ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ବକ୍ସି ଜଗବନ୍ଧୁଙ୍କ ୨୭୨ତମ ଜୟନ୍ତୀ ଉତ୍ସବ‘ବସୁଧା’ ଯୋଜନାରେ ବକ୍ସିଙ୍କ ଫଟୋ ସ୍ଥାନିତ ହେଉ ପାଇକ ବିଦ୍ରୋହର ଇତିହାସକୁ ନୂଆ ପିଢ଼ି ପାଖରେ ପହଞ୍ଚାଇବାକୁ ଆହ୍ୱାନ

ବକ୍ସି ଜଗବନ୍ଧୁଙ୍କ ୨୭୨ତମ ଜୟନ୍ତୀ ଉତ୍ସବ‘ବସୁଧା’ ଯୋଜନାରେ ବକ୍ସିଙ୍କ ଫଟୋ ସ୍ଥାନିତ ହେଉ ପାଇକ ବିଦ୍ରୋହର ଇତିହାସକୁ ନୂଆ ପିଢ଼ି ପାଖରେ ପହଞ୍ଚାଇବାକୁ ଆହ୍ୱାନ – ସମୀକ୍ଷା ଖବର

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ:

ଖୋର୍ଦ୍ଧା, ୨୦/୯:ପାଇକ ବିଦ୍ରୋହର ମହାନାୟକ, ଓଡ଼ିଆ ଜାତିର ସ୍ୱାଭିମାନ ଓ ସ୍ୱାଧୀନତା ସଂଗ୍ରାମର ଅନନ୍ୟ ପ୍ରତୀକ ବକ୍ସି ଜଗବନ୍ଧୁ ବିଦ୍ୟାଧର ଭ୍ରମରବର ରାୟ ମହାପାତ୍ରଙ୍କ ୨୭୨ତମ ଜୟନ୍ତୀ ଖୋର୍ଦ୍ଧାରେ ଶ୍ରଦ୍ଧା, ସମ୍ମାନ ଓ ଐତିହାସିକ ଚେତନାର ସହ ପାଳିତ ହୋଇଯାଇଛି। ବକ୍ସିଙ୍କ ସଂଗ୍ରାମମୟ ଜୀବନ ଓ ପାଇକ ବିଦ୍ରୋହର ଐତିହାସିକ ଗୁରୁତ୍ୱକୁ ନୂଆ ପିଢ଼ି ନିକଟରେ ପହଞ୍ଚାଇବା ସହ ତାଙ୍କ ସ୍ମୃତିକୁ ଅଧିକ ସମ୍ମାନ ଦେବା ପାଇଁ ଏହି ଅବସରରେ ବିଭିନ୍ନ ଦାବି ଉଠିଛି।
ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର (ବି.ଜେ.ବି.) ହାଇସ୍କୁଲ ସଭାଗୃହରେ କଳିଙ୍ଗ ପାଇକ ସଂଗଠନ ପକ୍ଷରୁ ଆୟୋଜିତ ଏହି ଜୟନ୍ତୀ ସମାରୋହ ସଂଗଠନର ସଭାପତି ଭୀମସେନ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଆୟୋଜନରେ ବକ୍ସି ଜଗବନ୍ଧୁଙ୍କ ଐତିହାସିକ ଭୂମିକା, ପାଇକ ବିଦ୍ରୋହର ପୃଷ୍ଠଭୂମି ଏବଂ ଓଡ଼ିଆ ଜାତିର ସ୍ୱାଧୀନତା ଚେତନାରେ ତାଙ୍କ ଅବଦାନ ଉପରେ ଆଲୋଚନା କରାଯାଇଥିଲା।
କାର୍ଯ୍ୟକ୍ରମ ଆରମ୍ଭରେ ଅଶ୍ୱପୃଷ୍ଠରେ ଆରୋହୀ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଅତିଥି ଓ ସଂଗଠନର କର୍ମକର୍ତ୍ତାମାନେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ସଭା ଆରମ୍ଭ ହୋଇଥିଲା। କଳିଙ୍ଗ ପାଇକ ସଂଗଠନର ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ହରିଚନ୍ଦନ ସଭାର ଆଭିମୁଖ୍ୟ ପ୍ରକାଶ କରିବା ସହ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ। ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ପାଇକ, ଐତିହାସିକ ଚିନ୍ତକ, ସାମାଜିକ କର୍ମୀ ଓ ବକ୍ସି ପ୍ରେମୀମାନଙ୍କୁ ସ୍ୱାଗତ ଜଣାଯାଇଥିଲା।

ବକ୍ସି ଜଗବନ୍ଧୁଙ୍କ ୨୭୨ତମ ଜୟନ୍ତୀ ଉତ୍ସବ‘ବସୁଧା’ ଯୋଜନାରେ ବକ୍ସିଙ୍କ ଫଟୋ ସ୍ଥାନିତ ହେଉ ପାଇକ ବିଦ୍ରୋହର ଇତିହାସକୁ ନୂଆ ପିଢ଼ି ପାଖରେ ପହଞ୍ଚାଇବାକୁ ଆହ୍ୱାନ – ସମୀକ୍ଷା


ସଂଗଠନର ମୁଖ୍ୟ ଉପଦେଷ୍ଟା ସତ୍ୟବାଦୀ ବଳିଆରସିଂହ ବକ୍ସିଙ୍କ ଜନ୍ମତିଥି ସମ୍ପର୍କରେ ଐତିହାସିକ ତଥ୍ୟ ଉପସ୍ଥାପନ କରିଥିଲେ। ସେ କହିଥିଲେ, ଐତିହାସିକ ଚକ୍ରଧର ମହାପାତ୍ରଙ୍କ ‘ରୋଡ଼ଙ୍ଗ ବକ୍ସି’ ପୁସ୍ତକ ଏବଂ ରବର୍ଟ ୱେଲ୍ ଓ ଶଙ୍କର ବାଲକୃଷ୍ଣ ଦୀକ୍ଷିତଙ୍କ ସମ୍ପାଦିତ ‘ଦି ଇଣ୍ଡିଆନ କ୍ୟାଲେଣ୍ଡର’ ଅନୁସାରେ ବକ୍ସି ଜଗବନ୍ଧୁଙ୍କ ଜନ୍ମ ୧୭୫୫ ସେପ୍ଟେମ୍ବର ୨୦ ତାରିଖ ଶନିବାର ରାତି ୮ଟା ୧୫ ମିନିଟରେ ହୋଇଥିଲା।
ଏହି ଐତିହାସିକ ତଥ୍ୟକୁ ଆଧାର କରି ଗତ ଚାରି ବର୍ଷ ଧରି କଳିଙ୍ଗ ପାଇକ ସଂଗଠନ ପକ୍ଷରୁ ସେପ୍ଟେମ୍ବର ୨୦ ତାରିଖରେ ବକ୍ସି ଜଗବନ୍ଧୁଙ୍କ ଜନ୍ମଜୟନ୍ତୀ ପାଳନ କରାଯାଉଛି ବୋଲି ସେ ପ୍ରକାଶ କରିଥିଲେ। ଏହି ଅବସରରେ ସେ ଉପସ୍ଥିତ ଅତିଥିମାନଙ୍କ ପରିଚୟ ଦେଇଥିଲେ।
ସମ୍ପ୍ରତି ନୂତନ ଭାବେ ଗଠିତ ଗଡ଼ାଧୀଶ ଦଳବେହେରା ମହାସଂଘର ସଭାପତି ଭାବେ ବକ୍ସି ଜଗବନ୍ଧୁଙ୍କ ଦାୟାଦ ତଥା ପୂର୍ବତନ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଦାୟିତ୍ୱ ନେଇଥିବାରୁ ଏହି ଅବସରରେ ତାଙ୍କୁ ସ୍ୱତନ୍ତ୍ର ଭାବେ ସ୍ୱାଗତ କରାଯାଇଥିଲା। ମହାସଂଘ ପକ୍ଷରୁ ତାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।
ମୁଖ୍ୟ ଅତିଥି ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ନିଜ ଅଭିଭାଷଣରେ ବକ୍ସି ଜଗବନ୍ଧୁଙ୍କ ସଂଗ୍ରାମ ଓ ପାଇକ ବିଦ୍ରୋହର ଐତିହାସିକ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, ପାଇକ ବିଦ୍ରୋହ ଓ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱ ଓଡ଼ିଶାର ଇତିହାସରେ ଏକ ଗୌରବମୟ ଅଧ୍ୟାୟ। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ୨୦୧୭ରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ସଭାରେ ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ଉଲ୍ଲେଖ କରିଥିବା ସେ କହିଥିଲେ।

ବକ୍ସି ଜଗବନ୍ଧୁଙ୍କ ୨୭୨ତମ ଜୟନ୍ତୀ ଉତ୍ସବ‘ବସୁଧା’ ଯୋଜନାରେ ବକ୍ସିଙ୍କ ଫଟୋ ସ୍ଥାନିତ ହେଉ ପାଇକ ବିଦ୍ରୋହର ଇତିହାସକୁ ନୂଆ ପିଢ଼ି ପାଖରେ ପହଞ୍ଚାଇବାକୁ ଆହ୍ୱାନ – ସମୀକ୍ଷା


ପାଇକ ଆଖଡ଼ାର ପରମ୍ପରାକୁ ସୁରକ୍ଷିତ ରଖିବା ସହ ଏହାକୁ କ୍ରୀଡ଼ା ବିଭାଗରେ ସାମିଲ କରାଯାଇ ଏହାର ବିକାଶ ଓ ପ୍ରସାର ପାଇଁ ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ।
ବିଶିଷ୍ଟ କୃଷକ ନେତା ସୁରଥ ବିଶ୍ୱାଳ ନିଜ ବକ୍ତବ୍ୟରେ ବକ୍ସି ଜଗବନ୍ଧୁଙ୍କ ସ୍ମୃତି ଓ ପାଇକ ବିଦ୍ରୋହରେ ଅବଦାନ ରଖିଥିବା ଦଳବେହେରାମାନଙ୍କୁ ସ୍ମରଣ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ବକ୍ସିଙ୍କ ଜନ୍ମଦିନ ସହ ପାଇକ ବିଦ୍ରୋହରେ ସାମିଲ ହୋଇଥିବା ବିଭିନ୍ନ ଦଳବେହେରାଙ୍କ ଜନ୍ମଦିବସ ମଧ୍ୟ ବିଭିନ୍ନ ସ୍ଥାନରେ ପାଳନ କରାଯିବା ଉଚିତ ବୋଲି ସେ ଆହ୍ୱାନ ଦେଇଥିଲେ।
ଏଥିସହ ରାଜ୍ୟ ସରକାରଙ୍କ ପାନୀୟଜଳ ଯୋଗାଣ ଯୋଜନା ‘ବସୁଧା’ ବକ୍ସି ଜଗବନ୍ଧୁଙ୍କ ନାମରେ ନାମିତ ହୋଇଥିବାରୁ ଏହି ଯୋଜନାରେ ବକ୍ସିଙ୍କ ଫଟୋ ସ୍ଥାନିତ କରାଯିବା ଉଚିତ ବୋଲି ସେ ଦାବି କରିଥିଲେ। ଏହି ଦାବିକୁ ସରକାରଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ ଖୁବ୍‌ଶୀଘ୍ର କଳିଙ୍ଗ ପାଇକ ସଂଗଠନର ଏକ ପ୍ରତିନିଧି ଦଳ ବିଭାଗୀୟ ମନ୍ତ୍ରୀଙ୍କୁ ଭେଟିବ ବୋଲି ସେ କହିଥିଲେ।
କଳିଙ୍ଗ ପାଇକ ସଂଗଠନର ମୁଖ୍ୟ ସଞ୍ଚାଳକ ଇଂ. ଶିଶିର କୁମାର ନାୟକ ବରୁଣେଇ ପାଇକ ସ୍ମାରକୀର ପ୍ରସ୍ତାବିତ ବିସ୍ତୃତ କଳେବର ସମ୍ପର୍କରେ ସୂଚନା ଦେଇଥିଲେ। ସ୍ମାରକୀ ପରିସରରେ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ ସହ ପାଇକ ବିଦ୍ରୋହର ଇତିହାସକୁ ଉପଯୁକ୍ତ ଭାବେ ପ୍ରଦର୍ଶିତ କରିବା ସମ୍ପର୍କରେ ସେ ବିସ୍ତୃତ ବିବରଣୀ ରଖିଥିଲେ।

ବକ୍ସି ଜଗବନ୍ଧୁଙ୍କ ୨୭୨ତମ ଜୟନ୍ତୀ ଉତ୍ସବ‘ବସୁଧା’ ଯୋଜନାରେ ବକ୍ସିଙ୍କ ଫଟୋ ସ୍ଥାନିତ ହେଉ ପାଇକ ବିଦ୍ରୋହର ଇତିହାସକୁ ନୂଆ ପିଢ଼ି ପାଖରେ ପହଞ୍ଚାଇବାକୁ ଆହ୍ୱାନ – ସମୀକ୍ଷା


ସେ କହିଥିଲେ ଯେ, ବରୁଣେଇ ପାହାଡ଼ ଓ ଖୋର୍ଦ୍ଧା ମାଟି ପାଇକ ବିଦ୍ରୋହର ଅନେକ ସ୍ମୃତିକୁ ବହନ କରୁଛି। ତେଣୁ ଏହି ଐତିହାସିକ ଅଞ୍ଚଳରେ ପାଇକ ବିଦ୍ରୋହ ଓ ବକ୍ସି ଜଗବନ୍ଧୁଙ୍କ ସ୍ମୃତିକୁ ଅଧିକ ସୁଦୃଢ଼ କରିବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ।
ଐତିହାସିକ ପ୍ରଫେସର ଡ. ପ୍ରତିଭାମୟୀ ମିତ୍ର ବକ୍ସି ଜଗବନ୍ଧୁଙ୍କ ସଂଗ୍ରାମମୟ ଜୀବନର ବିଭିନ୍ନ ଘଟଣା ଉପସ୍ଥାପନ କରିଥିଲେ। ପାଇକ ବିଦ୍ରୋହର ପୃଷ୍ଠଭୂମି, ଖୋର୍ଦ୍ଧା ମାଟିରେ ଏହାର ବିକାଶ ଏବଂ ବକ୍ସିଙ୍କ ନେତୃତ୍ୱ ସମ୍ପର୍କରେ ସେ ବିସ୍ତୃତ ଐତିହାସିକ ତଥ୍ୟ ରଖିଥିଲେ। ବକ୍ସିଙ୍କ ଜୀବନୀ ଓ ପାଇକ ବିଦ୍ରୋହର ଇତିହାସକୁ ପାଠ୍ୟକ୍ରମ ଓ ସାଧାରଣ ଜନଜୀବନରେ ଅଧିକ ପ୍ରଚାର କରାଯିବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ।
ବି.ଜେ.ବି. ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ପଣ୍ଡା ବକ୍ସି ଜଗବନ୍ଧୁଙ୍କ ନାମରେ ନାମିତ ଏହି ଐତିହାସିକ ବିଦ୍ୟାଳୟରେ ତାଙ୍କ ଜୟନ୍ତୀ ପାଳନ ଏକ ଗୌରବର ବିଷୟ ବୋଲି କହିଥିଲେ। ବକ୍ସିଙ୍କ ସାହସ, ତ୍ୟାଗ ଓ ସଂଗ୍ରାମ ଖୋର୍ଦ୍ଧା ସମେତ ସମଗ୍ର ଓଡ଼ିଶା ପାଇଁ ଗର୍ବର ବିଷୟ ଏବଂ ଯୁବପିଢ଼ି ତାଙ୍କ ଜୀବନରୁ ପ୍ରେରଣା ନେବା ଆବଶ୍ୟକ ବୋଲି ସେ କହିଥିଲେ।

ବକ୍ସି ଜଗବନ୍ଧୁଙ୍କ ୨୭୨ତମ ଜୟନ୍ତୀ ଉତ୍ସବ‘ବସୁଧା’ ଯୋଜନାରେ ବକ୍ସିଙ୍କ ଫଟୋ ସ୍ଥାନିତ ହେଉ ପାଇକ ବିଦ୍ରୋହର ଇତିହାସକୁ ନୂଆ ପିଢ଼ି ପାଖରେ ପହଞ୍ଚାଇବାକୁ ଆହ୍ୱାନ – ସମୀକ୍ଷା


ସଭାରେ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ମୃତ୍ୟୁଞ୍ଜୟ ଛୋଟରାୟ, ଅଜୟ କୁମାର ମାନଧାତା, ପ୍ରଭାତ କୁମାର ପାଣିଗ୍ରାହୀ, ରମେଶ ଚନ୍ଦ୍ର ପାତାଳସିଂହ, ସମରେନ୍ଦ୍ର ବଳିଆରସିଂହ, ଦିବ୍ୟଲୋଚନ ଭାରିମଲ୍ଲ, ଡ.ପ୍ରସନ୍ନ କୁମାର ପାଇକରାୟ, ସୌକତ ରଞ୍ଜନ ମାଳବିହାର, ବିନାୟକ ପାଇକରାୟ, ରଘୁନାଥ ଦଳବେହେରା, ସୌମ୍ୟକାନ୍ତ ହରିଚନ୍ଦନ, ମନମୋହନ ବଳିଆରସିଂହ, ଗୋବିନ୍ଦ ଚନ୍ଦ୍ର ମହାରଣା, ବିକ୍ରମ କେଶରୀ ଚମ୍ପତି, ରାଜେନ୍ଦ୍ର କୁମାର ନରେନ୍ଦ୍ର, ଅବଦୁଲ କଲାମ ଆଜାଦ, ଇତିଶ୍ରୀ ସାହୁ, ପାର୍ଥସାରଥୀ ମତଗଜସିଂହ, ସଦାଶିବ ମଙ୍ଗରାଜ, ନିରଞ୍ଜନ ସାମନ୍ତସିଂହାର ପ୍ରମୁଖ ବକ୍ତବ୍ୟ ରଖିଥିଲେ।
ବକ୍ତାମାନେ କହିଥିଲେ ଯେ, ବକ୍ସି ଜଗବନ୍ଧୁ କେବଳ ଖୋର୍ଦ୍ଧାର ନୁହେଁ, ସମଗ୍ର ଓଡ଼ିଶାର ଗୌରବ। ତାଙ୍କ ସଂଗ୍ରାମ ଓ ତ୍ୟାଗର ଇତିହାସକୁ ଆଗାମୀ ପିଢ଼ି ପାଖରେ ପହଞ୍ଚାଇବା ସମାଜର ସାମୂହିକ ଦାୟିତ୍ୱ। ବକ୍ସିଙ୍କ ନାମରେ ଥିବା ବିଭିନ୍ନ ସ୍ମାରକ, ଅନୁଷ୍ଠାନ ଓ ଯୋଜନାକୁ ତାଙ୍କ ଐତିହାସିକ ପରିଚୟ ସହ ଯୋଡ଼ିବା ଦ୍ୱାରା ତାଙ୍କ ଅବଦାନ ଆହୁରି ବ୍ୟାପକ ଭାବେ ଲୋକଙ୍କ ନିକଟରେ ପହଞ୍ଚିପାରିବ ବୋଲି ମତ ପ୍ରକାଶ ପାଇଥିଲା।
ସଭାପତି ଭୀମସେନ ପ୍ରଧାନ ବକ୍ସି ଜଗବନ୍ଧୁଙ୍କ ସଂଘର୍ଷମୟ ଜୀବନ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ ବୋଲି କହିଥିଲେ। ଐତିହାସିକ ବୀରପୁରୁଷଙ୍କ ସ୍ମୃତି ଓ ଆଦର୍ଶକୁ ସୁରକ୍ଷିତ ରଖିବା ସହ ତାଙ୍କ ଅବଦାନକୁ ନୂଆ ପିଢ଼ି ନିକଟରେ ପହଞ୍ଚାଇବା ପାଇଁ ସମସ୍ତେ ଏକାଠି ହେବା ଆବଶ୍ୟକ ବୋଲି ସେ ଆହ୍ୱାନ ଦେଇଥିଲେ। ଉପସଭାପତି ପ୍ରଫୁଲ୍ଲ କୁମାର ସାମନ୍ତରାୟ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ବକ୍ସି ଜଗବନ୍ଧୁଙ୍କ ୨୭୨ତମ ଜୟନ୍ତୀ ଉତ୍ସବ‘ବସୁଧା’ ଯୋଜନାରେ ବକ୍ସିଙ୍କ ଫଟୋ ସ୍ଥାନିତ ହେଉ ପାଇକ ବିଦ୍ରୋହର ଇତିହାସକୁ ନୂଆ ପିଢ଼ି ପାଖରେ ପହଞ୍ଚାଇବାକୁ ଆହ୍ୱାନ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ପାରାଦୀପ:ମାଗଣା ସ୍ୱାସ୍ଥ୍ୟସେବା ଶିବିର ଆୟୋଜନ