୍ତି କାର୍ଯ୍ୟକ୍ରମ – ସମୀକ୍ଷା

ମୁଖ୍ୟ ଅତିଥି ଭଗବାନ ମହାନ୍ତି, ତାଙ୍କ ବକ୍ତବ୍ୟରେ କହିଥିଲେ; ଗୀତା ରୁ ଆମେ ଜୀବନର ସମସ୍ତ ସମସ୍ୟାର ସମାଧାନ ବାଟ ପାଇଥାଉ | ଗୀତାରୁ କର୍ମଯୋଗ, ଜ୍ଞାନ ଯୋଗ ଓ ଭକ୍ତି ଯୋଗ ଆମକୁ ମିଳିଥାଏ | ସେ ତାଙ୍କ ଜୀବନଟାକୁ ଗୀତାର ନୀତି ଅନୁଯାୟୀ ଗବେଷଣା ଗାର କରିଛନ୍ତି |ସେଥିରୁ ତାଙ୍କ ବିଚାର ଅନୁଯାଇ ସେ ପାଇଛନ୍ତି ଉତ୍ତମ ଜ୍ଞାନ , ନିଷ୍କାମ କର୍ମ କରିବାର ରାସ୍ତା ଓ ପ୍ରଭୁଙ୍କ ଉପରେ ସମର୍ପଣ କରି ଭକ୍ତି ଯୋଗରେ ପରମାତ୍ମା ସହ ଯୋଗ କରି ଜୀବନ ବିତାୟୀଚାଲିଛନ୍ତି | ପିଲାମାନେ ଗୀତାକୁ ଯଦି ପ୍ରତେକଦିନ ଗୋଟିଏ ଅଧ୍ୟାୟ ପଢିବେ ତାଙ୍କୁ ସବୁ ସୁଫଳମିଳିପାରିବ |
ଶେଷରେ ପିଲାମାନଙ୍କୁ ପୁରସ୍କାର ବିତରଣ ହୋଇଥିଲା | ସେମାନଙ୍କ ପ୍ରମାନପତ୍ର ସହ , ଅଭିଭାବକମାନଙ୍କୁ, ବିଦ୍ୟାଳୟର ଶିକ୍ଷକଶିକ୍ଷୟତ୍ରୀମାନଙ୍କୁ, କର୍ମଚାରୀ ମାନଙ୍କୁ ତଥା ପ୍ରଜ୍ଞାନ ମିଶନର କାର୍ଯ୍ୟକର୍ତ୍ତା ମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା |

ଜଗତସିଂହପୁର:ଗୀତା ଆବୃତ୍ତି କାର୍ଯ୍ୟକ୍ରମ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଉତ୍କେଲାରେ ମେଗା ରକ୍ତଦାନ ଶିବିର, ୩୦ ୟୁନିଟ୍ ରକ୍ତ ସଂଗ୍ରହ